World Elephant Day: ନନ୍ଦନକାନନରେ ବିଶ୍ୱ ହାତୀ ଦିବସ: ମନ କିଣିଲା ଆଶା ଓ ଲିସାଙ୍କ ଚପଳତା

2 days ago 6
ARTICLE AD BOX

ବାରଙ୍ଗ: ବିଶ୍ୱ ହାତୀ ଦିବସ ପାଳନରେ ଉତ୍ସବମୁଖର ହୋଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ଦେବୀଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଓ ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ ଯୋଗ ଦେଇଥିବା ବେଳେ ଜନ୍ତୁ ବିଭାଗ ଏସିଏଫ୍ ରୁଦ୍ରପ୍ରସାଦ ରଥ, ପର୍ଯ୍ୟଟକ ପରିଚଳନା ବିଭାଗ ଏସିଏଫ୍ ମନୋସ୍ମିତା ମହାରଣା, ଜନ୍ତୁ ବିଭାଗ ରେଞ୍ଜ୍‌ ଅଫିସର୍‌ ନୂତନ କୁମାର ହେମ୍ବ୍ରମଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମେ ହାତୀଶାଳରେ ୨ ବର୍ଷର କୁନି ହାତୀ ଲିସା, ୩ ବର୍ଷର ଆଶା ଓ ୬୨ ବର୍ଷର ବାସନ୍ତୀ, ୨୮ ବର୍ଷର ହୀରାକୁ ଆଗପାଖ ପାଚେରି ନିକଟରେ ଆୟୋଜିତ ଉତ୍ସବସ୍ଥଳକୁ ଅଣାଯାଇଥିଲା। ସେଠାରେ ସେମାନଙ୍କ ଲାଗି ତରଭୂଜ, ଆଖୁ, ସେଓ, କଦଳୀ, ମକା, ନଡ଼ିଆ ଆଦି ସୁସ୍ୱାଦୁ ଫଳ ସଜ କରି ରଖାଯାଇଥିଲା। ପ୍ରଥମେ ହାତୀ ଚାରିଟିଙ୍କୁ ଫଳତକ ଖୁଆଇ ଆପ୍ୟାୟିତ କରିବା ପରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା।

Strait of Hormuz: ଆମେରିକା ଇରାନର ସର୍ତ୍ତ ନ ମାନିଲେ ଖୋଲିବନି ହର୍ମୁଜ୍‌: ରେଜାଇ

ବଡ଼ହାତୀ ବାସନ୍ତୀ ଓ ହୀରା ଫଳ ଖାଇ ଖୁସି ହେଉଥିବା ବେଳେ ଛୋଟ ହାତୀ ଆଶା ଓ ଲିସାଙ୍କର ଖାଇବାରେ ଯେମିତି ମନ ନଥିଲା। ସୋନେ ଏତେ ସୁନ୍ଦର ପରିବେଶ ଓ ଲୋକଙ୍କ ସମାଗମ ଦେଖି ବାଲ୍ୟ ଚପଳତାରେ ଯେମିତି ଚଟାଣରେ ଲୋଟିଥିଲେ। ଛୁଆ ହାତୀଙ୍କ ଚପଳତା ଦେଖି ଉପସ୍ଥିତ ପର୍ଯ୍ୟଟକମାନେ ଆନନ୍ଦିତ ହୋଇଥିଲେ। ହାତୀ ବାସନ୍ତୀ ଓ ହୀରା ଉପସ୍ଥିତ ଜନତାଙ୍କୁ ଶୁଣ୍ଢ ଟେକି ଅଭିବାଦନ ଜଣାଇଥିଲେ। ଏହା ପରେ ଚାରି ହାତୀଙ୍କ ମାହୁନ୍ତମାନଙ୍କୁ ସେମାନଙ୍କ ସେବା ପାଇଁ ପୁରସ୍କୃତ କରାଯାଇଥିଲା। 

Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ

ଏହା ପରେ କାନନ ବାଘ ସ୍ମୃତି ଛକରେ ଦସ୍ତଖତ ଅଭିଯାନ, ସେଲ୍‌ଫି ପଏଣ୍ଟରେ ଫଟୋଚିତ୍ର ଉତ୍ତୋଳନ, ପିଲାମାନଙ୍କର ହାତୀ ବିଷୟରେ ଗଳ୍ପ କହିବା, ପ୍ରଶ୍ନୋତ୍ତର ପ୍ରତିଯୋଗିତା ଓ ମାହୁନ୍ତମାନଙ୍କ ମୁହଁରୁ ହାତୀ ବିଷୟରେ ଶୁଣିବା କର୍ଯ୍ୟକ୍ରମ କରାଯାଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବ ପାଳନ ଆଳରେ ଜଙ୍ଗଲ ରକ୍ଷା ଓ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ସୂଚନାଯୋଗ୍ୟ, ନନ୍ଦନକାନନରେ ୪ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୯୮୫ ମସିହାରେ ବାସନ୍ତୀ ୨୧ ବର୍ଷର ହୋଇଥିବା ବେଳେ ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ହୀରାକୁ ୧୯୯୮ ମସିହାରେ ଚନ୍ଦକା ଅଭୟାରଣ୍ୟରୁ, ଆଶାକୁ ୨୦୨୩ ନଭେମ୍ବର ୨୦ ତାରିଖରେ କେନ୍ଦୁଝରରୁ ଓ ଲିସାକୁ ଗତ ୨୦୨୪ ଜାନୁଆରି ୭ ତାରିଖରେ ଅନୁଗୁଳରୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.