Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

3 hours ago 1
ARTICLE AD BOX

ମେଷ- ରବିବାର କୌଣସି ଭଲକାମ କରିବେ। ସୋମ, ମଙ୍ଗଳ ଓ ବୁଧବାର ରୋଜଗାରର ମଉକା ପାଇବେ। ଗୁରୁ ଓ ଶୁକ୍ରବାର ସରକାରୀ କାମ ପୂରା ହେବ। ଶନିବାର ଜୀବନସାଥୀଠୁ କିଛି ଉପହାର ପାଇବେ।

ବୃଷ- ରବିବାର ଜୀବନରେ ନୂଆ ଖୁସି ଆସିବ। ସୋମ, ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ସୁଖମୟ ହେବ। ଗୁରୁ ଓ ଶୁକ୍ରବାର ବେପାରୀଙ୍କ ଲାଗି ସମୟ ଭଲ। ଶନିବାର ନୂଆ କଥା କିଛି ଜାଣିପାରିବେ।

ମିଥୁନ- ରବିବାର ପ୍ରିୟଜନର ଭାବନାକୁ ବୁଝିବେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଅନୁକୂଳତା ରହିବ। ଗୁରୁ ଓ ଶୁକ୍ରବାର ବନ୍ଧୁର ସହାୟତା ପାଇବେ। ଶନିବାର ଆତ୍ମବିଶ୍ବାସ ବୃଦ୍ଧି ହେବ।

କର୍କଟ- ରବିବାର ଅସହାୟଙ୍କୁ ସାହାଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର ସୁଖ ସୁବିଧା ବୃଦ୍ଧି ହେବ। ଶନିବାର ଦାମ୍ପତ୍ୟ ଜୀବନ ଭଲ ରହିବ।

ସିଂହ- ରବିବାର ନୂଆ ସୁଯୋଗ ଆସିବ। ସୋମ, ମଙ୍ଗଳ ଓ ବୁଧବାର ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ। ଗୁରୁ ଓ ଶୁକ୍ରବାର ପୁତ୍ର ପକ୍ଷରୁ ସୁଖ ପାଇବେ। ଶନିବାର କୌଣସି ବଡ଼ ଦାୟିତ୍ବ ପାଇବେ।

କନ୍ୟା- ରବିବାର କାର୍ଯ୍ୟ ସଫଳ ହେବ। ସୋମ, ମଙ୍ଗଳ ଓ ବୁଧବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଗୁରୁ ଓ ଶୁକ୍ରବାର ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ଶନିବାର ବେପାରରେ ଉନ୍ନତି ହେବ।

ଆହୁରି ପଢ଼ନ୍ତୁ- Burnout Symptoms: ଅଧିକ କାମ କରିବା ସତ୍ତ୍ୱେ ପ୍ରଦର୍ଶନ କମୁଛି କି? ବର୍ଣ୍ଣଆଉଟ୍‌ର ଲକ୍ଷଣ ଏବଂ ଏଥିରୁ ବର୍ତ୍ତିବାର ସହଜ ଉପାୟ ଜାଣନ୍ତୁ

ତୁଳା- ରବିବାର ଆଗକୁ ବଢ଼ିବାର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ‌ନେବେ। ଗୁରୁ ଓ ଶୁକ୍ରବାର ଧାର୍ମିକ ସତ୍‌ସଙ୍ଗକୁ ଯିବେ। ଶନିବାର କାମରେ ସକାରାତ୍ମକ ଫଳ ପାଇବେ।

ବିଛା- ରବିବାର କାରବାରରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର ପରିବାରରେ ଆପୋସୀ ତାଳମେଳ ରହିବ। ଗୁରୁ ଓ ଶୁକ୍ରବାର ଉନ୍ନତି ଲାଗି ନୂଆ ଯୋଗ ଅଛି। ଶନିବାର ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।

ଧନୁ- ରବିବାର ଲୋକେ ଆପଣଙ୍କ କଥାରେ ଧ୍ୟାନ ଦେବେ। ସୋମ, ମଙ୍ଗଳ ଓ ବୁଧବାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ। ଗୁରୁ ଓ ଶୁକ୍ରବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ଶନିବାର ନିବେଶରୁ ଲାଭ ପାଇବେ।

ମକର- ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ, ମଙ୍ଗଳ ଓ ବୁଧବାର ଚାକିରିରେ ସଫଳତା ମିଳିପାରେ। ଗୁରୁ ଓ ଶୁକ୍ରବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଶନିବାର ବ୍ୟବସାୟରେ ସମ୍ଭାବନା ବଢ଼ିବ।

କୁମ୍ଭ- ରବିବାର ଆର୍ଥିକ ମାମଲାରେ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ସୁଖସୌହାର୍ଦ୍ଦ ବଢ଼ିବ। ଗୁରୁ ଓ ଶୁକ୍ରବାର ରାଜନୀତିରେ ସଫଳ ହେବେ। ଶନିବାର କାମରେ ଭଲ ସଫଳତା ପାଇବେ।

ମୀନ- ରବିବାର ସ୍ବାସ୍ଥ୍ୟରେ ସୁଧାର ହେବ। ସୋମ, ମଙ୍ଗଳ ଓ ବୁଧବାର ଭାଗୀଦାରି ବେପାରରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ପାଖ ଲୋକଙ୍କ ସାହାଯ୍ୟ ପାଇବେ। ଶନିବାର ବହୁମୂଲ୍ୟ ବସ୍ତୁ କିଣିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.