Building collapse: ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ, ୮ ଆହତ

20 minutes ago 1
ARTICLE AD BOX

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହି ଅଘଟଣରେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି। ହଠାତ୍ ଛାତ ଭୁଶୁଡ଼ି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୪୦ ମିନିଟ୍‌ରେ ଘଟଣା ସମ୍ପର୍କରେ ଖବର ମିଳିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ।

କେନ୍ଦ୍ରୀୟ ଦିଲ୍ଲୀର ଡିସିପି ରୋହିତ ରାଜବୀର ସିଂହଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ଆହତମାନଙ୍କ ଚିକିତ୍ସା ଚାଲିଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଓ ପୁଲିସ କେଉଁ ପରିସ୍ଥିତିରେ ଘର ଭୁଶୁଡ଼ି ପଡ଼ିଲା ତାହା ଯାଞ୍ଚ କରୁଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ଦିଲ୍ଲୀର ଚାୱଡ଼ି ବଜାରରେ ଏକ ତିନି ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ଜୀବନ ଯାଇଥିଲା। ଲଗାତାର ଏଭଳି ଅଘଟଣ ସହରରେ ନିର୍ମାଣ କାର୍ଯ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। 

Divyanka Tripathi,: ଦିବ୍ୟଙ୍କା ତ୍ରିପାଠୀଙ୍କ କୋଠାରେ ଭୟାବହ ଅଗ୍ନିକାଣ୍ଡ, ସୁରକ୍ଷାକର୍ମୀଙ୍କ ହେଲା ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.