ARTICLE AD BOX
ଭୁବନେଶ୍ୱର: ଗତ କିଛି ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦୦ ଟଙ୍କା ଟପିଯାଇଛି | ଭାଟ୍ ଉପରେ ନିର୍ଭର କରି ରାଜ୍ୟ ଅନୁସାରେ ସିଲିଣ୍ଡରର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ | ଆମ ରାଜ୍ୟର କଥା କହିବାକୁ ଗଲେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ରହିଛି | ଉଦାହରଣ ସ୍ୱରୂପ ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ୯୬୮ ଟଙ୍କା ଥିବାବେଳେ ଅନୁଗୁଳରେ ୯୮୫ ଟଙ୍କା, ବାଲେଶ୍ୱରରେ ୯୮୪ ଟଙ୍କା, କଟକରେ ୯୮୨ ଟଙ୍କା ରହିଛି | ବରଗଡ଼ରେ ଏହି ମୂଲ୍ୟ ୧୦୦୫ ଟଙ୍କା ରହିଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବାଟ କହିବୁ ଯାହାଦ୍ୱାରା ଆପଣ ରିହାତି ମୂଲ୍ୟରେ ରନ୍ଧନ ଗ୍ୟାସ ପାଇପାରିବେ |
କେନ୍ଦ୍ର ସରକାର ଗରିବ ଏବଂ ଅସହାୟ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଚଳାଉଛନ୍ତି। ଏହି ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀମାନେ ଏକ ଘରୋଇ LPG ସିଲିଣ୍ଡର ଉପରେ ୩୦୦ ଟଙ୍କା ସବସିଡି ପାଆନ୍ତି। ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଏ।ଉଦାହରଣ ସ୍ୱରୂପ ଭୁବନେଶ୍ୱରର ତଥ୍ୟକୁ ହିସାବ କଲେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟ ₹୯୬୮ ଟଙ୍କା ଥିବାବେଳେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ ୩୦୦ ଟଙ୍କା ସବସିଡି ପାଇବା ପରେ, ସିଲିଣ୍ଡରର ମୂଲ୍ୟ ₹୬୬୮କୁ ହ୍ରାସ ପାଇଥାଏ। ତେଣୁ ଯଦି ଆପଣ ଜଣେ ଉଜ୍ଜ୍ୱଳା ହିତାଧିକାରୀ ଓ ଏପର୍ଯ୍ୟନ୍ତ ଏବାବଦରେ ଜାଣିନାହାନ୍ତି, ତେବେ ଆଉ ଡେରି ନ କରି ଏହାର ଲାଭ ଉଠାନ୍ତୁ |
ହାତାହାତି ଟଙ୍କା ନ ଦେଇ ଅନଲାଇନ ବିକଳ୍ପ ବାଛନ୍ତୁ
ଅନେକ ସମୟରେ ଗ୍ୟାସ ଡେଲିଭରି ପରେ ଆପଣ ବିତରକଙ୍କୁ ଟଙ୍କା ଦେଇଥାନ୍ତି | ତେବେ ଆପଣ ଟିକେ ମୁଣ୍ଡ ଖଟାଇଲେ ରିହାତି ବି ପାଇପାରିବେ | ଗୁଗୁଲ ପେ, ପେଟିଏମ, ଫୋନ ପେ ସହ ସବୁ ଗ୍ୟାସ କମ୍ପାନୀଙ୍କର ନିଜସ୍ୱ ଆପ ରହିଛି | ଆପଣ ଏହି ସବୁ ଆପ ଦ୍ୱାରା ବୁକିଂ ସହ ଗ୍ୟାସ ପାଇଁ ପେମେଂଟ କରିପାରିବେ | ବଡ କଥା ଯେ ଏହି ସବୁ ଆପ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫର ମଧ୍ୟ ଦେଉଛନ୍ତି | ଯଦି ଆପଣ ଏହି ସବୁ ଆପ ବ୍ୟବହାର କରି ପେମେଂଟ କରିବେ ତେବେ ଟଙ୍କା ବି ବଞ୍ଚାଇପାରିବେ | ଯଦି ଆପଣ ଉଜ୍ଜ୍ୱଳା ହିତାଧିକାରୀ ସରକାରଙ୍କ ପାଖରୁ ସବ୍ସିଡି ସାଙ୍ଗକୁ ଏହି ଆପ ବ୍ୟବହାର କରି ବାକି ଅର୍ଥ ପେମେଂଟ କଲେ ନିଶ୍ଚିତ କ୍ୟାସବ୍ୟାକ ବି ପାଇପାରିବେ |

22 minutes ago
1


