Ganesh Prasad Parija: ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ୨୭ତମ ସ୍ମୃତି ଦିବସ: ‘ଦଶ ମହାବିଦ୍ୟା ଦଶଟି ଆଧ୍ୟାତ୍ମିକ ଅବସ୍ଥାକୁ ପ୍ରତିନିଧିତ୍ୱ କରେ’

39 minutes ago 1
ARTICLE AD BOX

ଭୁବନେଶ୍ୱର: ଦଶ ମହାବିଦ୍ୟା ଶକ୍ତି ଉପାସନାର ଏକ ଅନନ୍ୟ ଅଧ୍ୟାୟ। ଏହା କେବଳ ଦେବୀଙ୍କ ରୂପ ନୁହେଁ, ବରଂ ଏହା ମନୁଷ୍ୟ ଜୀବନର ଦଶଟି ଆଧ୍ୟାତ୍ମିକ ଅବସ୍ଥାକୁ ମଧ୍ୟ ପ୍ରତିନିଧିତ୍ୱ କରେ। ଏହି ଉପାସନା ସାଧକଙ୍କୁ ଭୟ, ଅଜ୍ଞାନତା ଓ ମାୟାରୁ ମୁକ୍ତି ଦେଇ ଆତ୍ମଜ୍ଞାନ ଆଡ଼କୁ ନେଇଥାଏ। ‘ଶାରଳା ସ୍ମାରକ’ ପକ୍ଷରୁ ଗବେଷକ ତଥା ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ୨୭ତମ ସ୍ମୃତି ଦିବସ ଅବସରରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ‘ଶାକ୍ତ ଦର୍ଶନରେ ଦଶମହାବିଦ୍ୟା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ଏଭଳି କହିଛନ୍ତି ଐତିହାସିକା ପ୍ରଫେସର ସୋମା ଚାନ୍ଦ। ଏଥିସହିତ ଏହା ନାରୀ ଶକ୍ତିର ଉତ୍କର୍ଷତା ପ୍ରତିପାଦନ କରେ ବୋଲି ସେ କହିଥିଲେ। 

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ସ୍ତମ୍ଭକାର ଦାଶ ବେନହୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ନାରୀ ଶକ୍ତିର ବିଶେଷତ୍ବ ଉପରେ କହିଥିଲେ। ଆମ ପ୍ରଥା ଓ ପରମ୍ପରାରେ ନାରୀମାନେ ପୂଜନୀୟ ବୋଲି ଲିଖିତ ଥିବା ବେଳେ ବର୍ତ୍ତମାନ ସମାଜର ବିଭିନ୍ନ ସ୍ତରରେ ନାରୀମାନେ ଅବହେଳିତ। ଏପରିକି ସାହିତ୍ୟରେ ମଧ୍ୟ ନାରୀମାନଙ୍କ ଯଥୋଚିତ ସମ୍ମାନ ଦିଆଯାଉନାହିଁ ବୋଲି ସେ କହିଥିଲେ। ଏଥିସହିତ ସ୍ୱର୍ଗତ ପରିଜା ଜଣେ ଜନପ୍ରିୟ ଲେଖକ ଥିଲେ ବୋଲି କହିଥିଲେ।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ

ପ୍ରଫେସର ଦାଶ ବେନହୁର ନିଜ ସଭାପତିତ୍ୱ ଅଭିଭାଷଣରେ ସ୍ୱର୍ଗତ ପରିଜାଙ୍କ ଓଡିଆ ସାହିତ୍ୟକୁ ଅବଦାନ ବିଷୟରେ ସୂଚନା ଦେଇଥିଲେ । ଜଗନ୍ନାଥ ସଂସ୍କୃତି, ଶକ୍ତି ଉପାସନା ଓ ବୌଦ୍ଧ ଧର୍ମ ସଂପର୍କରେ ତାଙ୍କର ପୁସ୍ତକଗୁଡ଼ିକ ବେଶ୍‌ ଲୋକପ୍ରିୟ ବୋଲି ସେ କହିଥିଲେ। ଏହି ଅବସରରେ ଗବେଷକ ଗୋପାଳକୃଷ୍ଣ ଦାଶଙ୍କୁ ‘ନବମ ଗଣେଶ ପରିଜା ସମ୍ମାନ’ ଓ ଗାଳ୍ପିକ ତୃପ୍ତିରଞ୍ଜନ ଦାସଙ୍କୁ ‘ଗଣେଶ ପରିଜା ଗଳ୍ପ ସମ୍ମାନ’ ପ୍ରଦାନ କରାଯାଇଥିଲା। ସ୍ମାରକର ଉପସଭାପତି ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶତ୍ରୁଜିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।  ଅପୂର୍ବ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ନୀଳିମା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ରାଜଶ୍ରୀ ଶତପଥୀ, ମୀନାକ୍ଷୀ ପଟ୍ଟନାୟକ, ରଶ୍ମିତା ରଥ, ଶ୍ୱେତପଦ୍ମା ମିଶ୍ର, ରୁଦ୍ର ପ୍ରସାଦ ପରିଜା ଓ ପ୍ରଫୁଲ୍ଲ ଦେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.