ARTICLE AD BOX
ବର୍ତ୍ତମାନ ପାଣିପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ତାପମାତ୍ରା ବଢ଼ିବା ସହ କେତେବେଳେ ମରୁଡ଼ି ତ ଆଉ କେତେବେଳେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଉଛି। ଏଭଳି ସମସ୍ୟାର ସମାଧାନ ପାଇଁ ଗୁଗଲ୍ ଏକ ନୂଆ ପଦକ୍ଷେପ ନେଇଛି। ଏଆଇ ସାହାଯ୍ୟରେ ଜଳବାୟୁ ସହନଶୀଳ ଫସଲ ବିକାଶ କରି ଚାଷୀଙ୍କୁ ସାହାଯ୍ୟ କରିବାକୁ କମ୍ପାନି ଯୋଜନା କରିଛି।
Drug smuggling: ୬୯.୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୬୫୭.୦୮୯ ଗ୍ରାମ ବ୍ରାଉନସୁଗାର ଜବତ
ଅକ୍ଟୋବର ୨୦୨୬ରେ ଗୁଗଲ୍ ଏହି କୃଷି ଗବେଷଣା ଯୋଜନା ଘୋଷଣା କରିଛି। ଏଥିପାଇଁ ହାଇଦ୍ରାବାଦର ‘ଆଇସିଆରଆଇଏସ୍ଏଟି’, ହଡସନ୍ ଆଲଫା ଜୈବ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଓ ୱାସିଂଟନ୍ ବିଶ୍ୱବିଦ୍ୟାଳୟ ସହ ମିଶି କାମ କରିବ। ପ୍ରଥମେ ଜୋଆର ବା ସୋରଘମ୍ ଫସଲ ଉପରେ ଗବେଷଣା କରାଯିବ। ଓଡ଼ିଶାର କେତେକ ସ୍ଥାନରେ ଜୋଆରକୁ ଜହ୍ନା ବା ଖେଟିଜହ୍ନା ବୋଲି କୁହାଯାଏ। କେତେକ ସ୍ଥାନରେ ଏହାକୁ ଗାଙ୍ଗେଇ ବୋଲି ମଧ୍ୟ କୁହାଯାଏ। ୯୦ରୁ ଅଧିକ ଦେଶରୁ ସଂଗ୍ରହ କରାଯାଇଥିବା ୪୪ ହଜାରରୁ ଅଧିକ ବିହନକୁ ନେଇ ଏହି ଗବେଷଣା ହେବ। ଏଆଇ ଓ ଯନ୍ତ୍ର ଶିକ୍ଷଣ ସାହାଯ୍ୟରେ ଏକ ଜିନ୍ ମାନଚିତ୍ର ପ୍ରସ୍ତୁତ କରାଯିବ। ଏହାଦ୍ୱାରା ଅଧିକ ଅମଳ ଦେଉଥିବା ଓ ଖରା, ମରୁଡ଼ି ଭଳି ପରିସ୍ଥିତି ସହିପାରୁଥିବା ଫସଲ ବିକାଶ କରିବା ସହଜ ହେବ। ଏଥିସହ ଚଣା, ଚିନାବାଦାମ ଓ ହରଡ଼ ଭଳି ଡାଲିଜାତୀୟ ଫସଲ ଉପରେ ଗବେଷଣା ପାଇଁ ତିନିବର୍ଷିଆ ଉଚ୍ଚତର ଗବେଷଣା ବୃତ୍ତି ମଧ୍ୟ ଆରମ୍ଭ କରାଯିବ। ଅନ୍ୟପକ୍ଷରେ, ଗୁଜରାଟର ଛ’ଲକ୍ଷରୁ ଅଧିକ ଚାଷୀଙ୍କୁ ୯୦ କୋଟିରୁ ଅଧିକ ଏସ୍ଏମ୍ଏସ୍ ମାଧ୍ୟମରେ କୃଷି ପରାମର୍ଶ ଦିଆଯାଇଛି।
Football match: ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ; ରାଜନେତା ଏକାଦଶ ଡିସିଏଲ୍ ଚମ୍ପିୟାନ
ଏହି ବାର୍ତ୍ତାରେ ଫସଲ, ମାଟି, ପାଣିପାଗ ଓ ରୋଗପୋକ ସମ୍ପର୍କରେ ଜରୁରି ସୂଚନା ଦିଆଯାଉଛି। କୃଷି ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁଗଲ୍ ଏଆଇର ବ୍ୟବହାର ବଢ଼ାଉଛି। ଏହାର ଏଆଇ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ୮୦ ହଜାରରୁ ଅଧିକ ଶିକ୍ଷକ ଉପକୃତ ହୋଇଛନ୍ତି। ଏଥିସହ ଭାରତର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଗୁଗଲ୍ ଡଟ୍ ଓଆର୍ଜି ୧୫ ନିୟୁତ ଡଲାର ଅର୍ଥ ସହାୟତା ଘୋଷଣା କରିଛି। ପ୍ରଯୁକ୍ତିବିଦ୍ୟା ଚାଷୀଙ୍କ ପାଖରେ ପହଞ୍ଚିଲେ ଚାଷ କାମ ଅଧିକ ସହଜ ଓ ଉନ୍ନତ ହୋଇପାରିବ। ଏହାଦ୍ୱାରା ଫସଲ ଉତ୍ପାଦନ ବଢ଼ିବା ସହ ଦେଶର ଖାଦ୍ୟ ସୁରକ୍ଷା ମଧ୍ୟ ମଜଭୁତ ହେବ।

14 minutes ago
1


