Laxman Nayak birth anniversary: ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ

2 hours ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସହିଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ନବରଙ୍ଗପୁରସ୍ଥିତ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ ସଭାପତିତ୍ବ କରିଥିଲେ। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେl 

ନବରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ କୁନୁ ନାୟକ, ପୌରପାଳିକାର ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ସମାଜସେବୀ  ଦେବଦାସ ମହାଙ୍କୁଡ଼, ଆଇନଜୀବୀ କିଶୋରୀ ପଟ୍ଟନାୟକ ଏବଂ ବିଦ୍ୟାଳୟର ସଭାପତି ଜଗନ୍ନାଥ ଜାନୀ ପ୍ରମୁଖ ଯୋଗଦେଇ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅସୀମ ତ୍ୟାଗ, ସାହସ, ସଂଘର୍ଷ ଓ ଦେଶପ୍ରେମକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦିଆଯାଇଥିଲା। 

ଜୟନ୍ତୀ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସଂଯୋଜନା କରିଥିଲେ। ଜିଲ୍ଲାସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଲଗାଯାଇଥିବା ପ୍ଲେକ୍ସ ଓ ବୋର୍ଡରେ ଶହୀଦ ଲକ୍ଷ୍ମଣ ନାୟକ ଲେଖିବା ବଦଳରେ ଶହୀଦ ଲକ୍ଷ୍ମଣ ନାଏକ ଲେଖା ଯାଇଥିବା ଘଟଣାକୁ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଛି। 

ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦ ଅନୁକୂଲ୍ୟରେ ପାପଡାହାଣ୍ଡି ବ୍ଲକର କାଙ୍ଗୁମାଝିଗୁଡା(ଝାଡପଦର) ଠାରେ ଏହି ଦିବସ ପାଳନ ହୋଇଥିଲା। ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ବଜ ମାଝୀ, ଜିଲ୍ଲାସଭାପତି ଡମୁସିଂ ମାଝୀ, ଉଧର ଗୌଡ, ମୁରଲିଧର ବିଷୋୟୀ, ତ୍ରିନାଥ ମାଝୀ, ସୁରେଶ ଚନ୍ଦ୍ର କଚିମ, ଶ୍ୟାମ ଭତରା, କମଲୋଚନ ଗୌଡ ପ୍ରମୁଖ ଯୋଗ ଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.