କୁଲଗାମ୍‌ରେ ସିଆର୍‌ପିଏଫ୍‌ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା; ୫୦୦ରୁ ଅଧିକ ଲୋକଙ୍କୁ ଜେରା, ୨୦ ଅଟକ

2 days ago 3
ARTICLE AD BOX

କୁଲ୍‌ଗାମ : କୁଲଗାମ ସିଆରପିଏଫ୍‌ ଶିବିର ଉପରେ ଆକ୍ରମଣ ଘଟଣାରେ ତଦନ୍ତ ତ୍ବରାନ୍ବିତ ହୋଇଛି । ତଦନ୍ତକାରୀ ଦଳ ବିଶ୍ବାସ କରୁଛନ୍ତି ଯେ ଆକ୍ରମଣ ହଠାତ୍‌ ହୋଇନାହିଁ । ଗୁଳିକାଣ୍ଡ ପୂର୍ବରୁ ଏକ ବିସ୍ତୃତ ପ୍ରସ୍ତୁତି କରାଯାଇଛି ଏବଂ କିଛି ସ୍ଥାନୀୟ ଆତଙ୍କୀ ସମର୍ଥନ ଆକ୍ରମଣ ପରିଚାଳନାରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଆକ୍ରମଣ ପରେ ଖସିଯିବାପାଇଁ ସେମାନଙ୍କୁ ବାଟ ଦେଖାଇଥିଲେ ।

ମେ’ ୨ ଗୁଜରାଟୀ ଗ୍ୟାଙ୍ଗ୍‌ ଟିପ୍ପଣୀ ପାଇଁ ଅଭିଷେକଙ୍କୁ ୪ ଘଣ୍ଟା‌ ଜେରା

ନଭେମ୍ବର ୧୧ ଅପରାହ୍ନ ୨.୧୫ ସମୟରେ ଏହି ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ କୁଲଗାମର ମୀର୍‌ ବଜାରରେ ଆଖରନର ୪୬ ବାଟାଲିଅନ୍‌ର ସିଆରପିଏଫ୍‌ ନାକା ପାର୍ଟି ଉପରେ ଗୁଳି ଚଳାଇଥିଲେ । ଗୁଳିକାଣ୍ଡରେ ୩ ଜଣ ସିଆର୍ପି‌ଏଫ୍‌ ଯବାନ ଆହତ ହୋଇଥିଲେ । ଏହି ଘଟଣାରେ ସ୍ଥାନୀୟ ସମର୍ଥନ ନେଟୱର୍କକୁ ଚିହ୍ନଟ କରିବାପାଇଁ ସୁରକ୍ଷାକର୍ମୀମାନେ ଗତ ୨ ଦିନ ମଧ୍ୟରେ ୫୦୦ରୁ ଅଧିକ ଲୋକଙ୍କୁ ଜେରା କରିଛନ୍ତି ।

ମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବାବେଳେ ୨୦ ଜଣଙ୍କୁ ପରବର୍ତ୍ତୀ ଜେରା ପାଇଁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ଲସ୍କର ଏ ତଏବାର ଓଭର୍‌ ଗ୍ରାଉଣ୍ଡ୍‌ ୱାର୍କର ବୋଲି ଜଣାପଡ଼ିଛି । ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ୍‌ ସ୍କାନ୍‌ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.