Wife and Two Children Injured ଖଣ୍ଡା ଚୋଟରେ ପତ୍ନୀ, ପୁଅ ଆହତ,  ଥାନାରେ ବାପାର ଆତ୍ମସମର୍ପଣ !

3 days ago 4
ARTICLE AD BOX

ବଳଙ୍ଗା(ଦୀପଙ୍କର ପ୍ରଧାନ):  ଗୁରୁବାର ବିଳମ୍ବିତ ରାତିରେ ବଳଙ୍ଗା ୭୬ଘର ସାହି ଭିତରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ଖଣ୍ଡା ଚୋଟରେ ପତ୍ନୀ, ପୁଅ ଓ ନାବାଳିକା ଝିଅ ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ବ୍ୟକ୍ତି ଜଣଙ୍କ ବଳଙ୍ଗା ଥାନାରେ ଆତ୍ମସମର୍ପଣ କରିଛନ୍ତି।

Piyush Tripathy: ପ୍ରେମ କରନାହିଁ..ଶାସ୍ତି ବାପା ମାଆଙ୍କୁ ଦିଅନ୍ତୁ ନାହିଁ, ଯୁବପିଢିଙ୍କୁ ଏମିତି ଅନୁରୋଧ କଲେ ପିୟୁଷ
ସୂଚନା ମୁତାବକ, ଗତକାଲି (ଗୁରୁବାର) କୌଣସି କାରଣ ନେଇ ସୁଜିତ କୁମାର ଦଳେଇ ଓ ପତ୍ନୀ ମମତାଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ସୁଜିତ କ୍ରୋଧରେ ପତ୍ନୀଙ୍କୁ ମାରଧର କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଯାଇଥିଲା ଏବଂ ସମସ୍ତେ ଯେଝା ପ୍ରକୋଷ୍ଠରେ ଶୋଇବାକୁ ଚାଲିଯାଇଥିଲେ। 

Attack: ବାପା ମାଙ୍କୁ ଛୁରା ମାରିଲା ପୁଅ, ବଞ୍ଚାଇବାକୁ ଯାଇ କନେଷ୍ଟବଳ ଗୁରୁତର
ରାତି ପ୍ରାୟ ଗୋଟାଏ ସମୟରେ ପୁଅ ବବୁଲ ବାହାରେ ବୁଲାବୁଲି କରି ଘରକୁ ଆସିଥିଲା। କବାଟ ପଡ଼ିଥିବାରୁ କବାଟ ବାଡ଼େଇ ଘର ଲୋକଙ୍କୁ ଡାକିଥିଲା । କବାଟ ଖୋଲିବାରେ ବିଳମ୍ବ ହେବାରୁ ବବୁଲ ଦାଣ୍ଡ କବାଟକୁ ଶକ୍ତ ଗୋଇଠା ମାରିଥିଲା। ଫଳରେ କବାଟ ଭାଙ୍ଗିଯିବା ସହ ପରିବାର ଅନ୍ୟ ସଦସ୍ୟ ଭୟରେ ଉଠି ଯାଇଥିଲେ। ଏହାପରେ ବବଲୁ ସିଧା ବାପା ସୁଜିତ ଓ ମା’ ମମତା ଶୋଇଥିବା କଠୋରୀକୁ ଯାଇ କବାଟ ବାଡ଼େଇଥିଲା। ଉଭୟ କବାଟ ଖୋଲିବା ପରେ ବବଲୁ ମା’କୁ କାହିଁକି ମାଡ଼ମାରିଥିଲ ବୋଲି କହି ଗାଳିଗୁଲଜ କରିଥିଲା। ଏହି ସମୟରେ ମମତା ପୁଅ ବବୁଲୁର ପକ୍ଷ ନେଇଥିଲେ। ଏଥିରେ ସୁଜିତ ଉତ୍‌କ୍ଷିପ୍ତ ହୋଇ ଏକ ଖଣ୍ଡାରେ ପୁଅକୁ ଆକ୍ରମଣ କରିବାକୁ ଆସିଥିଲେ। କିନ୍ତୁ ମମତା ‌ପୁଅକୁ ରକ୍ଷା କରିବାକୁ ଆଗକୁ ଚାଲିଆସିବାରୁ ଖଣ୍ଡା ମୁଣ୍ଡରେ ବାଜିଥିଲା। ପରେ ଖଣ୍ଡା ଚୋଟରେ ବବୁଲ ଓ ନାବାଳିକା ଝିଅ ଆହତ ହୋଇଥିଲେ। 

Accident Minor Death: ଅଜଣା ଗାଡ଼ି ଧକ୍କାରେ ୫ ବର୍ଷର ନାବାଳକ ମୃତ: ବାପା ମା ଗୁରୁତର
କୌଣସି ମରେ ସୁଜିତ ଶାନ୍ତ ପଡ଼ିଥିଲେ ଏବଂ ପରିବାର ଓ ପାଖପଡ଼ୋଶୀ  ୧୦୮ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ପଠାଇଥିଲେ। ସେଠାରେ ସମସ୍ତଙ୍କୁ ଡ଼ାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଘଟଣା ପରେ ସୁଜିତ ଥାନାରେ ଯାଇ ଆତ୍ମ ସମର୍ପଣ କରିଛନ୍ତି।  ଥାନା ଆଇଆଇସି ସସ୍ମିତା ସାହୁ କହିଛନ୍ତି, ଆତ୍ମ ସମର୍ପଣ କରିଥିଲେ ହେଁ। ଏନେଇ ଲିଖିତ ଅଭିଯୋଗ ହୋଇନାହିଁ। ଅନୁସନ୍ଧାନ ଚାଲିଛି, ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.