A day off for playing games: ଗେମ୍‌ ଖେଳିବାକୁ ଛୁଟିଦିନ

1 hour ago 2
ARTICLE AD BOX

ଭାବନ୍ତୁ ତ, ଅଫିସ୍‌ରେ ଯଦି ଆପଣଙ୍କୁ ଗୋଟିଏ ଦିନ ଭିଡିଓଗେମ୍ ଖେଳିବାକୁ ଛୁଟି ମିଳେ, ତେବେ କେମିତି ହୁଅନ୍ତା? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଟେକ୍ନୋଲୋଜି କମ୍ପାନି ଲଜିଟେକ୍। କିବୋର୍ଡ ଓ ମାଉସ୍‌ ଭଳି କମ୍ପ୍ୟୁଟର ଉପକରଣ ନିର୍ମାଣ କରୁଥିବା ଏହି କମ୍ପାନିର ସିଇଓ ହାନେକେ ଫାବର୍ ୭,୦୦୦ କର୍ମଚାରୀଙ୍କୁ ଗେମ୍ ଖେଳିବା ପାଇଁ ଗୋଟିଏ ଦିନ ଛୁଟି ଦେଇଛନ୍ତି। ଏହି ନିଆରା ପଦକ୍ଷେପର ନାଁ ରଖାଯାଇଛି ‘ଲଜି ଗେମ୍ ଡେ’। ଏଥିରେ ଇଣ୍ଟର୍ନଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ନିଜ ପସନ୍ଦର ଗେମ୍ ଖେଳିବା ଲାଗି ଦିନେ ଛୁଟି ନେଇପାରିବେ। ଆସନ୍ତା ଏକ ବର୍ଷ ମଧ୍ୟରେ ଯେକୌଣସି ଦିନ ସେମାନେ ଏହି ଛୁଟି ନେଇପାରିବେ। ନଭେମ୍ବର ୧୯ରେ କମ୍ପାନି ପକ୍ଷରୁ ଆମେରିକାର ସାନ୍ ହୋଜେସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ଗେମିଂ ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ। କମ୍ପାନି ମତରେ, ଗେମ୍ ଖେଳିବାର ଅର୍ଥ ସମୟ ନଷ୍ଟ ନୁହେଁ। ଏହା ମଣିଷର ଚିନ୍ତା କରିବା, ସମସ୍ୟାର ସମାଧାନ କରିବା ଏବଂ କଠିନ ପରିସ୍ଥିତିରେ ଶାନ୍ତ ରହିବାର କ୍ଷମତା ବଢ଼ାଇଥାଏ।

Parking: ଦୂର ହେବ ଟ୍ରାଫିକ୍‌ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

ଦେଖିବାକୁ ଗଲେ, ଆଜିକାଲି ଅଧିକାଂଶ ଅଫିସ୍‌ରେ କର୍ମଚାରୀଙ୍କ କାମକୁ ଘଣ୍ଟା ଓ ଟାର୍ଗେଟ୍ ଆଧାରରେ ମପାଯାଉଛି। କିନ୍ତୁ ଲଗାତାର କାମ କରିବା ଦ୍ୱାରା ସବୁବେଳେ ଭଲ ଫଳ ମିଳେନାହିଁ। ବେଳେବେଳେ ମନକୁ ଟିକେ ବିଶ୍ରାମ ଦେବା ବି ଦରକାର। ଗେମ୍ ଖେଳିବା, ନୂଆ କିଛି ଶିଖିବା କିମ୍ବା ନିଜ ପସନ୍ଦର କାମ କରିବା ଦ୍ୱାରା ମନର ବୋଝ ହାଲୁକା ହୋଇଥାଏ। ଏହାପରେ କର୍ମଚାରୀ ନୂଆ ଉତ୍ସାହ ଓ ଚିନ୍ତାଧାରା ସହ କାମକୁ ଫେରିବାର ସମ୍ଭାବନା ବଢ଼େ। ତେଣୁ କମ୍ପାନିଗୁଡ଼ିକ ବୁଝିବା ଦରକାର ଯେ, କର୍ମଚାରୀଙ୍କଠାରୁ ଅଧିକ କାମ ଆଦାୟ କରିବା ହିଁ ଉତ୍ପାଦକତା ବଢ଼ାଇବାର ଏକମାତ୍ର ଉପାୟ ନୁହେଁ। ବରଂ ସେମାନଙ୍କୁ ଖୁସିରେ ରହିବା ଓ ନିଜ ପାଇଁ ସମୟ ଦେବାର ସୁଯୋଗ ଦେଲେ ହିଁ କାମର ଗୁଣବତ୍ତା ବଢ଼ିପାରେ।

Foundation Day: ୟୁନିୟନ ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.