ARTICLE AD BOX
ମୁମ୍ବାଇ: ବହୁ ପ୍ରତିକ୍ଷୀତ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (ଆଇପିଓ) ଆସନ୍ତା ସପ୍ତାହରେ ଜାରି ହେବ। ସମ୍ଭବତଃ ନଭେମ୍ବର ୧୯ରେ ଏହା ସବ୍ସ୍କ୍ରିପ୍ସନ୍ ପାଇଁ ଖୋଲିବ। ଏଥିପାଇଁ କମ୍ପାନି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଥିଲା। ତାହା ମଞ୍ଜୁର ହୋଇଛି।
ଏହି ଇସ୍ୟୁ ଜରିଆରେ ଏମ୍ସିଏଲ୍ର ୧୦% ଅଂଶଧନକୁ ଏହାର ମାଲିକ କୋଲ୍ ଇଣ୍ଡିଆ ବିକ୍ରି କରିବ। ଏହା ଇସ୍ୟୁ ମାଧ୍ୟମରେ ୧୦ହଜାର କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରହିଛି।ଏମ୍ସିଏଲ୍ର ସେୟାର ପିଛା ଦର କେତେ ରହିବ ତାହା ଜଣାପଡ଼ିନାହିଁ। ଏହି ଇସ୍ୟୁ ଜରିଆରେ କମ୍ପାନି ୬୬.୧୮ କୋଟି ଇକ୍ବିଟି ସେୟାର ବିକ୍ରି କରିବ।
Jio IPO: ଇତିହାସ ରଚିଲା ଜିଓ ପ୍ଲାଟଫର୍ମସର ଆଇପିଓ; ମିଳିଲା କୋଟିଏରୁ ଅଧିକ ସବ୍ସ୍କ୍ରିପ୍ସନ
କମ୍ପାନି କୌଣସି ନୂଆ ସେୟାର ଜାରି କରିବ ନାହିଁ। ଏହି ଇସ୍ୟୁ ପାଇଁ ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟସ୍, ଆକ୍ସିସ୍ କ୍ୟାପିଟାଲ୍, ବିଓବି କ୍ୟାପିଟାଲ୍ ମାର୍କେଟ୍ସ, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଆଣ୍ଡ୍ ସିକ୍ୟୁରିଟିଜ୍ ଓ ଆଇଆଇଏଫ୍ଏଲ୍ କ୍ୟାପିଟାଲ୍ ସର୍ଭିସେସ୍କୁ ବୁକ୍ ରନିଂ ଲିଡ୍ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି।

20 minutes ago
1


