ARTICLE AD BOX
ନୂଆଦିଲ୍ଲୀ: ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର। ରେଳବାଇ ନିଯୁକ୍ତି ବୋର୍ଡ (ଆର୍ଆର୍ବି) ପକ୍ଷରୁ ଜୁନିୟର ଇଞ୍ଜିନିୟର (ଜେଇ) ନିଯୁକ୍ତି ପରୀକ୍ଷା ୨୦୨୬ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି-୧)ର ଉତ୍ତରମାଳା ବା ଆନ୍ସର୍ କି ଜାରି କରାଯାଇଛି। ଏହାସହ ପ୍ରାର୍ଥୀଙ୍କ ଉତ୍ତର ଖାତା ବା ରେସପନ୍ସ ସିଟ୍ ମଧ୍ୟ ଉପଲବ୍ଧ ହୋଇଛି।
ପ୍ରାର୍ଥୀମାନେ ଅଧିକାରିକ ୱେବସାଇଟ୍କୁ ଯାଇ ନିଜର ଉତ୍ତରମାଳା ଓ ରେସପନ୍ସ ସିଟ୍ ଡାଉନଲୋଡ୍ କରିପାରିବେ। ଏହାଦ୍ୱାରା ପରୀକ୍ଷାରେ ଦେଇଥିବା ଉତ୍ତର ସହ ଠିକ୍ ଉତ୍ତର ମିଳାଇ ନିଜର ସମ୍ଭାବ୍ୟ ନମ୍ବର ଜାଣିପାରିବେ।
ଏହି ନିଯୁକ୍ତି ପରୀକ୍ଷା ଅକ୍ଟୋବର ୨୭, ୨୮ ଏବଂ ନଭେମ୍ବର ୨ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜନ କରାଯାଇଥିଲା।
ଆହୁରି ପଢ଼ନ୍ତୁ- Pension Yojana: ଲୋକଙ୍କ ସରକାର ଘୋଷଣାରେ ନୁହେଁ, କାର୍ଯ୍ୟକାରିତାରେ ବିଶ୍ୱାସ କରେ: ମନ୍ତ୍ରୀ
ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆପତ୍ତି
ଉତ୍ତରମାଳା ଯାଞ୍ଚ କରିବା ସମୟରେ ଯଦି କୌଣସି ପ୍ରାର୍ଥୀ ଉତ୍ତରକୁ ନେଇ ସନ୍ତୁଷ୍ଟ ନଥାନ୍ତି, ତେବେ ସେମାନେ ଏହା ବିରୋଧରେ ଆପତ୍ତି ଦାଖଲ କରିପାରିବେ।
ଏଥିପାଇଁ ୧୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ପାଇଁ ଆପତ୍ତି ଦାଖଲ କରିବାକୁ ୫୦ ଟଙ୍କା ଦେବାକୁ ପଡ଼ିବ।
କିପରି ଡାଉନଲୋଡ୍ କରିବେ ଉତ୍ତରମାଳା?
ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ନିଜର ଉତ୍ତରମାଳା ଡାଉନଲୋଡ୍ କରିପାରିବେ।
୧. ପ୍ରଥମେ ଆରଆରବିର ଅଧିକାରିକ ୱେବସାଇଟ୍ rrbcdg.gov.in ଖୋଲନ୍ତୁ।
୨. ୱେବସାଇଟ୍ର ମୁଖ୍ୟ ପୃଷ୍ଠାରେ ଜେଇ, ଡିଏମଏସ, ସିଏମଏସ (CEN 04/2026 JE Others) ଲିଙ୍କ୍ରେ କ୍ଲିକ୍ କରନ୍ତୁ।
୩. ଏହାପରେ ଉତ୍ତରମାଳା ଡାଉନଲୋଡ୍ ଲିଙ୍କ୍ରେ କ୍ଲିକ୍ କରନ୍ତୁ।
୪. ଏବେ ନିଜର ପଞ୍ଜୀକରଣ ନମ୍ବର ଓ ଜନ୍ମ ତାରିଖ କିମ୍ବା ପାସୱାର୍ଡ ଦିଅନ୍ତୁ।
୫. ଆବଶ୍ୟକ ତଥ୍ୟ ଦେଇ ସବମିଟ୍ କରିବା ପରେ ଆପଣଙ୍କ ଉତ୍ତରମାଳା ଓ ରେସପନ୍ସ ସିଟ୍ ଖୋଲିଯିବ।
୬. ଏହାକୁ ଡାଉନଲୋଡ୍ କରି ରଖିପାରିବେ। ଏହି ପୋର୍ଟାଲ୍ରୁ ଆପତ୍ତି ମଧ୍ୟ ଦାଖଲ କରିପାରିବେ।
ଏଠାରୁ ଦେଖନ୍ତୁ ଆରଆରବି ଜେଇ ଉତ୍ତରମାଳା
ଅଧିକାରିକ ୱେବସାଇଟ୍ https://rrbcdg.gov.in/
ଆହୁରି ପଢ଼ନ୍ତୁ- Prize money: ପାୟଲ ନାଗ ପାଇଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି
କିପରି ହେବ ଚୟନ?
ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି), କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷା (ସିବିଏଟି), ଦସ୍ତାବିଜ୍ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଦେବାକୁ ପଡ଼ିବ। ଏହି ସବୁ ପର୍ଯ୍ୟାୟ ପରେ ନିଯୁକ୍ତି ପାଇଁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୪୦୨୯ଟି ପଦ ପୂରଣ କରାଯିବ। ତେଣୁ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଶୀଘ୍ର ନିଜର ଉତ୍ତରମାଳା ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ଆପତ୍ତି ଦାଖଲ କରନ୍ତୁ।
ଅଧିକ ଦେଖନ୍ତୁ-

1 hour ago
1


