WhatsApp: ହ୍ବାଟ୍‌ସଆପ୍‌ ‘ୟୁଜର୍‌ନେମ୍‌’ ଉପରେ ରୋକ୍‌: ‘ମେଟା’କୁ ଜବାବ ମାଗିଲେ ସରକାର

2 weeks ago 7
ARTICLE AD BOX

ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ଏହାର ମାଲିକାନା ସଂସ୍ଥା ‘ମେଟା’କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ ଲୋକମାନଙ୍କୁ ଠକିବାର ଆଶଙ୍କା....

 (Metro Vaartha) Photograph: (Metro Vaartha)

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ଏହାର ମାଲିକାନା ସଂସ୍ଥା ‘ମେଟା’କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ ଲୋକମାନଙ୍କୁ ଠକିବାର ଆଶଙ୍କା ଥିବାରୁ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସୁବିଧାଟି କ’ଣ ତାହାକୁ ତିନି ଦିନ ଭିତରେ ବୁଝାଇବା ଓ ଆଲୋଚନା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ ନ କରିବାକୁ କମ୍ପାନିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ‘ମେଟା’କୁ ନୋଟିସ୍‌ ଜାରି କରାଯାଇଛି। ୟୁଜରନେମ୍‌ ସୁବିଧା କାର୍ଯ୍ୟକାରୀ ହେଲେ ‘ଟେଲିଗ୍ରାମ’ ଆପ୍‌ ଭଳି ହ୍ବାଟସ୍‌ଆପ୍‌ର ବ୍ୟାପକ ଅପବ୍ୟବହାର ହେବା ଆଶଙ୍କା କରାଯାଉଛି। ସେଥିପାଇଁ ଏହି ସୁବିଧାର ପ୍ରତିଟି ଦିଗକୁ ସରକାର ଯାଞ୍ଚ କରିବାକୁ ଚାହୁଛନ୍ତି। ଦେଶରେ ଡିଜିଟାଲ୍‌ ଠକେଇ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ହ୍ବାଟ୍‌ସଆପ୍‌ର ଏହି ନୂଆ ସୁବିଧାକୁ ନେଇ ସରକାର ଚିନ୍ତିତ ଅଛନ୍ତି। ୟୁଜରନେମ୍‌ ନାଁରେ କୌଣସି ବ୍ୟକ୍ତି ଯେଭଳି ଠକାମିର ଶିକାର ନ ହୁଅନ୍ତି ତାହା ନିଶ୍ଚିତ କରିବାକୁ ସରକାର ଚାହୁଛନ୍ତି। 

Vedanta: 'ବେଦକ୍ଷତା‘ ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ

ବର୍ତ୍ତମାନ ସମୟରେ ହ୍ବାଟ୍‌ସଆପ୍‌ ବ୍ୟବହାର କରିବା ପାଇଁ ମୋବାଇଲ୍‌ ନମ୍ବର ଦରକାର ହେଉଛି। ମୋବାଇଲ୍‌ ନମ୍ବରରେ ଆକାଉଣ୍ଟ ସୃଷ୍ଟି ହେଉଛି। କିନ୍ତୁ ବହୁ ଲୋକ ନିଜ ମୋବାଇଲ୍‌ ନମ୍ବର ସାର୍ବଜନୀନ କରିବାକୁ ଚାହୁନଥିବାରୁ ହ୍ବାଟ୍‌ସଆପ୍‌ ପକ୍ଷରୁ ୟୁଜରନେମ୍‌ ସୁବିଧା ଅଣାଯାଇଛି। ତେବେ ସାଇବର ଅପରାଧୀମାନେ ଏହାର ଫାଇଦା ନେଇ ନିଜର ପରିଚୟ ଲୁଚାଇ ଲୋକମାନଙ୍କୁ ସହଜରେ ଠକିପାରିବେ ବୋଲି ଆଶଙ୍କା କରାଯାଉଛି। ଏହି ସୁବିଧା ଘୋଷଣା ହେବା ପରଠାରୁ ସୋସିଆଲ୍‌ ମିଡିଆରେ ‘ୟୁଜରନେମ୍‌’ର ଖରାପ ଦିଗଗୁଡ଼ିକ ବିଷୟରେ ବ୍ୟାପକ ଚର୍ଚ୍ଚା ହେଉଛି। ଆଗାମୀ ମାସଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ସୁବିଧାକୁ ବିଶ୍ବର ବିଭିନ୍ନ ଦେଶରେ ଲାଗୁ କରିବାକୁ କମ୍ପାନି ଯୋଜନା ରଖିଛି। ବର୍ତ୍ତମାନ ‘ୟୁଜରନେମ୍‌’ ସୃଷ୍ଟି କରି ତାହାକୁ ସଂରକ୍ଷିତ ରଖିବାକୁ ହ୍ବାଟ୍‌ସଆପ୍‌ ଏହାର ବ୍ୟବହାରକାରୀମାନଙ୍କୁ କହିଛି।

Editorial: ପ୍ରବାସୀ ଭରସା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.