Dyson Cool Tower Fan: ଭାରତରେ ଲଞ୍ଚ ହେଲା ହେଲା ଡାଇସନର ନୂଆ ବ୍ଲେଡ୍‌ଲେସ୍ ଫ୍ୟାନ୍, ପ୍ରତି ସେକେଣ୍ଡରେ ଦେବ ୫୦୦ ଲିଟର ପବନ; ଜାଣନ୍ତୁ ଦାମ୍‌…

55 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଡାଇସନ ଭାରତୀୟ ବଜାରରେ ନିଜର ନୂଆ କୁଲ୍‌ ଟାୱାର୍‌ ଫ୍ୟାନ୍‌ ଲଞ୍ଚ କରିଛି। ଏହି ଫ୍ୟାନ୍‌ର ସବୁଠାରୁ ବଡ଼ ବିଶେଷତା ହେଉଛି ଏଥିରେ ବାହାରକୁ ଦେଖାଯାଉଥିବା ବ୍ଲେଡ୍ ନାହିଁ। ଏହା ସାଧାରଣ ଫ୍ୟାନ୍‌ଠାରୁ ଅଲଗା ଡିଜାଇନ୍‌ରେ ତିଆରି ହୋଇଛି। କମ୍ପାନିର କହିବା ଅନୁସାରେ, ଏହି ଫ୍ୟାନ୍ ପ୍ରତି ସେକେଣ୍ଡରେ ୫୦୦ ଲିଟର ପର୍ଯ୍ୟନ୍ତ ପବନ ଦେଇପାରିବ।

ଏଥିରେ କମ୍ପାନିର ଏୟାର୍‌ ମଲ୍‌ଟିପ୍ଲାୟର୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହି ଟେକ୍ନୋଲୋଜି ଆଖପାଖରୁ ପବନ ଟାଣି ଏହାର ଗତିକୁ ୧୫ ଗୁଣ ପର୍ଯ୍ୟନ୍ତ ବଢ଼ାଇଥାଏ। ଫଳରେ ଘରର ଅଧିକ ଅଞ୍ଚଳକୁ ପବନ ପହଞ୍ଚିପାରେ।

ଆହୁରି ପଢ଼ନ୍ତୁ- Chauri Chaura Express: କାନପୁରରେ ରେଳ ଦୁର୍ଘଟଣା: ଷ୍ଟେସନରୁ ବାହାରି ଲାଇନଚ୍ୟୁତ ହେଲା ଚୌରୀଚୌରା ଏକ୍ସପ୍ରେସ୍

ଫ୍ୟାନ୍‌ରେ ରହିଛି ଅନେକ ନୂଆ ସୁବିଧା

ଏହି ନୂଆ ଫ୍ୟାନ୍‌ରେ ପବନର ଗତି ପାଇଁ ୧୦ଟି ଅଲଗା ସେଟିଂ ଦିଆଯାଇଛି। ଏହା ସହିତ ରିମୋଟ୍ କଣ୍ଟ୍ରୋଲ୍ ମଧ୍ୟ ମିଳିବ। ଏହି ରିମୋଟ୍‌କୁ ଫ୍ୟାନ୍‌ର ଉପର ଭାଗରେ ମ୍ୟାଗ୍ନେଟ୍ ସାହାଯ୍ୟରେ ରଖିହେବ। 
ରାତିରେ ବ୍ୟବହାର ପାଇଁ ଏଥିରେ ନାଇଟ୍‌ ମୋଡ୍‌ ରହିଛି। ଏହା କମ୍ ଶବ୍ଦରେ କାମ କରିଥାଏ। ଏଥିରେ ଥିବା ହେଲ୍ମହୋଲ୍ଟଜ୍ ସାଇଲେନ୍ସର୍ ମଧ୍ୟ ଫ୍ୟାନ୍‌ର ଶବ୍ଦ କମ୍ କରିବାରେ ସାହାଯ୍ୟ କରେ।

୭୦ ଡିଗ୍ରୀ ପର୍ଯ୍ୟନ୍ତ ଘୂରିବ ଫ୍ୟାନ୍

ଡାଇସନ୍‌ କୁଲ୍‌ ଟାୱାର୍‌ ଫ୍ୟାନ୍‌ରେ ୭୦ ଡିଗ୍ରୀ ପର୍ଯ୍ୟନ୍ତ ଅସିଲିସନ୍‌ ବା ଦୋଳନର ସୁବିଧା ରହିଛି। ଏହାଦ୍ୱାରା ଫ୍ୟାନ୍ ଡାହାଣ ଓ ବାମ ପଟକୁ ଘୂରି ଘରର ବିଭିନ୍ନ ସ୍ଥାନକୁ ପବନ ଦେଇପାରିବ।
ଏଥିରେ ସ୍ଲିପ୍‌ ଟାଇମର୍‌ ମଧ୍ୟ ଦିଆଯାଇଛି। ଏହାକୁ ୧୫ ମିନିଟ୍‌ରୁ ୯ ଘଣ୍ଟା ପର୍ଯ୍ୟନ୍ତ ସେଟ୍ କରିହେବ। ଫ୍ୟାନ୍‌ରେ ବାହାରକୁ ଦେଖାଯାଉଥିବା ବ୍ଲେଡ୍ ନଥିବାରୁ ଏହାକୁ ସଫା କରିବା ମଧ୍ୟ ସହଜ। ଏହା ତଳେ ପଡ଼ିଗଲେ ନିଜେ ବନ୍ଦ ହୋଇଯାଏ।

ଆହୁରି ପଢ଼ନ୍ତୁ- Award: ଜାତୀୟ ସ୍ତରରେ ଗଞ୍ଜାମର ଗୌରବ ବଢ଼ାଇଲା ଆସିକା ପୌର ପରିଷଦ

କେତେ ରହିଛି ଦାମ୍‌?

ଭାରତରେ ଏହି ନୂଆ ଫ୍ୟାନ୍‌ର ଦାମ୍‌ ୨୭,୯୦୦ ଟଙ୍କା ରଖାଯାଇଛି। ଏହା ହ୍ବାଇଟ୍‌/ସିଲ୍‌ଭର୍‌ ରଙ୍ଗରେ ଉପଲବ୍ଧ ହେବ। ଗ୍ରାହକମାନେ ଏହାକୁ ଡାଇସନ୍‌ର ଅଫିସିଆଲ୍ ୱେବ୍‌ସାଇଟ୍ ଏବଂ ଡାଇସନ୍‌ ଡେମୋ ଷ୍ଟୋର୍‌ସରୁ କିଣିପାରିବେ।
ଫ୍ୟାନ୍‌ର ଉଚ୍ଚତା ୧,୦୦୭ ମିମି, ଲମ୍ବ ୧୧୦ ମିମି ଏବଂ ଚଉଡ଼ା ୧୯୦ ମିମି। ଏହାର ଓଜନ ୨.୮୪ କିଲୋଗ୍ରାମ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.