Women’s Asian Champions Trophy: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ଓଡ଼ିଶାରୁ ପୂଜା, ସୁନେଲିତା: ସବିତାଙ୍କୁ ବିଶ୍ରାମ

2 days ago 4
ARTICLE AD BOX

ଭୁବନେଶ୍ବର: ଭୋପାଳରେ ଚଳିତ ମାସ ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ପୂଜା ସାହୁ ଓ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି। ‌ଭେଟେରାନ ଗୋଲି ସବିତା ପୁନିଆଙ୍କୁ ଏହି ପ୍ରତିଯୋଗିତାରେ ବିଶ୍ରାମ ଦିଆଯାଇଥିଲା ବେଳେ ତାଙ୍କ ସ୍ଥାନରେ ବଂଶାରୀ ସୋଲାଙ୍କି ଦଳରେ ସାମିଲ ହୋଇଛନ୍ତି। ସ୍ଥାନୀୟ ନାଥୁ ବର୍ଖେଡାସ୍ଥିତ ନବ ନିର୍ମିତ ଇଣ୍ଟରନ୍ୟାସନାଲ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଗତ ସଂସ୍କରଣ ବିଜେତା ଭାରତ ଉଦ୍‌ଘାଟନୀ ଦିବସରେ ମାଲେସିଆ ବିପକ୍ଷ‌ରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୧ରେ ଦକ୍ଷିଣ କୋରିଆ, ୨୨ରେ ଥାଇଲାଣ୍ଡ‌, ୨୪ରେ ଚୀନ୍‌ ଓ ୨୫ରେ ଜାପାନ ବିପକ୍ଷରେ ଖେଳି ଲିଗ୍‌ ପର୍ଯ୍ୟାୟ ଶେ‌ଷ କରିବ। ୨୭ରେ ସେମିଫାଇନାଲ୍‌ ଏବଂ ୨୮ରେ ପଦକ ଲାଗି ମ୍ୟାଚ୍‌ ଖେଳାଯିବ।

୨୭ରେ ସେମିଫାଇନାଲ୍‌ ଏବଂ ୨୮ରେ ପଦକ ଲାଗି ମ୍ୟାଚ୍‌ ଖେଳାଯିବ

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟ ପରେ ସଲିମା ଟେଟେଙ୍କ ନେତୃତ୍ବରେ ଭାରତ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବ। ତେଣୁ ୨୦୧୬, ୨୦୨୩ ଓ ୨୦୨୪ରେ ଟ୍ରଫି ଜିତିଥିବା ଭାରତ ହ୍ୟାଟ୍ରିକ୍‌ ଆଶାରେ ରହିଛି। ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ଜୋଏର୍ଡ ମାରିନ କିଛି ଖେଳାଳିଙ୍କ ମଧ୍ୟରେ ସ୍ଥାନ ଅଦଳବଦଳ କରିଛନ୍ତି। ଫରୱାର୍ଡରେ ଖେଳୁଥିବା ଋତୁଜା ଦାଦାସୋ ପିସାଲଙ୍କୁ ମିଡ୍‌ଫିଲ୍ଡରେ, ମିଡ୍‌ଫିଲ୍ଡର ନିକି ପ୍ରଧାନଙ୍କୁ ଡିଫେନ୍ସରେ ଏବଂ ଈଶିକା ଚୌଧୁରୀ ଡିଫେଣ୍ଡର୍‌ରୁ ମିଡ୍‌ଫିଲ୍ଡରେ ଖେଳିବେ।

ଭାରତୀୟ ମହିଳା ହକି ଦଳ: ଗୋଲି-ବଂଶାରୀ ସୋଲାଙ୍କି, ବିଚୁ ଦେବୀ ଖାରିବାମ, ଡିଫେଣ୍ଡର-ନିକି ପ୍ରଧାନ, ଜ୍ୟୋତି, ଜ୍ୟୋତି ସିଂହ, ସୁଶିଲା ଚାନୁ, ଲାଲଥାନ୍ତଲୁଆଙ୍ଗି, ପୂଜା ସାହୁ, ମିଡ୍‌ଫିଲ୍ଡର-ଋତୁଜା ଦାଦାସୋ ପିସାଲ, ସୁନେଲିତା ଟୋପ୍ପୋ, ସଲିମା ଟେଟେ (ଅଧିନାୟିକା), ନେହା, ସାକ୍ଷୀ ରାଣା, ବଲଜିତ କୌର, ଈଶିକା, ଫରୱାର୍ଡ-ନବନୀତ କୌର, ଦୀପିକା, ବିଉଟି ଡୁଙ୍ଗଡୁଙ୍ଗ, ଲାଲରେମସିଆମି, ମମତାଜ ଖାନ।

ବାଲେଶ୍ୱରରେ ନୂଆ ଭତ୍ତା ପୋର୍ଟାଲର ଶୁଭାରମ୍ଭ, ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.