ଉତ୍ତରାଖଣ୍ଡର LAC ନିକଟରେ ଗର୍ଜିବ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା (ଆଇଏଏଫ୍‌) ଉତ୍ତରାଖଣ୍ଡରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ପ୍ରାୟ ଏକ ସପ୍ତାହ ପାଇଁ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଚୀନ ସୀମା ନିକଟରେ ଭାରତ ନିଜର ସେନା ଶକ୍ତି ପ୍ରଦର୍ଶନ କରିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି। ଏଥି ପାଇଁ ନଭେମ୍ବର ୧୩ରୁ ୨୧ ଯାଏ ବାୟୁ କ୍ଷେତ୍ର ଉପରେ କଟକଣାମୂଳକ ନୋଟାମ୍‌) ଜାରି କରାଯାଇଛି ଉତ୍ତରାଖଣ୍ଡର ଆକାଶରେ ନଭେମ୍ବର ୧୩ରୁ ୨୧ ପର୍ଯ୍ୟନ୍ତ ବାୟୁସେନାର ଏକ ସପ୍ତାହ ପାଇଁ ଜୋରଦାର ଅଭ୍ୟାସ ହେବ ଏହି ଯୁଦ୍ଧାଭ୍ୟାସ ସମୟରେ ଶତ୍ରୁଙ୍କୁ କିଭଳି ଭାବେ ଯବାବ ଦିଆଯାଇପାରିବ, ସେନେଇ ପ୍ରସ୍ତୁତି କରାଯିବ। 

ଭାରତୀୟ ବାୟୁସେନା ନିଜର ଯୁଦ୍ଧ କ୍ଷମତା ଏବଂ ହିମାଳୟ ଅଞ୍ଚଳରେ ଅପରେସନ କରିବା ବଳ ପରୀକ୍ଷା କରିବ। ଏହି ଅଭ୍ୟାସ ସମୟରେ ଆକାଶରେ ଲଢୁଆ ବିମାନର ଗର୍ଜନ ଶୁଣାଯିବ। ଏଥି ସହିତ ଭାରତ ନିଜର ସୀମାରେ ରହୁଥିବା ଦେଶଗୁଡ଼ିକ ଉପରେ ସତର୍କ ରହିଛି। 

ଉତ୍ତେଜନା ହ୍ରାସ ନା ଚାଲ୍‌: ଏଲ୍‌ଏସିରେ ଅଚାନକ ସୈନ୍ୟ କମାଇଲା ଚୀନ୍‌, ସ୍ଥିତି ଅନୁଧ୍ୟାନ କରୁଛି ଭାରତ

ଯୁଦ୍ଧ ଅଭ୍ୟାସ ସମୟରେ ଭାରତୀୟ ବାୟୁସେନାର ମୁଖ୍ୟ ଲଢୁଆ ବିମାନ ଅଂଶଗ୍ରହଣ କରିବ। ଏହି ଅଭ୍ୟାସ ହିମାଳୟର କଠିନ ଅଞ୍ଚଳରେ ବିମାନର ଗତି, ଆକାଶରେ ଲକ୍ଷ୍ୟ କରିବାର କ୍ଷମତା ଏବଂ ଅଧିକ ଉଚ୍ଚରେ ଇଞ୍ଜିନର ପ୍ରଦର୍ଶନ ଉପରେ ପରୀକ୍ଷା କରିବ। ପୂର୍ବ ଏବଂ ଉତ୍ତର ସୀମା ତୁଳନାରେ ସବୁବେଳେ କମ୍‌ ଚର୍ଚ୍ଚାରେ ‘ମଧ୍ୟ କ୍ଷେତ୍ର’ରେ ଭାରତ ବିଗତ କିଛି ଦିନ ହେଲା ବିମାନବନ୍ଦର, ଭିତ୍ତିଭୂମି ଏବଂ ଗୁଇନ୍ଦା ବ୍ୟବସ୍ଥା ଶକ୍ତିଶାଳୀ କରିଛି। ଏହି ଅଭ୍ୟାସ ଦ୍ବାରା ଆଡଭାନ୍ସ ଲାଣ୍ଡିଙ୍ଗ ଗ୍ରାଉଣ୍ଡ୍‌ସ (ଏଏଲ୍‌ଜି)ର ବ୍ୟବହାର କରିବା, ସୈନିକଙ୍କୁ ତୀବ୍ର ଗତିରେ ଗୋଟିଏ ଘାଟିରୁ ଅନ୍ୟ ଘାଟିକୁ ପଠାଇବା ଭଳି କାମ କରାଯିବ। 

ନୋଟାମ୍‌ କ’ଣ?
ନୋଟାମ୍‌ ଆକାଶ ପାଇଁ ଏକ ପ୍ରକାର ସତର୍କ ସୂଚନା ଅଥବା ନିର୍ଦ୍ଦେଶ। ଯେତେବେଳେ ଆକାଶର କୌଣସି ଅଞ୍ଚଳରେ କିଛି ସମୟ ପାଇଁ ବନ୍ଦ କରିବା, ସେନା ଅଭ୍ୟାସ, ମିସାଇଲ ପରୀକ୍ଷା, ଏୟାର ସୋ ଅଥବା ସୁରକ୍ଷା କାରଣରୁ ଏହାକୁ ଜାରି କରାଯାଇଥାଏ। ପାଇଲଟଙ୍କୁ ଚେତାବନୀ ମାଧ୍ୟମରେ ସୁରକ୍ଷା ଦେବା ଏହାର ମୂଳ ଲକ୍ଷ୍ୟ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.