ARTICLE AD BOX
ପୁରୀ: ସୁନାବେଶରେ ବ୍ୟବହୃତ ହେଉଥିବା ଅଳଙ୍କାରର ଆଉ ଏକ ସେଟ୍ ପ୍ରସ୍ତୁତ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ନିଜସ୍ବ ପାଣ୍ଠି ଖର୍ଚ୍ଚ କରିବ। ଯଦି କେହି ବଦାନ୍ୟ ବ୍ୟକ୍ତି ଦାନ ଦେବାକୁ ଚାହିବେ, କରିପାରିବେ। ବାହାର ରତ୍ନ ଭଣ୍ଡାରରେ ରହୁଥିବା ସୁନାବେଶର ରତ୍ନ ଅଳଙ୍କାରର ୩ଡି ମ୍ୟାପିଂ ସରିଛି। ଏହି ଡିଜିଟାଲ୍ ତଥ୍ୟ ଆଧାରରେ ନୂଆ ଅଳଙ୍କାର ପ୍ରସ୍ତୁତ ହେବ। ଅଳଙ୍କାରର ଓଜନ, ମାପ ସହ ପାରମ୍ପରିକ ଆକୃତି, ଶିଳ୍ପ ଶୈଳୀ, ଧାର୍ମିକ ଗୁରୁତ୍ବ ସବୁ ଅକ୍ଷୁଣ୍ଣ ରହିବ। ଏହାକୁ ଯାଞ୍ଚ ତଥା ତଦାରଖ କରିବାକୁ ଏକ ବୈଷୟିକ କମିଟି ଗଠନ ହେବ। ଏହି କମିଟି ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କରୁଥିବା ଅଭିଜ୍ଞ ସଂସ୍ଥା ଚୟନ କରିବ। ଖୁବ୍ଶୀଘ୍ର ଏଥିପାଇଁ ଟେଣ୍ଡର ହେବ। ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ
ଡ.ପାଢ଼ୀଙ୍କ ସୂଚନା ହେଲା, ୬ ବର୍ଷ ହେଲା ବନ୍ଦ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଆସନ୍ତା ୩୦ ତାରିଖ (ବୁଧବାର)ରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ତିନିଦିନ ପ୍ରବେଶ ଦେୟମୁକ୍ତ ରଖାଯାଇଥିବା ବେଳେ ବୟସ୍କ (୮୦ରୁ ଊର୍ଦ୍ଧ୍ବ) ଓ ଶିଶୁମାନଙ୍କ ପ୍ରବେଶ ସବୁବେଳେ ଦେୟମୁକ୍ତ ରଖିବାକୁ ନିଷ୍ପତ୍ତି ହୋଇଛି। ୩ ଦିନ ପରେ ୧୦ ଟଙ୍କାର ଟିକଟ କାଟି ଭକ୍ତମାନେ ପୂର୍ବାହ୍ଣ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ। ଜୋତା ଓ ମୋବାଇଲ୍ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାଣ୍ଡ ଭକ୍ତଙ୍କ ପାଇଁ ଦେୟମୁକ୍ତ ରହିବ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ରୢାମ୍ପ କରାଯିବା ସହ ଜଣେ ଅଫିସରଙ୍କୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଦାୟିତ୍ବ ଦିଆଯାଇଛି।
ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
୩୦ରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର
ପ୍ରଥମ ତିନିଦିନ ମାଗଣା ଦର୍ଶନ
ପୁରୀବାସୀଙ୍କ ସ୍ବତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଖୁବ୍ଶୀଘ୍ର
ଦୀର୍ଘ ଦିନ ଧରି ପୁରୀବାସୀଙ୍କ ସ୍ବତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଦାବି ଉପରେ ସକାରାତ୍ମକ ନିଷ୍ପତ୍ତି ହୋଇଛି। ପୁରୀବାସୀ ଆଧାରକାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିପାରିବେ। ଉତ୍ତର ଦ୍ବାର ଦେଇ ସେମାନଙ୍କର ପ୍ରବେଶ ପାଇଁ ପ୍ରସ୍ତାବ ଆସିଛି। ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ପ୍ରବେଶ ସୁଯୋଗ ଦିଆଯିବ। ଏଥିପାଇଁ ସେମାନଙ୍କୁ ଏକ ଟିକଟ ମିଳିବ। ଖୁବ୍ଶୀଘ୍ର ଏହା ଉପରେ ଜିଲ୍ଲାପାଳ, ଏସ୍ପି ଓ ପରିଚାଳନା କମିଟି ସେବାୟତ ସଦସ୍ୟ ନିଷ୍ପତ୍ତି ନେବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ସ୍ଲଟ୍ବୁକିଂ ଆରମ୍ଭ ହେବ। ଦିନକୁ ୫୦ରୁ ୧୦୦ ସ୍ଲଟ୍ ବୁକିଂ ହେବ। ସେବାୟତ କଲ୍ୟାଣ ଯୋଜନାରେ ଆଦର୍ଶ ଗୁରୁକୂଳ ପାଇଁ ମାଟିତୋଟାରେ ପାଚେରି କାମ ଚାଲିଛି। ୧୩୦୦ ମିଟର ଲମ୍ବ ପାଚେରିରୁ ୮୫୦ ମିଟର ନିର୍ମାଣ ସରିଛି। ନଭେମ୍ବର ମାସରେ ପ୍ରକଳ୍ପର ଭୂମି ପୂଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ, ଗଜପତି ଓ ଆଇନ ମନ୍ତ୍ରୀ ଯୋଗ ଦେବେ। ପ୍ରମୋଦ ଉଦ୍ୟାନ ଜାଗାକୁ ସୁରକ୍ଷିତ ରଖାଯିବା ସହ ରଘୁନନ୍ଦନ ପାଠାଗାର ଶୀଘ୍ର ଆରମ୍ଭ କରିବାକୁ ଓବିସିସିକୁ କୁହାଯାଇଛି। ସେବାୟତଙ୍କ ବାସଗୃହ ଯୋଜନାରେ ହରଚଣ୍ଡୀ ସାହିରେ ୩.୨୫ ଏକର ଜମିରେ ପ୍ରସ୍ତୁତ ହେବାକୁ ଥିବା ପ୍ରକଳ୍ପ ପାଇଁ ଖୁବ୍ଶୀଘ୍ର ଖର୍ଚ୍ଚ ଅଟକଳ (ଏଷ୍ଟିମେଟ୍) ହେବ।
Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ବୈଠକରେ ୨୦୨୫-୨୬ର ଅଡିଟ ରିପୋର୍ଟ ଉପସ୍ଥାପନ ସହ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା, ପ୍ରକାଶନ ସବ୍କମିଟିର କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା। କୌଣସି ଅନୁଷ୍ଠାନ ଶ୍ରୀମନ୍ଦିର ପରମ୍ପରା କିମ୍ବା ଶ୍ରୀଜଗନ୍ନାଥ ସଂସ୍କୃତିକୁ କ୍ଷୁଣ୍ଣ କଲେ ଗଜପତିଙ୍କ ଅଧ୍ୟକ୍ଷତାରେ ସବ୍କମିଟି ଦିଲ୍ଲୀ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ହରଚଣ୍ଡୀ ସାହିରେ ହେବାକୁ ଥିବା ପୂଜାପଣ୍ଡା ନିଯୋଗର ସଂସ୍କୃତ ବିଦ୍ୟାଳୟ ପାଇଁ ଜାଗା ବିବାଦ ରହିଛି। ଏହାକୁ ସମାଧାନ କରିବାକୁ ଉଦ୍ୟମ ହେବ।

35 minutes ago
1


