Syed Mushtaq Ali Twenty20: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ପରାଜୟରୁ ଓଡ଼ିଶା ଅଭିଯାନ

36 minutes ago 1
ARTICLE AD BOX

ଭୁବନେଶ୍ବର: ରଣଜୀ ଟ୍ରଫି ଭଳି ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍‌ରେ ମଧ୍ୟ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ‌ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାକୁ ଗୁଜରାଟ ୨୧ ରନ୍‌ରେ ପରାସ୍ତ କରିଛି। ଗୁଜରାଟର ୨୫୦/୯ ଜବାବରେ ଓଡ଼ିଶା ୨୨୯/୯ରେ ଅଟକିଯାଇଥିଲା। ଶୁଭ୍ରାଂଶୁ ସେନାପତି (୪୭ ବଲ୍‌ରୁ ୮୯ ରନ୍‌, ୬ ଚୌକା, ୭ ଛକା) ଏବଂ କାର୍ତ୍ତିକ ବିଶ୍ବାଳ (୩୨ ବଲ୍‌ରୁ ୫୫ ରନ୍‌, ୭ ଚୌକା) ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିବା ସହ ତୃତୀୟ ୱିକେଟ୍‌ ପାଇଁ ୧୨୯ ରନ୍‌ ଯୋଡ଼ିଥିଲେ। କିନ୍ତୁ ଗୋଟିଏ ଓଭରରେ ଉଭୟ ବିଦା ନେବା ପରେ ଓଡ଼ିଶା ବିଜୟ ଲକ୍ଷ୍ୟରେ ପହଞ୍ଚି ପାରି ନଥିଲା। 

Pollution: ପ୍ରଦୂଷଣ ଉପରେ ଏନ୍‌ସିଆର୍‌ ରାଜ୍ୟରେ ସମ୍ମନ୍ବିତ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ବାନ

ଅଧିନାୟକ ସ୍ବସ୍ତିକ ସାମଲ (୫)ଙ୍କ ସହ ଗୌରବ ଚୌଧୁରୀ (୬), ନିନାଦ ରାଥଭା (୧୨), ସର୍ବେଶ୍ବର ମହାନ୍ତି (୧୭), ସୌମ୍ୟ ଲେଙ୍କା (୧୪), ଅଭିଷେକ ଯାଦବ (୬) ପ୍ରମୁଖ ବିଫଳ ହେବାରୁ ଓଡ଼ିଶା ବିଜୟ ସୀମା ଡେଇଁ ପାରିନଥିଲା। ଗୁଜରାଟ ପାଇଁ ବି‌ସ୍ଫୋରକ ପାଳି ଖେଳିଥିବା ଖିଲନ ପଟେଲ୍‌ (୨୯ ବଲ୍‌ରୁ ୮୪ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଧିନାୟକ ଉର୍ଭିଲ ପଟେଲ୍‌ (୩୦ ବଲ୍‌ରୁ ୬୨ ରନ୍) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଓଡ଼ିଶା ନିଜ ପରବର୍ତୀ ମ୍ୟାଚ୍‌ ସୋମବାର ବିଦର୍ଭ ସହ ଖେଳିବ। ବୋଲିଂ ବେଳେ ଓଡ଼ିଶା ପକ୍ଷରୁ କିନ୍ତୁ ଲଳିତ ଯାଦବ, ଦେବବ୍ରତ ପ୍ରଧାନ ୩ଟି ଲେଖାଏଁ ଏବଂ ସୌମ୍ୟ ଲେଙ୍କା ୨ ୱିକେଟ୍‌ ଦଖଲ କରିବାରୁ ଗୁଜରାଟ ୨୫୦ରେ ଅଟକିଯାଇଥିଲା।

Weekly Horoscope 2026 November 15 to 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.