ARTICLE AD BOX
/sambad/media/media_files/2026/11/21/odissi1-2026-11-21-21-23-01.jpeg)
1/6
ଏହି ଅବସରରେ ଓଡ଼ିଶୀ, ପାଇକ ଯୁଦ୍ଧକଳା ନୃତ୍ୟ ଓ ଧାପ ନୃତ୍ୟର ଚିତ୍ତାକର୍ଷକ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି ସାଂସ୍କୃତିକ ପ୍ରସ୍ତୁତି ଜାତୀୟ ମଞ୍ଚରେ ଓଡ଼ିଶାର ଶାସ୍ତ୍ରୀୟ ଗରିମା, ଲୋକପରମ୍ପରା ଓ ବୀରତ୍ୱପୂର୍ଣ୍ଣ ସାଂସ୍କୃତିକ ଐତିହ୍ୟର ଏକ ମନୋରମ ସମନ୍ୱୟ ପ୍ରଦର୍ଶନ କରିଥିଲା।
/sambad/media/media_files/2026/11/21/odissi2-2026-11-21-21-23-11.jpeg)
2/6
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ସୁଶ୍ରୀ ରିତୁ ଅରୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ତାଙ୍କ ସହିତ ଅତିରିକ୍ତ ଆବାସିକ ଆୟୁକ୍ତ ସୁଶ୍ରୀ ସୁଚରିତା ଷଡଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସୁଶ୍ରୀ ସୁଚେତା ପ୍ରିୟଦର୍ଶିନୀ ଏବଂ ଉପନିର୍ଦ୍ଦେଶିକା-ତଥା-ପାଭିଲିୟନ୍ ନୋଡାଲ ଅଧିକାରୀ ଶ୍ରୀ ଅଶ୍ୱିନୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ, ଆମନ୍ତ୍ରିତ ଅତିଥି ଏବଂ ମେଳାକୁ ଆସିଥିବା ଦର୍ଶକମାନେ ଏହି ସମାରୋହରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଉପସ୍ଥାପକଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନରୁ ହୋଇଥିଲା।
/sambad/media/media_files/2026/11/21/odissi3-2026-11-21-21-23-40.jpeg)
3/6
ଅତିଥିମାନଙ୍କ ଆଗମନ ପରେ ପାରମ୍ପରିକ ଦୀପ ପ୍ରଜ୍ଵଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ଓଡ଼ିଶା ରାଜ୍ୟ ସମାରୋହର ଶୁଭ ଉଦ୍ଘାଟନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରର 'କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍' ପକ୍ଷରୁ ପରିବେଷିତ ମନୋରମ ଓଡ଼ିଶୀ ନୃତ୍ୟରୁ ହୋଇଥିଲା। ଓଡ଼ିଶୀ ନୃତ୍ୟର ଭାବପୂର୍ଣ୍ଣ ଅଭିବ୍ୟକ୍ତି, ଶାସ୍ତ୍ରୀୟ ମୁଦ୍ରା ଓ ଲୟବଦ୍ଧ ପଦଚାଳନା ଦର୍ଶକମାନଙ୍କୁ ଓଡ଼ିଶାର ସମୃଦ୍ଧ ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ଅନୁଭବ ପ୍ରଦାନ କରିଥିଲା।
/sambad/media/media_files/2026/11/21/odissi4-2026-11-21-21-23-55.jpeg)
4/6
ଏହାପରେ ଖୋର୍ଦ୍ଧାର 'ପାଇକ ଆଖଡ଼ା କବିରାଜ ଆଣ୍ଡ ଗ୍ରୁପ୍' ପକ୍ଷରୁ ପାଇକ ଯୁଦ୍ଧକଳା ନୃତ୍ୟ ପରିବେଷଣ କରାଯାଇଥିଲା। ଶୃଙ୍ଖଳିତ ସାମୂହିକ ପ୍ରଦର୍ଶନ ଓ ପ୍ରଭାବଶାଳୀ ଯୁଦ୍ଧକଳା ମୁଦ୍ରାରେ ସମୃଦ୍ଧ ଏହି ପରିବେଷଣ ଓଡ଼ିଶାର ଗୌରବମୟ ପାଇକ ପରମ୍ପରା, ସାହସ ଓ ବୀରତ୍ୱକୁ ଜୀବନ୍ତ ରୂପରେ ଉପସ୍ଥାପନ କରିଥିଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ବଲାଙ୍ଗୀରର 'ଦୁଲଦୁଲି କଳା ପରିଷଦ' ପକ୍ଷରୁ ଢାପ ନୃତ୍ୟ ପରିବେଷଣ କରାଯାଇଥିଲା। ପାରମ୍ପରିକ ଢାପର ତାଳବଦ୍ଧ ଶବ୍ଦ, ଉତ୍ସାହଭରା ନୃତ୍ୟ ଓ ଲୋକସଂସ୍କୃତିର ସୁଲଳିତ ପରିବେଷଣ ଓଡ଼ିଶାର ସମୃଦ୍ଧ ଲୋକପରମ୍ପରା ଓ ଗ୍ରାମୀଣ ସାଂସ୍କୃତିକ ଐତିହ୍ୟର ଝଲକ ପ୍ରଦାନ କରିଥିଲା।
/sambad/media/media_files/2026/11/21/odissi5-2026-11-21-21-24-17.jpeg)
5/6
/sambad/media/media_files/2026/11/21/odissi5-2026-11-21-21-24-33.jpeg)
6/6
ଓଡ଼ିଶୀ, ପାଇକ ଓ ଢାପ ନୃତ୍ୟର ଏହି ତିନୋଟି ପରିବେଷଣ ଯଥାକ୍ରମେ ରାଜ୍ୟର ଶାସ୍ତ୍ରୀୟ କଳାତ୍ମକ ଗରିମା, ବୀରତ୍ୱପୂର୍ଣ୍ଣ ଯୁଦ୍ଧ ପରମ୍ପରା ଓ ପ୍ରାଚୀନ ଲୋକସଂସ୍କୃତିକୁ ଚମତ୍କାର ଭାବେ ଉପସ୍ଥାପନ କରିଥିଲା। କାର୍ଯ୍ୟକ୍ରମର ଶେଷରେ ଅତିଥିମାନଙ୍କ ଦ୍ୱାରା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାମୂହିକ ଫଟୋ ଉତ୍ତୋଳନ କରାଯାଇଥିଲା। ଓଡ଼ିଶା ରାଜ୍ୟ ଦିବସ ସମାରୋହ ଆଇଆଇଟିଏଫ୍-୨୦୨୬ର ବ୍ୟାପକ ବିଷୟବସ୍ତୁ “ବିକାଶ ଓ ବିରାସତକୁ ମଧ୍ୟ ସାର୍ଥକ ଭାବେ ପ୍ରତିଫଳିତ କରିଥିଲା। ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ଜ୍ଞାନ, ସ୍ୱଦେଶୀ ହସ୍ତକଳା ଓ କଳାତ୍ମକ ପରମ୍ପରା କିପରି ବିକାଶ ଓ ପ୍ରଗତି ପାଇଁ ପ୍ରେରଣାର ଉତ୍ସ ହୋଇପାରୁଛି, ଏହି ସମାରୋହ ତାହାର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିଥିଲା।

3 hours ago
1


