ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ରାୟଗଡ଼ ବ୍ଲକ କଇପୁରସ୍ଥିତ ମହେନ୍ଦ୍ରଗିରି ପର୍ବତମାଳାରେ ଆଜିଠାରୁ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ଶିପ୍ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରେଷ୍ଠ ସାଇକ୍ଲିଷ୍ଟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଆସନ୍ତା ୪ ତାରିଖ ଯାଏଁ ଚାଲିବ। ଉଦ୍ଘାଟନୀ ଦିବସରେ ମୋଟ ୨୫୦ ଜଣ ପ୍ରତିଯୋଗୀ ୮ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୪ଟି ପଦକ ପାଇଁ ବିଭିନ୍ନ ବର୍ଗରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।
ମହେନ୍ଦ୍ରଗିରିର ଦୁର୍ଗମ ଓ ଆହ୍ୱାନପୂର୍ଣ୍ଣ ପାହାଡ଼ିଆ ପଥରେ ପ୍ରତିଯୋଗୀମାନେ ଦକ୍ଷତା, ସାହସ ଓ ଗତିର ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଶେଷରେ ବିଭିନ୍ନ ବର୍ଗର ବିଜେତାଙ୍କୁ ପଦକ ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ଶିପ୍ର ଶୁଭାରମ୍ଭ କରିଥିଲେ।
ଯୁବ ବାଳକ ଓ ବାଳିକା ବର୍ଗର ଏକ୍ସସିଓ (XCO) ପ୍ରତିଯୋଗିତାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଭାଗବତ ସାମଲ କଲ୍ୟାଣ ରାଓ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତ୍ରୀନାଥ କୁମାର ସାହୁ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଚାମ୍ପିଅନ୍ସିପ୍ର ଆୟୋଜନ ଓ ପରିଚାଳନାରେ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶୈଳେନ୍ଦ୍ର ପାଠକ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ସମ୍ପାଦକ ପ୍ରସନ୍ନ କୁମାର ରାଉତ ଓ ସଭାପତି ମିନତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ
ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବୈଷୟିକ ପରିଚାଳନା କରାଯାଇଥିଲା। ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ସଦସ୍ୟ, ସ୍ୱେଚ୍ଛାସେବୀ, ମାର୍ଶାଲ୍, ଚିକିତ୍ସା ଦଳ ଓ ଗଜପତି ଜିଲ୍ଲାର ବିଭିନ୍ନ ସହଯୋଗୀ ଦଳଙ୍କ ସମନ୍ୱିତ ପ୍ରୟାସରେ ପ୍ରଥମ ଦିନର ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। ମହେନ୍ଦ୍ରଗିରିର ଦୁର୍ଗମ ଓ ମନୋରମ ପ୍ରାକୃତିକ ପରିବେଶରେ ଏଭଳି ଜାତୀୟସ୍ତରୀୟ ଚାମ୍ପିଅନ୍ଶିପ୍ ଆୟୋଜନ ଜିଲ୍ଲାର କ୍ରୀଡ଼ା ସହ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂଆ ପରିଚୟ ଦେଇଛି।

53 minutes ago
1


