Cyclone Akvan Preparedness: ବାତ୍ୟା ଅକବନ ପ୍ରସ୍ତୁତି: ଭଞ୍ଜନଗର ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ସତର୍କ କଲା ପ୍ରଶାସନ

11 minutes ago 1
ARTICLE AD BOX

ଭଞ୍ଜନଗର: ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାର କ୍ଷୟକ୍ଷତିରୁ ସ୍ଥିତି ମୁକଳି ନଥିବା ବେଳେ ପୁଣି ଆଉ ଏକ ବାତ୍ୟା ଓ ବର୍ଷା ଆସି ଉପସ୍ଥିତ ହୋଇଛି। ଏହାକୁ ନେଇ ଜନସାଧାରଣଙ୍କ ମନରେ ଛନକା ପଶିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭଞ୍ଜନଗର ଓ ଡହ ଜଳଭଣ୍ଡାରୁ ଜଳ ନିଷ୍କାସନ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏ‌ହାକୁ ନେଇ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। 

Cyclonic Storm akvan Over Bay of Bengal: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ’ଅକ୍‌ବନ’, ୧୮ରୁ ଓଡ଼ିଶାରେ ବର୍ଷା ସତର୍କତା
ଭଞ୍ଜନଗର ସହର ମଧ୍ୟରେ ବନ୍ୟା ପାଣି ସୁଅ କାଟିଥିବା ବେଳେ ଲୋହରାଖଣ୍ଡି ନଦୀ ଫୁଲି ବନ୍ୟା ପାଣି ଜନବସତିକୁ ମାଡି ଆସିଥିଲା। ବିଭିନ୍ନ ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବାତ୍ୟା ନେଇ ସତର୍କ କରାଯାଉଛି। 

Heavy rain: ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଗମ୍ଭୀର
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାରେ,  ଭଞ୍ଜନଗର ଜଳଭଣ୍ଡାରରେ ୮୪.୭ ପ୍ରତିଶତ ଓ ଡହ ଜଳଭଣ୍ଡାରରେ ୯୦.୬୬ ପ୍ରତିଶତ ପାଣି ରହିଛି।  ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ପାଣି ଛାଡିବାକୁ ନୋଟିସ ଜାରି କରାଯାଇଥିବା ବେଳେ ଡହ ଜଳଭଣ୍ଡାରର ସ୍ଥିତି ଦେଖି ଆଜି (ରବିବାର) ରାତିରୁ ୩୦ କ୍ୟୁମେକ୍ସ ପରିମାଣ ପାଣି ଛଡ଼ାଯିବ। ବଡ଼ ବର୍ଷା ହେବା ପୂର୍ବରୁ ଜଳଭଣ୍ଡାରଗୁଡିକର ଜଳଧାରଣ ସୀମା ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।                        

Read Entire Article
LEFT SIDEBAR AD

Hidden in mobile, Best for skyscrapers.