Swachh Survekshan 2025–26: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬: ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ

55 minutes ago 2
ARTICLE AD BOX

ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱର ପ୍ରଥମ, ଆସିକା ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

swatchha bharat mission1

ଆଜି (ବୁଧବାର) ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। 

ସ୍ବଚ୍ଛ ଭାରତ ମିସନ୍‌ର ଅସ୍ବଚ୍ଛ ଚିତ୍ର: ଖାଇଗଲେ ଅଳିଆଉଠା ଗାଡ଼ି
ଏହି ପୁରସ୍କାର ସମାରୋହରେ ସ୍ୱତନ୍ତ୍ର ଶାସନ ସଚିବ ତଥା ସ୍ୱଚ୍ଛ ଭାରତ ମିସନ୍ (ସହରାଞ୍ଚଳ)ର ମିସନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମହାନଗର ନିଗମର କମିଶନର, ପୁରୀ ମହାନଗର ନିଗମର ପ୍ରତିନିଧି ଏବଂ ଆସିକା ପୌରପାଳିକାର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ସମେତ ରାଜ୍ୟ ପ୍ରତିନିଧି ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। 

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ସ୍ୱଚ୍ଛ ଭାରତ ମିସନ୍‌–ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ ହେଉଛି ଏହାର ଦଶମ ସଂସ୍କରଣ। ଏହା ବିଶ୍ୱର ସର୍ବବୃହତ୍ ସହରାଞ୍ଚଳ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ କାର୍ଯ୍ୟକ୍ରମ ଭାବେ ପରିଚିତ। ଚଳିତ ବର୍ଷର ବିଷୟବସ୍ତୁ ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ, କରେଁ ସଫାଇ ସାଥ୍’ ମାଧ୍ୟମରେ ନାଗରିକଙ୍କ ସହଭାଗିତା, ଅନୁଷ୍ଠାନିକ ଉତ୍ତରଦାୟିତ୍ୱ ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଗତ ଏକ ଦଶନ୍ଧି ଧରି ଆସିଥିବା ପରିବର୍ତ୍ତନକୁ ଉତ୍ସବ ଭାବେ ପାଳନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.