Trump: ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ଦୋମୁହାଁ ନୀତି: ଦ୍ୱନ୍ଦ୍ୱରେ ସହଯୋଗୀ ରାଷ୍ଟ୍ର

12 minutes ago 1
ARTICLE AD BOX

ୱାସିଂଟନ: ଗତ ସପ୍ତାହରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ଦଳର ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧର ପରବର୍ତ୍ତୀ ରଣନୀତିକୁ ନେଇ ବାରମ୍ବାର ନିଜର ମତ ବଦଳାଉଛନ୍ତି। ନିର୍ବାଚନ ପରଠାରୁ  ବିଭିନ୍ନ ସାମ୍ବାଦିକ ସମ୍ମିଳନୀ, ସାକ୍ଷାତକାର ଏବଂ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ୮ ମାସ ଧରି ଚାଲିଥିବା ଏହି ସଂଘର୍ଷରେ ଅତିରିକ୍ତ ସାମରିକ ଆକ୍ରମଣରୁ ପଛକୁ ହଟିବା ସହ ଇରାନର ମଧ୍ୟସ୍ଥିମାନଙ୍କ ସହ ଶାନ୍ତି ଆଲୋଚନା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଯାଉଛନ୍ତି। ଏହି ଯୁଦ୍ଧ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ଅର୍ଥନୈତିକ ଅସ୍ଥିରତା ରିପବ୍ଲିକାନ ଦଳର ନିର୍ବାଚନୀ ପରାଜୟ ପାଇଁ ଆଂଶିକ ଭାବେ ଦାୟୀ ବୋଲି ଟ୍ରମ୍ପ ସ୍ୱୀକାର କରିଥିବା ବେଳେ ଏହା ଏକ ସଠିକ୍ ପଦକ୍ଷେପ ଥିଲା ବୋଲି ଦୋହରାଇଛନ୍ତି। ସପ୍ତାହର ପ୍ରାରମ୍ଭରେ ହ୍ୱାଇଟ୍ ହାଉସରେ କତର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଇରାନ ଉପରେ ଆଉ ବଡ଼ ଧରଣର ଆକ୍ରମଣର ଆବଶ୍ୟକତା ନାହିଁ ଏବଂ ସାମରିକ ଦୃଷ୍ଟିରୁ ଯୁଦ୍ଧ ପ୍ରାୟତଃ ଶେଷ ହୋଇଛି ବୋଲି ସେ କହିଥିଲେ।

Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ

ଦ୍ୱନ୍ଦ୍ୱରେ ସହଯୋଗୀ ରାଷ୍ଟ୍ର
ଆକ୍ରମଣ ଓ ଶାନ୍ତି ଆଲୋଚନା ଉଭୟରୁ ପଛକୁ ହଟୁଛନ୍ତି ଆମେରିକା ରାଷ୍ଟ୍ରପତି
ଏସିଆ ଗସ୍ତରେ  ଜିନପିଙ୍ଗ ଓ  ପୁଟିନଙ୍କ ସହ ଇରାନ ପ୍ରସଙ୍ଗରେ ହେବ ଆଲୋଚନା

ତେବେ ଗୁରୁବାର ଟ୍ରମ୍ପ ପୁଣି ଥରେ ନିଜର ସ୍ୱର ବଦଳାଇ ତେହେରାନ ସହ କୌଣସି ଚୁକ୍ତିର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆମେରିକୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଇରାନର ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ‘ପିକଆକ୍ସ ମାଉଣ୍ଟେନ’ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସେ ଚେତାବନୀ ଦେଇଛନ୍ତି।  ଟ୍ରମ୍ପଙ୍କ ଏଭଳି ବଦଳୁଥିବା ଆଭିମୁଖ୍ୟ ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନିଶ୍ଚିତତା ବଢ଼ାଇ ଦେଇଛି।   

Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫିଲିପାଇନ୍ସ ଗସ୍ତ ଏବଂ ଚୀନ୍‌ର ଶେନଜେନଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଉପରେ ଇରାନ ଯୁଦ୍ଧର ଛାୟା ରହିବ। ଶେନଜେନ ଗସ୍ତ ସମୟରେ ଟ୍ରମ୍ପ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ।    
ଅନ୍ୟପକ୍ଷରେ ମୁଖ୍ୟ ମଧ୍ୟସ୍ଥି କତର ହର୍ମୁଜ ପ୍ରଣାଳୀ ଦେଇ ତୈଳ ଓ ପ୍ରାକୃତିକ ଗ୍ୟାସ ପରିବହନ ସ୍ୱାଭାବିକ କରିବା ପାଇଁ ଏକ ଅନ୍ତରୀଣ ଚୁକ୍ତି କରାଇବାକୁ ଉଦ୍ୟମ ଜାରି ରଖିଛି। କିନ୍ତୁ ଟ୍ରମ୍ପଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଏବଂ ଭାନ୍ସଙ୍କୁ ଆଲୋଚନାରୁ ଦୂରେଇ ରଖିବା ନିଷ୍ପତ୍ତି ମଧ୍ୟସ୍ଥି ଓ ମଧ୍ୟପ୍ରାଚ୍ୟ କୂଟନୀତିଜ୍ଞମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏଭଳି ସ୍ଥିତିରେ ଇରାନ ନିଜର ସର୍ତ୍ତ ପୂରଣ ଦାବିରେ ଅଟଳ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.