ARTICLE AD BOX
ଅଷ୍ଟ୍ରେଲିଆ ନିଜର ସପ୍ତମ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ମୁକୁଟ ଦିଗରେ ନିକଟତର ହୋଇଛି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ୱେଷ୍ଟ୍ଇଣ୍ଡିଜ୍କୁ ମାତ୍ ଦେଇ ଫାଇନାଲ୍ରେ ପ୍ରବେଶ କରିଛି।
Photograph: (google)ଦ ଓଭାଲ: ଅଷ୍ଟ୍ରେଲିଆ ନିଜର ସପ୍ତମ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ମୁକୁଟ ଦିଗରେ ନିକଟତର ହୋଇଛି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ୱେଷ୍ଟ୍ଇଣ୍ଡିଜ୍କୁ ମାତ୍ ଦେଇ ଫାଇନାଲ୍ରେ ପ୍ରବେଶ କରିଛି। ୧୨୬ ରନ୍ର ବିଜୟଲକ୍ଷ୍ୟକୁ ପିଛା କରୁଥିବା ଏହି ଦଳକୁ ଭଲ ଆରମ୍ଭ ଦେଇଥିଲେ ବେଥ ମୁନି ଓ ଜର୍ଜିଆ ଭଲ। ପ୍ରଥମ ୱିକେଟ୍ରେ ଉଭୟ ୧୮ ବଲ୍ରେ ୨୯ ରନ୍ କରିଥିଲେ। ତୃତୀୟ ଓଭରର ଶେଷ ବଲ୍ରେ ଭଲ୍ (୧୬) ପ୍ୟାଭିଲିୟନ୍ ଫେରିବା ପରେ ଫୋଏବେ ଲିଚ୍ଫିଲ୍ଡ (୪) ସଅଳ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୬୪ ରନ୍ ଥିଲା ବେଳେ ଏଲିସ୍ ପେରି (୨) ରିଟାର୍ଡହର୍ଟ ହେବା ଦଳକୁ ଚାପରେ ରଖିଥିଲା। ତେବେ ମୁନି (୬୧* ରନ୍) ଓ ଆସ୍ଲେ ଗାର୍ଡନର (୩୫* ରନ୍) ଅପରାଜିତ ରହି ଦଳକୁ ୭ ଓଭର ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଗାର୍ଡନରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୂର୍ବରୁ ଇଣ୍ଡିଜ୍ ହାର୍ଲି ମାଥ୍ୟୁସ ୩୦ ଓ ଦେନ୍ଦ୍ରା ଡଟିନ୍ଙ୍କ ୨୬ ରନ୍ ବଳରେ ୧୨୫/୭ କରିଥିଲା। ସୋଫି ମୋଲିନ୍ୟୁକ୍ସ, ଗର୍ଡନର ଓ ଜର୍ଜ ୱେୟାରହାମ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଆହୁରି ପଢ଼ନ୍ତୁ: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ
ଅଧିକ ପଢ଼ନ୍ତୁ:
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


