ଚନ୍ଦାପଣ ଦୂର କରିବ ଇଲେକ୍‌ଟ୍ରିକ୍‌ ପାନିଆ!

56 minutes ago 1
ARTICLE AD BOX

ମୁଣ୍ଡର କେଶ ମଣିଷର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ନିଜ ପସନ୍ଦ ଓ ବ୍ୟକ୍ତିତ୍ବକୁ ନଜରରେ ରଖି ସମସ୍ତେ କେଶର ବିଶେଷ ଯତ୍ନ ନେଇଥାନ୍ତି। କେହି କେହି ଚନ୍ଦାପଣ ତଥା ଚୁଟି ଝଡ଼ିବାରୁ ମୁକ୍ତି ପାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରନ୍ତି। ଏଭଳି ସମୟରେ ଚୀନ୍‌ରୁ ଏକ ଭଲ ଖବର ମିଳିଛି। ସେଠାକାର ବୈଜ୍ଞାନିକମାନେ ଏଭଳି ଏକ ପାନିଆ ବାହାର କରିଛନ୍ତି, ଯାହା କେଶ ଝଡ଼ିବା ବିରୋଧରେ ଲଢ଼ିବା ସହ ଶୀଘ୍ର ଶୀଘ୍ର କେଶବୃଦ୍ଧିରେ ସହାୟକ ହୋଇପାରିବ। 

ବେଜିଂସ୍ଥିତ ବେଇହାଙ୍ଗ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ‘ନେଚର୍‌ କମ୍ୟୁନିକେସନ୍‌ସ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଏହାକୁ ‘ଡିଟାଙ୍ଗଲ୍‌’ ପଦ୍ଧତି ବୋଲି କୁହାଯାଏ ଓ ଏହି ସ୍ବତନ୍ତ୍ର ଉପକରଣଟି ହେଉଛି ପାନିଆ ଆକୃତିର ଏକ ବାୟୋଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ। ଏହି ପାନିଆରେ ବିଭିନ୍ନ ଉଚ୍ଚତାର ଇଲେକ୍ଟ୍ରୋଡ୍‌ଯୁକ୍ତ ଦାନ୍ତ ରହିଛି, ଯାହା ସାଧାରଣ ପାନିଆ ଅପେକ୍ଷା କେଶର ପୂରା ତଳେ ଥିବା କ୍ଷେତ୍ର (ଫୋଲିକଲ୍‌)ର ୯ଗୁଣ ଅଧିକ ଗଭୀରକୁ ପ୍ରବେଶ କରିଥାଏ। ସେହି କ୍ଷେତ୍ରରେ ପ୍ରବେଶ କରି ପାନିଆର ଦାନ୍ତ ଏକ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି କରିଥାଏ, ଯାହା କେଶ ଝଡ଼ିବା ରୋକିବା ସାଙ୍ଗକୁ ତା’ର ବୃଦ୍ଧି ଘଟାଇଥାଏ।

ଗବେଷକମାନେ ମୂଷାମାନଙ୍କଠାରେ ଡିଟାଙ୍ଗଲ୍‌ ପଦ୍ଧତିର ପରୀକ୍ଷା କରି ଦେଖିଛନ୍ତି ଯେ, ଇଲେକ୍ଟ୍ରୋ ଷ୍ଟିମୁଲେସନ୍‌ ଦିଆଯାଇଥିବା ମୂଷାମାନଙ୍କ କେଶ ବୃଦ୍ଧି ପ୍ରାୟ ୪୦ ପ୍ରତିଶତ ତ୍ବରାନ୍ବିତ ହୋଇଥିଲା। ଏହା ଏକ ବଡ଼ ସଫଳତା ବୋଲି ସେମାନେ କହିଛନ୍ତି। ତେଣୁ ବିଶ୍ବର କୋଟି କୋଟି ପୁରୁଷଙ୍କ ଚନ୍ଦାପଣ ଦୂର କରିବାରେ ଏହି ଉପକରଣଟି ଏକ ଅସ୍ତ୍ର ଭାବେ କାର୍ଯ୍ୟ କରିବାର ବାଟ ଖୋଲିଯାଇଛି। ତେବେ ଏହି ପାନିଆକୁ ମଣିଷମାନେ ବ୍ୟବହାର କରିବା କେତେ ନିରାପଦ ହେବ, ତାହା ଗବେଷକମାନେ ସ୍ପଷ୍ଟ କରି ନାହାନ୍ତି। ତେଣୁ ଅଧିକ ଗବେଷଣା ପାଇଁ ଅପେକ୍ଷା କରିବାକୁ ପଡ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.