ARTICLE AD BOX
ବାଲେଶ୍ବର ଜିଲ୍ଲା ସୋର-ବାଗୁଡି ରାସ୍ତାର ଅବସ୍ଥା ମାତ୍ର କିଛିଦିନ ପରେ ପୁଣି ବଦଳି ଯାଇଛି। ବହୁବାର ଅଭିଯୋଗ ପରେ ଗତ ବର୍ଷ ରାସ୍ତା କାମ ଶେଷ ହୋଇଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ଶହଶହ ବେଆଇନ ପଥର ଗାଡ଼ି ଓ ଭରିଯାନ ଚଳାଚଳ ପାଇଁ ପୁଣିଥରେ ଏହି ରାସ୍ତାର ଅବସ୍ଥା ବେହାଲ ହୋଇଛି। ରାତିରେ ଯିବାତ ଦୂରର କଥା ସ୍ପଷ୍ଟ ଦିବାଲୋକରେ ଯାତାୟାତ ସମ୍ଭବ ହେଉନାହିଁ। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ବର୍ଷାକୁ ଦୋଷ ଦେଇ ଖସିଯାଉଛନ୍ତି। ମାତ୍ର ଲୋକେ ନାହିଁନଥିବା ଅସୁବିଧାକୁ ସମ୍ମୁଖୀନ ହେଉଛନ୍ତି। ଏହାକୁ ପ୍ରତିବାଦ କରି ସମାଜସେବୀ କାର୍ତ୍ତିକ ସାମଲ ଆଜି ମଧ୍ୟାହ୍ନରେ ସର୍ବସମ୍ମୁଖରେ ରାସ୍ତା ଉପରେ ଧାନ ରୋଇ ପୋତିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


