ରାସ୍ତାରେ ଚଢ଼ଉ, ଘାଟରେ କେବେ? ନିୟମ ଉଲ୍ଲଂଘନ କରି ଖୋଳି ଚାଲିଛନ୍ତି ବାଲି ମାଫିଆ

23 hours ago 4
ARTICLE AD BOX

ଜଗତସିଂହପୁର: ଦିନରାତି ୨୪ ଘଣ୍ଟା ନଦୀଗର୍ଭରୁ ବାଲି ଉତ୍ତୋଳନ କରୁଛନ୍ତି ମାଫିଆ। ପରିବେଶ ନିୟମ ସହିତ ସବୁ ନିୟମକୁ ଫୁ କରି ଦେଇଛନ୍ତି। ପୋକଲେନ୍‌ ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ ବେଧଡ଼କ ଚାଲିଛି। ବନ୍ୟା ପାଣି ଛାଡ଼ିବା ପରେ ଏବେ ମାଫିଆମାନେ ବେଶ୍ ସକ୍ରିୟ ହୋଇଯାଇଛନ୍ତି। ନଦୀଗର୍ଭର ଅବସ୍ଥାକୁ ସଂପୂର୍ଣ୍ଣ ବଦଳାଇ ଦେଉଛନ୍ତି। ଏହାଦ୍ବାରା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।  ପ୍ରାୟ ୪ ମାସ ଧରି ବନ୍ୟାପାଣି ଯୋଗୁଁ ଘାଟ ବନ୍ଦ ରହିବା ପରେ ଏବେ ଅଧିକ ପରିମାଣରେ ଉତ୍ତୋଳନ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁରରେ ବିପୁଳ ପରିମାଣର ଚୋରା ବାଲି କାରବାର ଚାଲିଛି। ସପ୍ତାହକ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ବେଳେ ୨୦ରୁ ଅଧିକ ବାଲିବୋଝେଇ ଗାଡ଼ି ଜବତ କରାଗଲାଣି। ଖଣି ବିଭାଗ, ପୁଲିସ, ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ଚଢ଼ଉ ଜାରି ରହିଛି।

ନଦୀବନ୍ଧକୁ ବିପଦ ପୋକଲେନ୍‌ ମେସିନ୍

ଜଗତସିଂହପୁର, ନାଉଗାଁ, ତିର୍ତ୍ତୋଲ, କୃଷ୍ଣାନନ୍ଦପୁର, ବିରିଡ଼ି ଆଦି ଅଞ୍ଚଳରୁ ବାଲି ଗାଡ଼ି ଜବତ କରାଯାଇଛି। କେବଳ ରାଜରାସ୍ତାରେ ଚଢ଼ଉ କରାଯାଉଥିବା ବେଳେ ବାଲି ଚାଲାଣ କରୁଥିବା ଗାଡ଼ିଚାଳକଙ୍କ ପାଖରେ ଟ୍ରାନଜିଟ୍ ପାସ୍ ନ ଥିବା ଜଣାପଡ଼ିଛି। କେତେକ ଗାଡ଼ି ପୁରୁଣା ଟ୍ରାନଜିଟ୍‌ ପାସରେ ବାଲି ଚାଲାଣ କରୁଛନ୍ତି। କେବଳ ରାସ୍ତାରେ ଚଢ଼ଉ ହେଉଥିବା ବେଳେ ଆଇନକୁ ଫୁ କରି ନଦୀଗର୍ଭରୁ ବାଲି ଉତ୍ତୋଳନ କରୁଥିବା ବେପାରୀଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବହୁଦିନ ହେଲା ଘାଟରେ ଚଢ଼ଉ କରାଯାଇ ନାହିଁ। କେବେ ଚଢ଼ଉ କରାଯିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଜଗତସିଂହପୁର ଜିଲ୍ଲାରୁ ଚୋରା ବାଲି କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପାରାଦୀପରେ ବିପୁଳ ପରିମାଣର ଚୋରା ବାଲି ଚାଲାଣ ହେଉଥିବା ବେଳେ ସେଠାରେ ଚଢ଼ଉ କରାଯାଉ ନାହିଁ। ଅନ୍ୟପଟେ ଦେବୀ ନଦୀର ଅପରପାର୍ଶ୍ବର କେତେକ ଘାଟ କଟକ ଜିଲ୍ଲାର ନିଆଳି ଥାନା ଅଧୀନରେ ଆସୁଛି। କିନ୍ତୁ ଏହା ଜଗତସିଂହପୁର ସୀମାରେଖାକୁ ଲାଗି ରହିଛି। ନିଆଳି ତହସିଲ ପକ୍ଷରୁ ଚଢ଼ଉ କରାଯାଉ ନ ଥିବାରୁ ଚୋରାଚାଲାଣ ବଢ଼ିଚାଲିଛି। ଜଗତସିଂହପୁର ସହର ଦେଇ ୯୦ ପ୍ରତିଶତ ବାଲି ଚାଲାଣ କରାଯାଉଥିବା ସୂଚନା ମିଳିଛି। ଚଢ଼ଉ ପାଇଁ ସାଧାରଣରେ ଜୋରଦାର ଦାବି କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.