ARTICLE AD BOX
ମେଷ: ଡାକ୍ତରଙ୍କ ଲାଗି ଦିନଟି ଶକ୍ତିରେ ପରିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ ଆପଣଙ୍କର ସମ୍ମାନ ବଢ଼ିବ। ରାଜନୀତିକ ଲୋକ ନୂଆ କାମ କରିବା ଲାଗି ଉତ୍ସୁକ ହେବେ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ। ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: କଲେଜରେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ଉପାୟ ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ନିଜ ଲୋକଙ୍କ ପ୍ରତି ଆପଣଙ୍କର ପ୍ରେମ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ଲୋକମାନଙ୍କ ମଧ୍ୟରେ ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅଚାନକ ଖୁସି ଖବର ପାଇବେ। ଜମି ସଂପର୍କୀୟ କାମ ସଂପୂର୍ଣ୍ଣ ହୋଇଯିବ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଦିନଟି ବହୁତ ଶୁଭ ରହିବ। ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ। ଦୋକାନଦାରଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: କିଛି ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। କୌଣସି ଖୁସି ଖବର ପାଇବେ। ଜମି ଦଲାଲଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ। ମାଆ ନିଜର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- India Hockey Team: ହକି: ପାକିସ୍ତାନକୁ ହରାଇ ଭାରତ ଫାଇନାଲ୍ରେ
ତୁଳା: ସବୁପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ଆପଣଙ୍କ ପିଲା ବ୍ୟବସାୟରେ ପୂରା ସହଯୋଗ କରିବେ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ପରିବାରର ଦାୟିତ୍ବ ଭଲଭାବେ ବୁଝିବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ କାମ କରିବାର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କୌଣସି କଥା ଜୀବନସାଥୀଙ୍କୁ କହିବେ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

59 minutes ago
1


