75th Miss Universe Crown: ୭୫ତମ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ

17 minutes ago 1
ARTICLE AD BOX

ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ମୁକୁଟ ଉନ୍ମୋଚିତ ହୋଇଛି। ଏହି ମୁକୁଟ ୧୮ କ୍ୟାରେଟ୍ ଧଳା ସୁନାରେ ଗଢ଼ା ଏବଂ ଏଥିରେ ୩,୧୫୦ଟି ହୀରା ଖଚିତ ହୋଇଛି। ଏହାର ନାମ ରଖାଯାଇଛି ‘ଦ ରେଡିଏନ୍‌ସ ଅଫ୍ ଆନ୍ ଏଟରନାଲ ଲେଗାସି’। ଆସନ୍ତା ୨୪ ତାରିଖରେ ପୁଏର୍ତୋରିକୋର ସାନ୍‌ଜୁଆନ୍‌ଠାରେ ହେବାକୁ ଥିବା ଗ୍ରାଣ୍ଡ୍‌ ଫିନାଲେର ବିଜୟିନୀଙ୍କ ମୁଣ୍ଡରେ ଏହା ଶୋଭା ପାଇବ।

ଏହାକୁ ଅଳଙ୍କାର ଡିଜାଇନର୍ ଜର୍ଜ ୱିଟେଲ୍‌ସ ଓ ପ୍ୟାରିସ୍‌ର ଅଳଙ୍କାର ସଂସ୍ଥା ‘ମେସନ୍ ଡି’ଓର୍’ ମିଳିତ ଭାବେ ତିଆରି କରିଛନ୍ତି। ମୁକୁଟର ଡିଜାଇନ୍‌ରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରତୀକ ଭାବେ ତିନିଟି ବଡ଼ ହୀରା ରହିଛି। ବାମ ପାର୍ଶ୍ୱର ହୀରା ପ୍ରତିବନ୍ଧକ ଭାଙ୍ଗି ନିଜ ପରିଚୟ ସୃଷ୍ଟି କରିଥିବା ମହିଳାଙ୍କୁ ସମ୍ମାନିତ କରୁଥିବାବେଳେ ଡାହାଣ ପାର୍ଶ୍ୱର ହୀରା ସମାଜରେ ପରିବର୍ତ୍ତନ ଆଣୁଥିବା ମହିଳାଙ୍କ ପ୍ରତିନିଧିତ୍ୱ କରୁଛି। ମଝିରେ ଥିବା ସବୁଠାରୁ ବଡ଼ ହୀରା ମିସ୍ ୟୁନିଭର୍ସର ଭବିଷ୍ୟତ ଓ ଆଗାମୀ ପିଢ଼ିର ମହିଳାଙ୍କ ପ୍ରତୀକ। 
ଉଲ୍ଲେଖଯୋଗ୍ୟ, ୧୯୫୨ରେ ପ୍ରଥମ ମିସ୍ ୟୁନିଭର୍ସ ଭାବେ ଫିନ୍‌ଲାଣ୍ଡ୍‌ର ଆର୍ମି କୁସେଲାଙ୍କୁ ୧,୫୨୯ ହୀରା ଖଚିତ ରୋମାନୋଭ୍ ଇମ୍ପେରିଆଲ୍ ମୁକୁଟ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷର ଏହି ସ୍ବତନ୍ତ୍ର ମୁକୁଟ ଦୌଡ଼ରେ ଅଛନ୍ତି ବିଭିନ୍ନ ଦେଶର ଶତାଧିକ ପ୍ରତିଯୋଗୀ। ଭାରତ ପକ୍ଷରୁ କେରଳର କାଜିଆ ଲିଜ୍ ମେଜୋ ଏଥିରେ ଭାଗ ନେଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.