ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଚାଳିଥିବା ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ। ଏନଟିପିସି ସର୍ଭେ କରିଛି ସତ, ସର୍ଭେ କରିଛି ବୋଲି ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ ହେବ କି ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ଏ ନେଇ କିଛି ସ୍ପଷ୍ଟ ଚିତ୍ର କିମ୍ବା ଚିଠି ଆସିନି କି ସେ ମଧ୍ୟ ଜାଣି ନାହାନ୍ତି ବୋଲି କହିଛନ୍ତି ସାଂସଦ।
ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଗୁଜବ ସୃଷ୍ଟି କରି କୁଚକ୍ରାନ୍ତ କରୁଛନ୍ତି। ସେ ଏହି ପ୍ରକଳ୍ପ ପାଇଁ ଯେ ରେଳଲାଇନ୍ ପଡିବ ଏବଂ ଆଦାନୀ ଏହି କମ୍ପାନୀ ନେଇଛନ୍ତି ବୋଲି ଯେଉଁ ପ୍ରଚାର କରୁଛନ୍ତି ସେଥିରେ କେତେ ଦୁର ସତ୍ୟତା ରହିଛି ପ୍ରମାଣିତ କରନ୍ତୁ ବୋଲି ସାଂସଦ କହିଛନ୍ତି। ପୂର୍ବତନ ସାଂସଦ ୨୦୧୪ମସିହାରେ ସାଂସଦ ଥିବା ସମୟରେ ରେଳଲାଇନ୍ ପାଇଁ ପ୍ରସ୍ତାବ ଦେବା ସହ ରେଳଲାଇନ୍ ନ ଆସିଲେ ସେ ରାଜନିତୀରୁ ଇସ୍ତଫା ଦେବି ବୋଲି କହିଥିଲେ। ଯଦି ସେତେବେଳେ ସେ କହିଥିଲେ ତେବେ ଆଦାନୀଙ୍କ ସହ ସମ୍ପର୍କରେ ଥିବାରୁ କହିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ।
୨୦୧୬ମସିହାରେ ରେଳଲାଇନ୍ ପାଇଁ ପ୍ରସ୍ତାବ ଆସିଥିଲା। ଆଜି ଲୋକେ ନିଜଜିଲ୍ଲାର ବିକାଶ ପାଇଁ ନିଜ ଜମି ଦେବା ସହ କ୍ଷତିପୂରଣ ପାଇଲେଣି। ଜିଲ୍ଲା ବିକାଶ କ୍ଷେତ୍ରରେ ଆଗାଉଥିବା ବେଳେ ପୂର୍ବତନ ସାଂସଦ ଏହା ଚାହୁଁ ନାହାନ୍ତି। ଅଣବିକ ଶକ୍ତି ପ୍ରକଳ୍ପ ଓ ଆଣବିକ ବୋମା ତିଆରି ସମ୍ପୁର୍ଣ୍ଣ ରୁପେ ଭିନ୍ନ। ଶକ୍ତି ପ୍ରକଳ୍ପ କରାଯିବା ପୂର୍ବରୁ ଅଂଚଳଟି ଭୁକମ୍ପ ଜୋନରେ ରହିଛି ନା ନାହିଁ ଯାଂଚ କରାଯିବ। ଯଦି ଅଛି କେଉଁ ନଂ ଜୋନରେ ରହିଛି ତାହା ଦେଖାଯିବ। ତାହାର ସର୍ଭେ ରାଜ୍ୟର ୬ଟି ସ୍ଥାନରେ କରାଯାଇଛି। ଯଦିବା ଆଣବିକ ଶକ୍ତି ପ୍ରକଳ୍ପ ହେବ ତେବେ ଲୋକେ ଭୟଭୀତ ହେବାର ନାହିଁ। ସ୍ବଳ୍ପ ୟୁରାନିୟମକୁ ଜାଳି ତାହାକୁ ବାଷ୍ପରେ ପରିଣତ କରି ଟରବାଇନ୍ ଦ୍ବାରା ବିଦ୍ୟୁତ ଉତ୍ପାଦନ ହେବ। ଏହା ଦ୍ବାରା ଅଂଚଳର କିଛି କ୍ଷୟକ୍ଷତି ହେବାର ନାହିଁ।ସେଭଳି ହୋଇଥିଲେ ଦେଶରେ ଥିବା ୨୪ଟି ଆଣବିକଶକ୍ତି ପ୍ରକଳ୍ପ ନିକଟରେ ଗାଁ ଖାଲି କରାଯାଇଛି କି ?, ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ ମାନେ ଶହ ଶହ କିଲୋମିଟର ଦୂରରେ ରହୁଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି।
Nuclear Power Projects: ଓଡ଼ିଶାରେ ହେବ ନବୀନ ଜିନ୍ଦଲ ଗ୍ରୁପ୍ର ଆଣବିକ ଶକ୍ତି ପ୍ରକଳ୍ପ!
ବିଶ୍ବରେ ନ୍ୟୁକ୍ଲିୟର ବୋମା ତିଆରି କରୁଥିବା ୨ଟି ସ୍ଥାନ ୟୁକ୍ରେନର ଚେକସି ଓ ଜାପାନର ହିରୋସୀମାରେ ହୋଇଥିଲା। ବୋମା ଓ ଆଣବିକ ଉର୍ଜ୍ଜା ସମ୍ପୁର୍ଣ୍ଣ ଭିନ୍ନ ବୋଲି ସାଂସଦ କହିଛନ୍ତି। ଲୋକଙ୍କୁ ଭ୍ରାନ୍ତ ସୂଚନା ଦେଇ ପୂର୍ବତନ ସାଂସଦ ଶ୍ରୀ ମାଝୀ ହଇରାଣ କରୁଛନ୍ତି। ଜିଲ୍ଲାର ବିକାଶ କଥା ଚିନ୍ତା ନ କରି ଭୁବନେଶ୍ବରରେ ରହି ବରଂ କିଭଳି ଜିଲ୍ଲା ପଛକୁ ଯିବ ସେ ଚିନ୍ତା କରୁଛନ୍ତି ବୋଲି ସାଂସଦ କହିଛନ୍ତି। ସେ ନିଜେ ଉକ୍ତ ଅଂଚଳରେ ଜମି କିଣି ଘର କରି ରହିବେ ବୋଲି କହିଛନ୍ତି ସାଂସଦ।

16 minutes ago
1


