Celebrate a Green Dussehra: ପାଳନ୍ତୁ ସବୁଜ ଦଶହରା

16 minutes ago 1
ARTICLE AD BOX

ଦଶହରା ହେଉଛି ଆନନ୍ଦ, ଉତ୍ସାହ ଓ ଭକ୍ତିର ଏକ ମହାନ ପର୍ବ। ଏହି ଅବସରରେ ସହରଠାରୁ ଗାଁ ପର୍ଯ୍ୟନ୍ତ ସୁନ୍ଦର ପୂଜା ପେଣ୍ଡାଲ୍‌, ଆକର୍ଷଣୀୟ ଆଲୋକସଜ୍ଜା ଓ ବିଭିନ୍ନ ସାଂସ୍କୃତିକ ଆୟୋଜନ ଲୋକଙ୍କ ମନ ମୋହିଥାଏ। କିନ୍ତୁ ଏହି ଉତ୍ସବର ଚମକ ଭିତରେ ପ୍ଲାଷ୍ଟିକ୍‌ ଆବର୍ଜନା, ଶବ୍ଦ ପ୍ରଦୂଷଣ, ବିଦ୍ୟୁତ୍‌ ଅପଚୟ ଓ ଜଳ ପ୍ରଦୂଷଣ ଭଳି ସମସ୍ୟାକୁ ଅଣଦେଖା କରିହେବ ନାହିଁ। ମା’ ଦୁର୍ଗାଙ୍କ ଆରାଧନା ସହ ପ୍ରକୃତିର ସୁରକ୍ଷା ମଧ୍ୟ ଆମର ଦାୟିତ୍ୱ। ତେଣୁ ପୂଜା ସ୍ଥାନକୁ ପରିବେଶ ଅନୁକୂଳ କରିବା, ଆବର୍ଜନା ନିୟନ୍ତ୍ରଣ କରିବା ଓ ସବୁଜ ଦଶହରା ପାଳନ କରିବା ଆଜିର ସମୟର ଆବଶ୍ୟକତା।

Women empowerment: ମଧୁମେହରେ ପୀଡ଼ିତ ସ୍ବାମୀଙ୍କ ଚିକିତ୍ସା ନେଇ ଚିନ୍ତିତ ଥିଲେ ମହିଳା; ପରିବା ଚାଷ କରି ‌ହେଲେ ସ୍ୱାବଲମ୍ବୀ

l ଦଶହରା ସମୟରେ ପେଣ୍ଡାଲ୍‌ରେ ପ୍ଲାଷ୍ଟିକ୍‌ ଗ୍ଲାସ୍‌, ପ୍ଲେଟ୍‌ ଓ ପଲିଥିନ୍‌ର ବ୍ୟବହାର ଆବର୍ଜନା ବଢ଼ାଏ। ତେଣୁ ଏହା ବଦଳରେ କାଗଜ, ପତ୍ର ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରନ୍ତୁ।
l ପୂଜାସ୍ଥାନକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍‌ ଫୁଲ, ଥର୍ମୋକୁଲ୍‌ ଓ ଅନ୍ୟାନ୍ୟ କୃତ୍ରିମ ସାମଗ୍ରୀ ବଦଳରେ ବାଉଁଶ, କପଡ଼ା, କାଗଜ ଓ ପ୍ରାକୃତିକ ଫୁଲ ବ୍ୟବହାର କରାଯାଇପାରିବ। 
l ଦଶହରାରେ ରଙ୍ଗିନ ଆଲୋକ ଓ ସାଜସଜ୍ଜା ପାଇଁ ବହୁ ପରିମାଣରେ ବିଦ୍ୟୁତ୍‌ ବ୍ୟବହାର ହୁଏ। ଏହାକୁ କମାଇବା ପାଇଁ ଏଲ୍‌ଇଡି ଲାଇଟ୍‌ ବ୍ୟବହାର କରିବା ଏବଂ ଆବଶ୍ୟକତା ନଥିବା ସମୟରେ ଆଲୋକ ବନ୍ଦ ରଖିବା ଉଚିତ। 
l ପୂଜା ସମୟରେ ଡିଜେ ଓ ଲାଉଡ୍‌ସ୍ପିକର୍‌ର ତୀବ୍ର ଶବ୍ଦ ଶିଶୁ, ବୟସ୍କ, ରୋଗୀ ଓ ପକ୍ଷୀମାନଙ୍କ ଉପରେ କୁପ୍ରଭାବ ପକାଏ। ତେଣୁ ଶବ୍ଦର ତୀବ୍ରତା ନିୟନ୍ତ୍ରଣ କରିବା ସହ ପ୍ରଶାସନର ନିୟମ ପାଳନ କରନ୍ତୁ। 
l ପୂଜାସ୍ଥଳରେ ଫୁଲ, ଖାଦ୍ୟର ବଳକା ଅଂଶ, କାଗଜ ଓ ପ୍ଲାଷ୍ଟିକ୍‌ ଆବର୍ଜନା ଜମା ହୋଇଥାଏ। ତେଣୁ ଓଦା ଓ ଶୁଖିଲା ଆବର୍ଜନା ପାଇଁ ଅଲଗା ଡଷ୍ଟବିନ୍‌ ରଖିବା ଦ୍ୱାରା ଆବର୍ଜନା ପରିଚାଳନା ଓ ପୁନଃଚକ୍ରଣ ସହଜ ହେବ।
l ଦଶହରାକୁ ପରିବେଶ ସଚେତନତାର ଏକ ମାଧ୍ୟମ କରାଯାଇପାରିବ। ପୂଜା କମିଟି ପକ୍ଷରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ ଅଭିଯାନ ଆୟୋଜନ କରି ଲୋକଙ୍କୁ ସବୁଜ ପରିବେଶର ଗୁରୁତ୍ୱ ବିଷୟରେ ସଚେତନ କରାଯାଇପାରିବ।

Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

l ପେଣ୍ଡାଲ୍‌ ପ୍ରଚାର ପାଇଁ କାଗଜ ପୋଷ୍ଟର୍‌ ଓ ପାମ୍ପଲେଟ୍‌ ବଦଳରେ ସୋସିଆଲ୍‌ ମିଡିଆ ଓ ଡିଜିଟାଲ୍‌ ପୋଷ୍ଟର୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା କାଗଜର ଅପଚୟ କମିବ।
l ଦଶହରାରେ ଭୋଗ ଓ ପ୍ରସାଦ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରନ୍ତୁ। ବଳକା ଖାଦ୍ୟ ସୁରକ୍ଷିତ ଥିଲେ ତାହାକୁ ଅସହାୟ ଓ ଅଭାବୀ ଲୋକଙ୍କୁ ବଣ୍ଟନ କରି ଖାଦ୍ୟ ନଷ୍ଟ ହେବାରୁ ରୋକନ୍ତୁ।
l ପୂଜା ସମୟରେ ଅଧିକ ଗାଡ଼ି ଚଳାଚଳ ଯୋଗୁଁ ଟ୍ରାଫିକ୍‌ ଜାମ୍‌ ଓ ବାୟୁ ପ୍ରଦୂଷଣ ବଢ଼େ। ତେଣୁ ଚାଲିଚାଲି, ସାଇକେଲ୍‌ କିମ୍ବା ସାଧାରଣ ଯାତାୟାତ ସେବା ବ୍ୟବହାର କରି ପରିବେଶ ସୁରକ୍ଷାରେ ସହଯୋଗ କରନ୍ତୁ।
l ଜଳ ପ୍ରଦୂଷଣ ରୋକିବା ପାଇଁ ପ୍ରାକୃତିକ ଓ ପରିବେଶ ଅନୁକୂଳ ସାମଗ୍ରୀରେ ମୂର୍ତ୍ତି ତିଆରି କରନ୍ତୁ। ମୂର୍ତ୍ତି ବିସର୍ଜନ ସମୟରେ ପ୍ରଶାସନ ନିର୍ଦ୍ଧାରଣ କରିଥିବା ସ୍ଥାନରେ ବିସର୍ଜନ କରି ଜଳଜୀବଙ୍କ ସୁରକ୍ଷା କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.