କର୍ଣ୍ଣାଟକ ସିଇସିଙ୍କ ଅଫିସ୍‌ ବାହାରେ ଧାରଣାରେ ବସି‌‌ଲେ ଶିବକୁମାର

4 hours ago 1
ARTICLE AD BOX

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଫିସର୍‌ ଭି ଅମ୍ବୁକକୁମାରଙ୍କ ଅଫିସ୍‌ ବାହାରେ ଧାରଣାରେ ବସିଛନ୍ତି । ରାଜ୍ୟରେ ଭୋଟର ତାଲିକାରେ ଏସ୍‌ଆଇଆର (ସ୍ବତନ୍ତ୍ର ସଘନ ସଂଶୋଧନ) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଘଟଣା‌ରେ ଏତଲା ଦାବି କରି ଶିବକୁମାର ଆଜି ତାଙ୍କ କ୍ୟାବିନେଟ୍‌ ସହକର୍ମୀ ଏବଂ ବିଧାୟକମାନଙ୍କ ସହ ଧାରଣାରେ ବସିଛନ୍ତି ।

ଇଥିଓପିଆରେ ପଣବନ୍ଦୀ ଥିବା ୩ ଗୁଜରାଟୀ ସୁରକ୍ଷିତ ଘରକୁ ଫେରିଲେ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ଏତଲା ରୁଜୁ ନହେବା ପର୍ଯ୍ୟନ୍ତ ଏବଂ ଘଟଣାର ତଦନ୍ତ ନହେବା ପର୍ଯ୍ୟନ୍ତ ସେ ଉକ୍ତ ସ୍ଥାନରୁ ଉଠିବେନି । ମିଳିଥିବା ସୂଚନାନୁଯାୟୀ ଶିବକୁମାର ଧାରଣାରେ ବସିବା ପୂର୍ବରୁ ଅମ୍ବୁକକୁମାରଙ୍କ ସହ ପ୍ରାୟ ଦୁଇ କିମ୍ବା ଅଢ଼େଇ ଘଣ୍ଟା ଧରି ବୈଠକ କରିଥିଲେ । ଏହି ଧାରଣା ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ଶିବକୁମାର କହିଛନ୍ତି, ଆମ ଲଢ଼େଇ ମାଧ୍ୟମରେ ମୁଁ ଲୋକଙ୍କୁ ଆଇନ ଅନୁଯାୟୀ ସୁରକ୍ଷା ଦେଇପାରିଛି ବୋଲି ସନ୍ତୋଷଜନକ ଉତ୍ତର ନମିଳିବା ପର୍ଯ୍ୟନ୍ତ ମୁଁ ଏହି ସ୍ଥାନ ଛାଡ଼ିବିନି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.