କଳାକୃତି ଦେଇଛି ରୋଜଗାର: ବହୁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କଲେଣି ମନୀଷା

1 day ago 3
ARTICLE AD BOX

କଟକ: ପାରମ୍ପରିକ ଚିତ୍ରକଳାକୁ ଶାଢ଼ି ଓ ଟି-ସାର୍ଟରେ ଚିତ୍ରିତ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ମନୀଷା ମଞ୍ଜରୀ କର। ଏହି କଳାକୃତିକୁ ଶିଖାଇ ୧୦ରୁ ଅଧିକ ମହିଳାଙ୍କୁ ରୋଜଗାର ଦେଇଛନ୍ତି ମନୀଷା। ଶହେରୁ ଅଧିକ ପିଲାଙ୍କୁ ଏହି କଳାକୌଶଳର ଶିକ୍ଷାଦାନ ବି କରୁଛନ୍ତି। ମହତାବରୋଡ୍‌ ଅଞ୍ଚଳର ମନୀଷା ମଧୁବନୀ ଚିତ୍ରକଳା, ଜନଜାତି କଳା, ପଟ୍ଟଚିତ୍ର, ଗୋଣ୍ଡ କଳା ସମେତ ଅନେକ ପାରମ୍ପରିକ ଓ ଆଧୁନିକ ଚିତ୍ରକଳାକୁ କାନଭାସ୍‌, କପଡ଼ା ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ମାଧ୍ୟମରେ ଜୀବନ୍ତ ରୂପ ଦେଉଛନ୍ତି। ତାଙ୍କର ସାମଗ୍ରୀକୁ ‘ମନୀଷା କଳାକ୍ରିତୀ’ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇ ବ୍ୟବସାୟ କରୁଛନ୍ତି। ପିଲାଟି ଦିନରୁ ତାଙ୍କର କଳାକୃତିରେ ରୁଚି ଥିଲା। ବିବାହ ପରେ ସ୍ବାମୀଙ୍କ ସହଯୋଗରେ ଫେବ୍ରିକ୍‌ ପେଣ୍ଟିଙ୍ଗ୍‌, ପଟ୍ଟଚିତ୍ର କଳାକୃତିକୁ ଆଗେଇ ନେଇଥିଲେ। ପ୍ରଥମେ ଜଣେ ସମ୍ପର୍କୀୟଙ୍କ ପାଇଁ ଶାଢ଼ିରେ କଳାକୃତି କରିବା ପାଇଁ ଅର୍ଡର ନେବା ଆରମ୍ଭ କରିଥିଲେ।

Women farmers: ନବରଂଗପୁର ମହିଳା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଅମେରିକା ଓ ଲଣ୍ଡନରେ ବିକ୍ରି

ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ସ୍ବତନ୍ତ୍ର ଡ୍ରେସ୍‌ ଡିଜାଇନ୍‌, ପେଣ୍ଟିଙ୍ଗ୍‌, ବ୍ଲାଉଜ୍‌ ଡିଜାଇନ୍‌ ଆଦି ସାମଗ୍ରୀକୁ ବୁଟିକ୍‌କୁ ଯୋଗାଇବା ଆରମ୍ଭ କରିଥିଲେ। ତାଙ୍କ ହାତତିଆରି ସାମଗ୍ରୀ ଗ୍ରାହକାଦୃତ ହେବାପରେ ସେ ଅନଲାଇନ୍‌ରେ ‘ମନୀଷା କଳାକ୍ରିତୀ’ ନାମରେ ଆଇଡି ଓପନ୍‌ କରି ବ୍ୟବସାୟ ଆରମ୍ଭ କରିଥିଲେ। ପରେପରେ କୁର୍ତ୍ତି, ଟି-ସାର୍ଟ ଉପରେ ପେଣ୍ଟିଙ୍ଗ୍‌, ବିଭିନ୍ନ ସାଇଜର୍‌ ପଟ୍ଟଚିତ୍ର, କାନଭାସ୍‌ ପେଣ୍ଟିଙ୍ଗ୍‌ ପାଇଁ ସହର ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଅର୍ଡର ଆସିବାକୁ ଲାଗିଲା। ଏହାପରେ ସେ ୧୦ରୁ ଅଧିକ ପିଲାଙ୍କୁ ଏହି କଳାକୃତି ଶିଖାଇଲେ। ସେମାନେ ନିଜସ୍ବ ଉଦ୍ୟମରେ ରୋଜଗାରକ୍ଷମ ହୋଇପାରିଛନ୍ତି। ମହତାବରୋଡ୍‌ରେ ଶାଶୂଘରେ ରହି ସାମନ୍ତସାହି ଏବଂ ମହତାବ ରୋଡ୍‌ରେ ୨ଟି ଆର୍ଟ କ୍ଲାସ୍‌ କରୁଛନ୍ତି। ନର୍ସରିଠାରୁ ଯୁକ୍ତ୨ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଏବଂ ଯୁକ୍ତ୨ରୁ ଅଧିକ ବର୍ଗର ପିଲାଙ୍କ ପାଇଁ ପୃଥକ ଭାବେ ଶିକ୍ଷାଦାନ ଦେଉଛନ୍ତି। ଅନେକ ଗୃହିଣୀଙ୍କୁ ଏହି କଳାକୃତି ଶିଖାଇ ରୋଜଗାର ଦେଉଛନ୍ତି। ଲଳିତକଳା ଏକାଡେମି, ଓରମାସ୍‌, କାଓ ଗ୍ରୁପ୍‌, ବାଲିଯାତ୍ରାରେ ସେ ତାଙ୍କ ଷ୍ଟଲ୍‌ ପ୍ରଦର୍ଶନ କରିଥା’ନ୍ତି। ଆର୍ଥିକ ଭାବେ ଅସହାୟ ମହିଳାମାନଙ୍କୁ କଳା ମାଧ୍ୟମରେ ରୋଜଗାର ଦେବା ଲକ୍ଷ୍ୟ ବୋଲି ଶ୍ରୀମତୀ କର କହିଛନ୍ତି।

Odisha cyclone alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ; ପ୍ରତି ପଞ୍ଚାୟତରେ ଡାକବାଜି ଯୋଗେ ସର୍ତ୍ତକ କରାଯିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.