ARTICLE AD BOX
ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାରେ ଏକ ଦନ୍ତାହାତୀ ରବିବାର ଅପରାହ୍ଣରେ ଅତିକ୍ରମ କରିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ମୁଜାଗଡ ଓ ଖାରିଗୁଡା ଗ୍ରାମ ମଧ୍ୟରେ ଉକ୍ତ ଦନ୍ତାହାତୀଟି ରାଜପଥ ପାର ହୋଇଥିବା ଦେଖିବାକୁ ମିଳିଥିଲା।
/sambad/media/media_files/2026/11/15/whatsapp-image-2026-2026-11-15-20-50-45.jpeg)
/sambad/media/media_files/2026/11/15/whatsapp-image-202-2026-11-15-20-56-11.jpeg)
1/1
ଏହି ସମୟରେ ଉଭୟ ପଟେ ଅନେକ ଯାନାବାହାନ ଅଟକି ରହିଥିବା ବେଳେ କିଛି ଗାଡି ଚାଳକ ଗାଡି ବୁଲାଇ ଫେରି ଆସିଥିଲେ। ରାସ୍ତା ପାର ହେବା ପରେ ମଧ୍ୟ ରାସ୍ତାକଡରେ ଦନ୍ତାଟି କିଛି ସମୟ ଅଟକ ରହିଥିଲ।l ଏଭଳି ଜଙ୍ଗଲ ହାତୀ ରାଜପଥ ପାର ହେବା ସମୟରେ ହିଂସ୍ର ହୋଇ ଉଠିଲେ ଲୋକଙ୍କ ବିପଦ ଆଶଙ୍କା ରହିଛି। ବନ ବିଭାଗ କର୍ମଚାରୀ ହାତୀକୁ ଟ୍ରାକ କରିବା ସହ ସୁରକ୍ଷିତ ଜଙ୍ଗଲକୁ ଘଉଡାଇଥିବା ଜଣାପଡିଛି। ତେବେ ଉକ୍ତ ଦନ୍ତାଟି ପଲରୁ ଅଲଗା ହୋଇ ଏକାକୀ ବୁଲୁଥିବା ଜଣାପଡିଛି। ଗତ ୨ ମାସ ମଧ୍ୟରେ ଏକାଧିକ ଥର ଲଘୁଚାପ ଓ ବର୍ଷା ଯୋଗୁ ଧାନ ଫସଲ ବ୍ୟପକ କ୍ଷୟକ୍ଷତି ହୋଇଥିବା ବେଳେ ଯାହା କିଛି ବଞ୍ଚିଛି ଜଙ୍ଗଲ ଜନ୍ତୁଙ୍କ ଠାରୁ ସୁରକ୍ଷିତ ରଖିବାକୁ ଚାଷୀ ମାନେ ଏକ ପ୍ରକାର କସରତ ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

20 minutes ago
1


