QUAD ବୈଠକ ପୂର୍ବରୁ ମଞ୍ଚ ତଳୁ ତ୍ରିରଙ୍ଗା ଉଠାଇଲେ ମୋଦୀ, ପିଠି ଥାପୁଡ଼ାଇଲେ ଟ୍ରମ୍ପ

11 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନିଲାରେ ମଙ୍ଗଳବାର ଅନୁଷ୍ଠିତ କ୍ୱାଡ୍‌ ନେତାମାନଙ୍କ ବୈଠକ ପୂର୍ବରୁ ଏକ ଛୋଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୈଠକ ସ୍ଥଳରେ ମିଳିତ ଫଟୋ ଉଠାଇବା ପାଇଁ ମଞ୍ଚ ଉପରେ ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଳେ ପଡ଼ିଯାଇଥିବା ଭାରତୀୟ ତ୍ରିରଙ୍ଗା ଚିତ୍ର ଥିବା ଏକ କାର୍ଡକୁ ଉଠାଇ ନିଜ ପକେଟ୍‌ରେ ରଖିଥିଲେ। ଏହା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପିଠି ଥାପୁଡ଼ାଇବା ସହ ଏହାକୁ ନିଜ ପାଖରେ ରଖିବାକୁ କହିଥିଲେ। ଏହି କିଛି ସେକେଣ୍ଡର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ମଧ୍ୟ ଏହି ଘଟଣାର ଭିଡିଓ ସେୟାର କରାଯାଇଛି।

କ୍ୱାଡ୍‌ ନେତାମାନଙ୍କ ମିଳିତ ଫଟୋ ପାଇଁ ମଞ୍ଚ ଉପରେ ପ୍ରତ୍ୟେକ ଦେଶର ନେତା କେଉଁଠି ଠିଆ ହେବେ, ତାହା ଜଣାଇବା ପାଇଁ କାର୍ପେଟ୍‌ ଉପରେ ସେମାନଙ୍କ ଦେଶର ପତାକା ଥିବା ଛୋଟ ଚିହ୍ନ ରଖାଯାଇଥିଲା। ମୋଦୀ ମଞ୍ଚ ଉପରକୁ ଯିବା ସମୟରେ ଭାରତୀୟ ତ୍ରିରଙ୍ଗା ଥିବା ଚିହ୍ନଟିକୁ ତଳେ ପଡ଼ିଥିବା ଦେଖି ନଇଁପଡ଼ି ଉଠାଇ ନେଇଥିଲେ। ଏହାକୁ ନିଜ ପକେଟ୍‌ରେ ରଖିବା ପରେ ଟ୍ରମ୍ପ ତାଙ୍କୁ ‘ସେଭ୍‌ ଇଟ୍‌’ ବା ଏହାକୁ ସୁରକ୍ଷିତ ରଖିବାକୁ କହିଥିଲେ। ସେଠାରେ ଉପସ୍ଥିତ ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ମଧ୍ୟ ଏହି ଘଟଣା ଦେଖି ମୁରୁକିହସା ଦେଇଥିଲେ। 

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ, ଡ୍ରଗ୍ସ ସ୍କ୍ୱାଡ୍‌ର ଚଢ଼ାଉ

Read Entire Article
LEFT SIDEBAR AD

Hidden in mobile, Best for skyscrapers.