ARTICLE AD BOX
ଭୁବନେଶ୍ୱର: ଚୋରା ସୁନା ଚାଲାଣ ପଛରେ ପୁଣି ଏକ ବଡ଼ ରୢାକେଟ୍ର ପର୍ଦ୍ଦାଫାସ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ)। ୧୬ ନମ୍ବର ଜାତୀୟ ରାଜପଥରୁ ଏକ କିଆ ସେଲ୍ଟସ୍ କାର୍ରୁ ବିପୁଳ ମାତ୍ରାରେ ସୁନା ବିସ୍କୁଟ୍ ଜବତ ହୋଇଛି। କାର୍ ଟେଲ୍ ଲାଇଟ୍ ପଛପଟେ ସ୍ୱତନ୍ତ୍ର ଭାବେ ତିଆରି ଗୁପ୍ତ ଚାମ୍ବରରେ ଲୁଚାଇ ରଖାଯାଇଥିଲା ୨.୯୮ କିଲୋ ବିଦେଶୀ ସୁନା। ଜବତ ସୁନାର ମୂଲ୍ୟ ପ୍ରାୟ ୩ କୋଟି ୮୩ ଲକ୍ଷ ଟଙ୍କା ହେବ ବୋଲି ଡିଆର୍ଆଇ ସୂଚନା ଦେଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସୁନା ଚାଲାଣରେ ବ୍ୟବହୃତ କାର୍କୁ ଡିଆର୍ଆଇ ଜବତ କରିଛି।
Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା
କୋଲକାତାରୁ ହାଇଦ୍ରାବାଦ ଯାଉଥିଲା, ୨ ଗିରଫ
ସୁନା ବିସ୍କୁଟ୍ର ମୂଲ୍ୟ ୩.୮୩ କୋଟି ଟଙ୍କା
ଡିଆର୍ଆଇର ହାଇଦ୍ରାବାଦ ଜୋନାଲ୍ ୟୁନିଟ୍କୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ କୋଲକାତାରୁ ହାଇଦ୍ରାବାଦ ଚାଲାଣ ହେଉଥିବା ଏକ କିଆ ସେଲ୍ଟସ୍ କାର୍କୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଏନଏଚ୍ ୧୬ରେ ଅଟକାଇ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ କିଛି ମିଳିନଥିଲେ ମଧ୍ୟ ସନ୍ଦେହ ବଳବତ୍ତର ହେବାରୁ କାର୍ର ଡୋର୍ ଓ ଟେଲ୍ (ପଛପଟ) ଲାଇଟ୍ ଖୋଲି ତନ୍ନତନ୍ନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗାଡ଼ିର ଗୋଟିଏ ପଛ ଲାଇଟ୍ରେ ସ୍ୱତନ୍ତ୍ର ଭାବେ ନିର୍ମିତ ଚାମ୍ବରରୁ ଆଡ୍ହେସିଭ୍ ଟେପ୍ରେ ଗୁଡ଼ାଯାଇଥିବା ତିନିଟି ପ୍ୟାକେଟ୍ ମିଳିଥିଲା। ପ୍ୟାକେଟ୍ ଖୋଲିବା ପରେ ସେଥିରୁ ୨୫ ଖଣ୍ଡ ସୁନା ବିସ୍କୁଟ୍ ମିଳିଥିଲା। ଏଥିରେ ବିଦେଶୀ ଭାଷାରେ ଷ୍ଟାମ୍ପ ଲାଗିଥିବା ଡିଆର୍ଆଇ ସୂଚନା ଦେଇଛି। ତେଣୁ ସୁନା ବେଆଇନ ଭାବେ ବାହାର ଦେଶରୁ କୋଲକତା ଅଣାଯାଇଥିଲା ଏବଂ ପରେ କାର୍ ଯୋଗେ ହାଇଦ୍ରାବାଦ ନିଆଯାଉଥିଲା ବୋଲି ଡିଆର୍ଆଇ ସ୍ପଷ୍ଟ କରିଛି। ଅପରପଟେ ସୁନା କେଉଁ ଦେଶରୁ ଆସିଲା ଏବଂ ଏହାର ଚାଲାଣ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।
Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?

11 minutes ago
1


