Andhra Pradesh: ଆନ୍ଧ୍ରରେ ନୂଆଦଳ ଗଠନ କଲେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡୀ

59 minutes ago 2
ARTICLE AD BOX

ବିଜୟୱାଡା: ପୂର୍ବତନ ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡୀ ଆନ୍ଧ୍ର ପ୍ରଦେଶରେ ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାମ ‘ପରିବର୍ତ୍ତନ ରାଜନୀତି ପାର୍ଟି’ (ପିଆର୍‌ପି) ରଖିଛନ୍ତି। ପିଆର୍‌ପିକୁ ୱାଇଏସ୍‌ଆର୍‌ କଂଗ୍ରେସ ଓ ଶାସକ ତେଲୁଗୁ ଦେଶମ୍‌ ପାର୍ଟିର ବିକଳ୍ପ ଭାବେ ସାଇ ରେଡ୍ଡୀ ଘୋଷଣା କରିଛନ୍ତି। ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ସାଇ ରେଡ୍ଡୀ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜାଶେଖର ରେଡ୍ଡୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ରାଜାଶେଖର ରେଡ୍ଡୀଙ୍କର ୨୦୦୯ରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। 

ରାଜ୍ୟସଭାରୁ ଇସ୍ତଫା
ସାଇ ରେଡ୍ଡୀ ତାଙ୍କ ରାଜନୈତିକ ଗୁରୁ ରାଜାଶେଖର ରେଡ୍ଡୀଙ୍କ ପୁଅ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ କଂଗ୍ରେସ ଛାଡିବା ଓ ୨୦୧୦ ମସିହାରେ ୱାଇଏସ୍‌ଆର୍‌ କଂଗ୍ରେସ ପ୍ରତିଷ୍ଠା କରିବା ସମୟରେ ତାଙ୍କ ସହିତ ଥିଲେ। ସାଇ ରେଡ୍ଡୀ ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ, ୨୦୨୩ରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ଓ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ୱାଇଏସ୍‌ଆର୍‌ କଂଗ୍ରେସର ସଂସଦୀୟ ଦଳର ନେତା ଥିଲେ। କିନ୍ତୁ ଜଗନଙ୍କ ସହିତ ମତଭେଦ ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ଓ ଦଳ ଛାଡି ଦେଇଥିଲେ। ୨୦୨୪ ନିର୍ବାଚନରେ ମାତ୍ର ୧୧ଟି ଆସନ ଜିତିବା ନେଇ ୱାଇଏସ୍‌ଆରସିପିକୁ ସାଇ ରେଡ୍ଡୀ ତୀବ୍ର ସମାଲୋଚନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.