ARTICLE AD BOX
ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ତରବୋଇ ( ତଳସାହି ) ଗ୍ରାମ ବ୍ରଜ କିଶୋର ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ (୫୦)ଙ୍କର ବିଦ୍ୟୁତ୍ ଆଘାତରେ ଅକାଳ ମୃତ୍ୟୁ ଘଟିଛି | ବିଦ୍ୟୁତ୍ ଝଟକାରେ ଘର ଅଗଣାରେ ଟଳି ପଡ଼ିଥିଲେ ସେ |
Woman has died an untimely death due to an electric shock. Photograph: (sambad.in)ବାଲିପାଟଣା: ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ତରବୋଇ ( ତଳସାହି ) ଗ୍ରାମ ବ୍ରଜ କିଶୋର ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ (୫୦)ଙ୍କର ବିଦ୍ୟୁତ୍ ଆଘାତରେ ଅକାଳ ମୃତ୍ୟୁ ଘଟିଛି | ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କଳ୍ପନା ପାଣି ମଟର ସୁଇଚ୍ ମାରି ଗାଧୋଇବାକୁ ଯାଉଥିବା ଅବସ୍ଥାରେ ଅସାବଧାନତାବଶତଃ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ | ବିଦ୍ୟୁତ୍ ଝଟକାରେ ଘର ଅଗଣାରେ ଟଳି ପଡ଼ିଥିଲେ ସେ |
ତାଙ୍କର ୧ ପୁଅ ଏବଂ ୨ ଝିଅ
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ବାଲିପାଟଣା ପୁଲିସ ଶବ ଜବତ କରିବା ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି | କଳ୍ପନାଙ୍କ ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି | ତାଙ୍କର ୧ ପୁଅ ଏବଂ ୨ ଝିଅ ଅଛନ୍ତି | ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି |
President Droupadi Murmu: ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
3


