SI dies in quarters: କ୍ୱାର୍ଟର୍ସରେ ଏସ୍‌ଆଇଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର, ୨ମାସର ଗର୍ଭବତୀ ଥିଲେ

1 day ago 3
ARTICLE AD BOX

ପୁରୁଷୋତ୍ତମପୁର/ଦଶରଥପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ଶବ ତାଙ୍କ ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର ହୋଇଛି। ଆଜି ସକାଳ ସାଢ଼େ ୯ଟାରେ ବେକରେ ରଶି ବନ୍ଧାଯାଇଥିବା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର ହୋଇଛି। ୨ମାସର ଗର୍ଭବତୀ ଥିବା ପ୍ରଭାସିନୀଙ୍କ ଚରମ ନିଷ୍ପତ୍ତି ପଛରେ କାର୍ଯ୍ୟର ଚାପ, ମାନସିକ ଅବସାଦ ନା ଅନ୍ୟ କିଛି କାରଣ ରହିଛି, ସେନେଇ କିଛି ସ୍ପଷ୍ଟ ହୋଇପାରିନି। ତାଙ୍କ ଝିଅ ଆତ୍ମହତ୍ୟା କରିନି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମୃତ ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଅଭିଯୋଗ କରିଛନ୍ତି।

Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ମଲ୍ଲିକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମର ପ୍ରଭାସିନୀ ପିଲାଦିନୁ ମେଧାବୀ ଛାତ୍ରୀ ଥିଲେ। ନିଜ ଗାଁରୁ ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ଦଶରଥପୁର ସାଧୁ ଗୌଡ଼େଶ୍ବର ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢ଼ା ଶେଷ କରିଥିଲେ। ପୁଲିସ ଏସ୍‌ଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ସଫଳତାର ସହ ତାଲିମ ସାରି ଭୁବନେଶ୍ବରର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିଲେ। ୬ ମାସ ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନାକୁ ତାଙ୍କର ବଦଳି ହୋଇଥିଲା। ଗତ ଏପ୍ରିଲ ମାସରେ ରେଳ ବିଭାଗରେ ଲୋକୋ ପାଇଲଟ୍‌ ଭାବେ କାର୍ଯ୍ୟ କରୁଥିବା ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବିକାଶ କୁମାର ବେହେରାଙ୍କ ସହ ତାଙ୍କର ବିବାହ ହୋଇଥିଲା।

ସେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା କ୍ବାର୍ଟର୍ସରେ ଏକୁଟିଆ ରହୁଥିବା ବେଳେ ରେଳବାଇରେ କାର୍ଯ୍ୟରତ ସ୍ବାମୀ ରାଉରକେଲାରେ ରହୁଛନ୍ତି। ପ୍ରଭାସିନୀ ଏହା ମଧ୍ୟରେ ବହୁ ମାମଲାର ଗୁରୁ ଦାୟିତ୍ବ ସମ୍ଭାଳି ଆସୁଥିଲେ। କିନ୍ତୁ ତାଙ୍କର ଏଭଳି ମୃତ୍ୟୁକୁ ସହକର୍ମୀମାନେ ବି ଗ୍ରହଣ କରିପାରୁ ନାହାନ୍ତି। ଗତକାଲି ରାତି ପାଖାପାଖି ୧୦ଟାରେ ସେ ନିଜ ବାପାଙ୍କ ସହ ମୋବାଇଲରେ କଥା ହୋଇଥିବା ପରିବାର ଲୋକେ କହିଛନ୍ତି। ଆଜି ପୂର୍ବାହ୍ଣରେ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ଖବରକୁ ଘରଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ପ୍ରଭାସିନୀଙ୍କ ବାପା ଭୀମସେନ ଓ ବଡ଼ବାପା ଯୁଧିଷ୍ଠିର ସାହୁ ଅଭିଯୋଗ କରିଛନ୍ତି।

Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?

 ଏହି ଘଟଣା ନେଇ ଗଞ୍ଜାମ ଏସ୍‌ପି ହରୀଶ ବିସି, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ପୁରୁଷୋତ୍ତମପୁର ଥାନାଧିକାରୀ କୁଳମଣି ସେଠୀଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଛାନ୍‌ଭିନ୍‌ କରିଛି। ପରିବାର ଲୋକେ ସନ୍ଧ୍ୟାରେ ପହଞ୍ଚିବା ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି। କେସ୍‌ ନମ୍ବର ୩୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଓଡ଼ିଶା ପୁଲିସ ବିଭାଗରେ ବହୁ ଏସ୍‌ଆଇ ପଦ ଖାଲି ଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଅତ୍ୟଧିକ ଚାପ ଯୋଗୁଁ ଏଭଳି ଘଟଣା ଘଟୁଥିବା ଓଡ଼ିଶା ପୁଲିସ ଅଫିସର ସଂଘ ସଭାପତି ରସିତ୍‌ ରଞ୍ଜନ ଜେନା ଅଭିଯୋଗ ଆଣିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.