Women empowerment: ମଧୁମେହରେ ପୀଡ଼ିତ ସ୍ବାମୀଙ୍କ ଚିକିତ୍ସା ନେଇ ଚିନ୍ତିତ ଥିଲେ ମହିଳା; ପରିବା ଚାଷ କରି ‌ହେଲେ ସ୍ୱାବଲମ୍ବୀ

5 hours ago 3
ARTICLE AD BOX

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମର ଜଣେ ମହିଳା ପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହ ଶ୍ରମିକମାନଙ୍କୁ ଚାଷ କାମରେ ନିୟୋଜନ କରି ରୋଜଗାର କ୍ଷମ କରିବାରେ ସକ୍ଷମ ହୋଇଛନ୍ତି। ସେହି ମହିଳା ଜଣକ ଛୋଟାଗୁଡ଼ା ଗ୍ରାମର ସୁସୁମା ଦାସ।

ସୁସୁମା ଦାସଙ୍କ କହିବା ପ୍ରକାରେ ସୁସୁମା ସହ ତାଙ୍କ ସ୍ବାମୀ ଶୁକଦେବ କୁମର ଦାସ ଏବଂ ପୁଅ ସାହିଲ ଦାସଙ୍କୁ ନେଇ ତାଙ୍କ ପରିବାର। ଛୋଟାଗୁଡ଼ା ଗ୍ରାମରେ ଗୋଟିଏ ଦୋକାନ କରି ପରିବାର ହସ ଖୁସିରେ ଚଳୁଥିଲେ। ତେବେ ପାଞ୍ଚ ବର୍ଷ ତଳେ ସ୍ବାମୀ ଶୁକଦେବ ମଧୁମେହ ରୋଗରେ ପୀଡିତ ହୋଇ ଗୁରୁତର ହୋଇ ଯାଇଥିଲେ। ସ୍ୱାମୀ ଯାହା ରୋଜଗାର କରିଥିଲେ ସବୁ ସ୍ବାମୀଙ୍କ ଚିକିତ୍ସାରେ ଶେଷ ହୋଇ ଗଲା। ମଧୁମେହ ରୋଗ ପୀଡ଼ିତ ହେବା ପରେ ଶୁକଦେବଙ୍କ ଆଖି ଉପରେ ପ୍ରଭାବ ପଡିଥିଲା। ତାଙ୍କୁ ସଠିକ ଦେଖିବାରେ ସମସ୍ୟା ହେଉଛି।ତେଣୁ ପ୍ରାୟ ଘରେ ରହୁଛନ୍ତି। ସ୍ୱାମୀଙ୍କ ଅସୁସ୍ଥ ପରେ ପରିବାର ଚାଲିବା କଷ୍ଟ ହୋଇଥିଲା।ଶେଷରେ ସୁସୁମା କୌଣସି ଉପାୟ ନପାଇ ପରିବାର ପ୍ରତିପୋଷଣ ପାଇଁ ପାଞ୍ଚ ବର୍ଷ ତଳେ ଚାଷ କାମ ଆରମ୍ଭ କରିଥିବା କହିଛନ୍ତି।

ପ୍ରଥମେ ଚାଷ ସମ୍ପର୍କରେ କୌଣସି ଧାରଣା ନଥିବା ଯୋଗୁଁ କମ୍ ଜମିରେ ପରିବା ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ବର୍ଷା ଦିନ ଗୁଡିକରେ ତିନି ଏକର ଜମିରେ ପରିବା ଚାଷ କରୁଥିବା ବେଳେ ଖରା ଦିନ ୬ ଏକର ଚାଷ ଜମିରେ ଟମାଟୋ, ବାଇଗଣ, କାକୁଡି, ଜହ୍ନି, ମଟର ଭଳି ବିଭିନ୍ନ ପରିବା ଚାଷ କରୁଥିବା କହିଛନ୍ତି। ପରିବା ସବୁ ଛତିଶଗଡ଼ ଓ ରାୟପୁର ପଠାଉ ଥିବା କହିଛନ୍ତି।ସେହିଭଳି ୧୨ ଜଣ ଶ୍ରମିକଙ୍କୁ ପରିବା ଚାଷ କାମରେ ନିୟୋଜନ କରି ସେମାନଙ୍କୁ ପାରଶ୍ରମିକ ମୂଲ୍ୟ ଦେଉଥିବା କହିଛନ୍ତି। 

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜେ ପରିଶ୍ରମ କରିବା ସହ ଶ୍ରମିକ ମାନଙ୍କ ସହ କାମ କରୁଛନ୍ତି।ପରିବା ଚାଷ କରି ବର୍ଷକୁ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଛନ୍ତି।ସେହି ଟଙ୍କାରେ ପରିବାର ଚଳିବା ସହ ପୁଅର ପାଠପଢା ଖର୍ଚ୍ଚ ଓ ସ୍ବାମୀଙ୍କ ଚିକିତ୍ସା କରିବାରେ ସକ୍ଷମ ହେଉ ଥିବା କହିଛନ୍ତି।ଚଳିତ ବର୍ଷ ବାତ୍ୟା ଯୋଗୁଁ ପ୍ରାୟ ଦୁଇ ଏକର ଟମାଟୋ ଗଛର ପତ୍ର ଝଡି ପଡିବା ସହ ଟମାଟୋ ଗୁଡିକ ଗଛରେ ହିଁ ନଷ୍ଟ ହୋଇ ଯାଇଥିବା କହିଛନ୍ତି।ସେହିଭଳି ଧାନ ଚାଷ ମଧ୍ୟ ନଷ୍ଟ ହୋଇ ଥିବା ସୂଚନା ଦେଇଛନ୍ତି। 

Flood In Bhadrak: ସାଲନ୍ଦୀ ଭସାଇ ନେଲା ପରିବା ଚାଷ

ଦୀର୍ଘ ପାଞ୍ଚ ବର୍ଷ ଧରି ପରିବା ଚାଷ କରି ଆସୁଥିବା ବେଳେ ପରିବା ଚାଷ ପାଇଁ ପ୍ରଶାସନ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଇନଥିବା କହିଛନ୍ତି।ସେହିଭଳି ବାତ୍ୟାରେ ପରିବା ଚାଷ ନଷ୍ଟ ହୋଇ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତିପୂରଣ ଯୋଗାଇ ଦିଆଯାଇନଥିବା କହିଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ଚାଷ କରିବା ପାଇଁ କିଛି ସହାୟତା ସହ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.