ମହିଳାଙ୍କୁ ସମର୍ଥନ କରି ଦଣ୍ଡିତ

17 minutes ago 1
ARTICLE AD BOX

ମହିଳାଙ୍କ ପାଇଁ ସ୍ବର ଉଠାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍‌ ଅଭିନେତା ବିବେକ ଓବେରଏ। ନିକଟରେ ‘ରିଲର୍ଣ୍ଣ ଉଇଥ୍‌ କାସ୍‌’ ପଡ୍‌କାଷ୍ଟରେ ଯୋଗ ଦେଇ ବିବେକ ନିଜେ ଏକଥା ପ୍ରକାଶ କରିଛନ୍ତି। ପରଦାରେ ଭଲ ପ୍ରଦର୍ଶନ ସତ୍ତ୍ବେ ୨୦୦୩-୦୪ ମସିହାର ବିବାଦ ତାଙ୍କ କ୍ୟାରିୟର୍‌କୁ ନଷ୍ଟ କରିଦେଇଥିଲା ବୋଲି ବିବେକ ଅଭିଯୋଗ ଆଣିଛନ୍ତି। 
କାହାର ନାମ ନନେଇ ବଲିଉଡ୍‌ର ଦୁଇ ପ୍ରସିଦ୍ଧ ପ୍ରେମୀଯୁଗଳଙ୍କ ବ୍ୟକ୍ତିଗତ ବ୍ୟାପାର ହେତୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ମାମଲାରେ ଅଭିନେତ୍ରୀଜଣକ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅନୁଭବ କରି ବିବେକ ସ୍ବର ଉଠାଇଥିଲେ, ଯାହାର ପରିଣାମ ସେ ସମୟରେ ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା।

ବିବେକ ପ୍ରକାଶ କରିଛନ୍ତି କି ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ପଛରେ ଲାଗିଯାଇଥିଲେ। ତାଙ୍କ ଚଳଚ୍ଚିତ୍ର ସଫଳ ହେଉଥିବା ଏବଂ ପୁରସ୍କାର ମିଳୁଥିବା ସତ୍ତ୍ୱେ ତାଙ୍କୁ କାମ ମିଳିବା ଅଚାନକ ବନ୍ଦ ହୋଇଗଲା। କିଛି ଚଳଚ୍ଚିତ୍ର ସ୍ବାକ୍ଷର କରିବା ପରେ ବି ନିର୍ମାତା ତାଙ୍କୁ ସିନେମାରେ ନେଲେ ନାହିଁ। କାରଣ ଉକ୍ତ ନିର୍ମାତାମାନଙ୍କୁ ଅଣ୍ଡରୱାର୍ଲଡରୁ ଧମକପୂର୍ଣ୍ଣ କଲ୍‌ ଆସୁଥିଲା। ଏଭଳି ବିଷମ ସମୟରେ ତାଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଅନେକ ଲୋକ କାଳକ୍ରମେ ତାଙ୍କଠାରୁ ଦୂରେଇ ଗଲେ। ଏହି ପରିସ୍ଥିତି ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା। ସେହି ସମୟରେ ସେ କ୍ରୋଧ, ନିରାଶା, ନିଶା କବଳରେ ପଡ଼ିଗଲେ। ଏପରିକି ନିଜ ପ୍ରତି ଘୃଣା ଭାବ ଆସିଥିଲା ବୋଲି ସ୍ବୀକାର କରିଛନ୍ତି। 
ଉଲ୍ଲେଖଯୋଗ୍ୟ, ୨୦୦୩ ଏପ୍ରିଲ୍‌ ୧ରେ ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରି ବିବେକ ଅଭିଯୋଗ କରିଥିଲେ ଯେ ଅଭିନେତା ସଲମାନ ଖାଁ ତାଙ୍କୁ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସହ ସଂପର୍କ ନରଖିବାକୁ ଫୋନ୍‌ କରି ଧମକ ଦେଇଛନ୍ତି। ମାତ୍ର ସଲମାନ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ ଭିତରେ ବିବେକ ଆସିଯିବା ସବୁ ବିବାଦର କାରଣ ବୋଲି ବହୁ ଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.