Reserve Bank: ଟାଟା ସନ୍ସକୁ ରିଜର୍ଭ ବ୍ୟାଙ୍କର ଚିଠି; ତାଲିକାଭୁକ୍ତ ହେବା ନିୟମ ମାନ

14 minutes ago 1
ARTICLE AD BOX

ମୁମ୍ବାଇ: ସେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ ଟାଟା ସନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ୧୬ ତାରିଖରେ ଏକ ଚିଠି ଲେଖିଛି। ଏଥିସହିତ ଟାଟା ସନ୍ସକୁ ଉପର ସ୍ତରର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍‌ବିଏଫ୍‌ସି) ପରିସରରୁ ମଧ୍ୟ ବାହାର କରାଯିବ ନାହିଁ। ଟାଟା ସନ୍ସର ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍‌ଓ)ଙ୍କୁ ଗତ ୧୬ ତାରିଖରେ ଲେଖାଯାଇଥିବା ଚିଠିରେ ଏଭଳି କିଛି କୁହାଯାଇଛି। 

କମ୍ପାନିର ବୋର୍ଡ ବୈଠକ ନଭେମ୍ବର ୨୬ ତାରିଖରେ ହେବ। ସେହି ବୈଠକରେ କମ୍ପାନିର ପୁନର୍ଗଠନ ଉପରେ ଆଲୋଚନା ପ୍ରସ୍ତାବ ଟାଟା ଟ୍ରଷ୍ଟସ ଅଧ୍ୟକ୍ଷ ନୋଏଲ ଟାଟା ରଖିଛନ୍ତି। ଏହାର ୧୦ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଚିଠି ଟାଟା ସନ୍ସର ତାଲିକାଭୁକ୍ତ ହେବା ବିଷୟକୁ ଅଧିକ ଖୋରାକ ଯୋଗାଇଛି। କମ୍ପାନି ପକ୍ଷରୁ ଗତ ଅକ୍ଟୋବର ୬ ତାରିଖରେ ନିୟାମକ ମାର୍ଗଦର୍ଶନ ପାଇଁ ଲେଖାଯାଇଥିବା ଚିଠିର ଏହା ହେଉଛି ଉତ୍ତର। 

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚିଠିରେ ଉପର ସ୍ତରର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନ୍‌ବିଏଫ୍‌ସି)ଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମସ୍ତ ନିୟମ, ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସଦ୍ୟତମ ଯୋଗାଯୋଗରେ ଅନ୍ୟାନ୍ୟ ନିୟମ ସହିତ ତାଲିକାଭୁକ୍ତ ହେବାର ନିୟମକୁ ପାଳନ କରିବାକୁ କୁହାଯାଇଛି। ଏଥିସହିତ ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇନାହିଁ କିମ୍ବା ପ୍ରତ୍ୟାଖ୍ୟାନ କରାଯାଇନାହିଁ। ନଭେମ୍ବର ୨୬ର ଟାଟା ସନ୍ସର ବୋର୍ଡ ବୈଠକ ହେବ। ବୈଠକରେ ଟାଟା ସନ୍ସ ସହିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ସ ସଲ୍ୟୁସନ୍ସ (ଟିଇଏସ୍‌ଏସ୍‌) ଏବଂ ଟାଟା କନସଲଟିଂ ଇଞ୍ଜିନିୟର୍ସ (ଟିସିଇ)ର ମିଶ୍ରଣ ସଂପର୍କରେ ଆଲୋଚନା ପାଇଁ ଟାଟା ଟ୍ରଷ୍ଟ ପୂର୍ବରୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ଏହା ହେଲେ ଟାଟା ସନ୍ସର ଆର୍ଥିକ ପ୍ରୋଫାଇଲ ବଦଳିଯିବ ଏବଂ ଏହା ଉଭୟ ଏନ୍‌ବିଏଫସି ଏବଂ କୋର୍‌ ଇନଭେଷ୍ଟମେଣ୍ଟ କମ୍ପାନି (ସିଆଇସି) ସଜ୍ଞା ପରିସରରୁ ବାହାରିଯିବ।

ସୁନା କିଣିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁଠାରୁ ଆଗରେ

ଉଲ୍ଲେଖଯୋଗ୍ୟ, ୨୦୨୨ ସେପ୍ଟେମ୍ବରରେ ଟାଟା ସନ୍ସକୁ ଉପରସ୍ତରର ଏନ୍‌ବିଏଫ୍‌ସି ଭାବେ ବର୍ଗୀକୃତ କରାଯାଇଥିଲା। ଏହାକୁ ୩ ବର୍ଷ ମଧ୍ୟରେ ତାଲିକାଭୁକ୍ତ କରିବାର ଆବଶ୍ୟକତା ରହିଥିଲା। ତେବେ ୨୦୨୪ ମାର୍ଚ୍ଚରେ ଟାଟା ସନ୍ସ ଏହାର ସିଆଇସି ପଞ୍ଜୀକରଣକୁ ନିଜଆଡ଼ୁ ଫେରାଇ ଦେବା ପାଇଁ ଆବେଦନ କରିଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ‌ସେହି ଆବେଦନକୁ ୨୦୨୬ ସେପ୍ଟେମ୍ବରରେ ପ୍ରତ୍ୟାଖ୍ୟାନ କରିଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.