Gunmaster G9 Trailer: ଆସୁଛି ଇମ୍ରାନ୍ ହାସମୀଙ୍କ ନୂତନ ଫିଲ୍ମ 'ଗନ୍‌ମାଷ୍ଟର୍ ଜି୯'ର ଟ୍ରେଲର୍

55 minutes ago 2
ARTICLE AD BOX

ମୁମ୍ବାଇ: ବଲିଉଡର ଚକଲେଟି ତଥା ଥ୍ରୀଲର୍ ହିରୋ ଇମ୍ରାନ୍ ହାସମୀ ପୁଣିଥରେ ଏକ ଦମଦାର୍ ଆକ୍ସନ୍ ଅବତାରରେ ପରଦାକୁ ଫେରୁଛନ୍ତି। ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦିଷ୍ଟ ଏହି ଚଳଚ୍ଚିତ୍ର 'ଗନ୍‌ମାଷ୍ଟର୍ ଜି୯' ର ଟ୍ରେଲର୍ ରିଲିଜ୍ ହୋଇସାରିଛି, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ଏହି ଫିଲ୍ମରେ ଇମ୍ରାନ୍‌ଙ୍କ ସହିତ ଜେନେଲିଆ ଦେଶମୁଖ ଏବଂ ଅପରଶକ୍ତି ଖୁରାନା ମଧ୍ୟମ ମୁଖ୍ୟ ଭୂମିକାରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ସକାଳର ରକ୍ତରେ ଶର୍କରା କିପରି ନିୟନ୍ତ୍ରଣ କରିବେ? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ପ୍ରେମ, ବିଶ୍ୱାସଘାତକତା ଏବଂ ପ୍ରତିଶୋଧର କାହାଣୀ

ଫିଲ୍ମର ଟ୍ରେଲର୍ ଏକ ଦୁନିଆର ଝଲକ ଦେଖାଏ ଯେଉଁଠାରେ ସମ୍ପର୍କରେ ବିଶ୍ୱାସଘାତ ଓ ପ୍ରତିଶୋଧର ନିଆଁ ଜଳୁଛି। ଇମ୍ରାନ୍ ଏଥିରେ ଜଣେ ଏପରି ବ୍ୟକ୍ତିଙ୍କ ଭୂମିକାରେ ଅଛନ୍ତି, ଯିଏ ନିଜ ପରିବାର ଏବଂ ପ୍ରେମକୁ ବଞ୍ଚାଇବା ପାଇଁ ଯେକୌଣସି ସୀମା ପାର୍ କରିବାକୁ ପ୍ରସ୍ତୁତ।ଏହି ଫିଲ୍ମ ମାଧ୍ୟମରେ ଇମ୍ରାନ୍ ହାସମୀ,  ଆଦିତ୍ୟ ଦତ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିୟା ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ଏକାଠି ହୋଇଛନ୍ତି। ଫିଲ୍ମର ସଙ୍ଗୀତ ଓ ରୋମାନ୍ସ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିବ।

ଏହି ଚଳଚ୍ଚିତ୍ରଟି ଆସନ୍ତା ନଭେମ୍ବର ୨୭, ୨୦୨୬ ମସିହାରେ ସିନେମାଘର ମୁକ୍ତିଲାଭ କରିବ। ଆକ୍ସନ୍, ରୋମାନ୍ସ ଏବଂ ଦମଦାର୍ ଡାଏଲଗ୍‌ରେ ଭରପୂର ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛି ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଦୁଇ ଯୁବକଙ୍କ ନିଆରା ଉଦ୍ୟମ ଚର୍ଚ୍ଚାରେ, ସପ୍ତାହରେ ଟେକି, ସପ୍ତାହାନ୍ତରେ ରୋଷେୟା; ମଟନ୍ ଖାଇବାକୁ ନୋଏଡାରେ ଜମୁଛି ଲୋକଙ୍କ ଭିଡ଼

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.