Guest teachers in schools: ସ୍କୁଲ୍‌ରେ ଅତିଥି ଶିକ୍ଷକ ନିଯୁକ୍ତି ଉପରେ ରହିତାଦେଶ ବଳବତ୍ତର: ୧୮ରେ ହାଇକୋର୍ଟରେ ଚୂଡ଼ାନ୍ତ ଶୁଣାଣି

1 hour ago 2
ARTICLE AD BOX

କଟକ: ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରି ୨୦୨୬ ସେପ୍ଟେମ୍ବର ୨୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ଏ ସଂପର୍କିତ ମାମଲାଗୁଡ଼ିକର ନଭେମ୍ବର ୧୮ରେ ଚୂଡାନ୍ତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଆଉ ସମୟ ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ତାରିଖରେ ଶୁଣାଣି ପାଇଁ ସରକାର ଆବଶ୍ୟକ ତଥ୍ୟ ସହିତ ପ୍ରସ୍ତୁତ ରହିବେ ବୋଲି ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

Education: ଓଡ଼ିଶା ସ୍କିଲ୍ସ ୨୦୨୬–୨୭: ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ୍‌ଗ୍ରାଣ୍ଟ ସ୍କୁଲ, ସଂସ୍କୃତ ଟୋଲ୍‌ରେ ୬୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ସଂକ୍ରାନ୍ତୀୟ ସରକାରଙ୍କ ୨୦୨୫ ଅଗଷ୍ଟ ୧ର ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ୨୦୨୬ ସେପ୍ଟେମ୍ବର ୨୯ରେ ରହିତାଦେଶ ଜାରି କରିଥିଲେ। ରାଜ୍ୟର ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ, ବ୍ଲକ୍‌ଗ୍ରାଣ୍ଟ ହାଇସ୍କୁଲ ଓ ସଂସ୍କୃତ ଟୋଲ୍‌ଗୁଡ଼ିକରେ ୨୦୨୫-୨୬ ଶିକ୍ଷା ବର୍ଷରେ ୬୩୮୭ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ନିୟମିତ ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକ ନିଯୁକ୍ତ ନ କରି ଏପରି ଭାବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ୨୦୨୫ ସେପ୍ଟେମ୍ବରରେ ଦାୟର ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

Crime: ଡକାୟତଙ୍କ ଟାର୍ଗେଟ୍‌ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍‌ର ମସୁଧା, ୭ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.