ARTICLE AD BOX
କଟକ(ଦୀପ୍ତିରଂଜନ ସାମଲ): କଟକ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଦେଶୀ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି। ବର୍ଷକୁ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ନୂଆ ରେକର୍ଡ ଛୁଉଁଛି। ହେଲେ ଏହି ବୃଦ୍ଧିରେ ସାମିଲ ନାହାନ୍ତି ବିଦେଶୀ ପର୍ଯ୍ୟଟକ। ୨୦୨୫ରେ କଟକ ସହରକୁ ଜଣେ ବି ବିଦେଶୀ ପର୍ଯ୍ୟଟକ ଆସିନଥିବା ବେଳେ ଲଳିତଗିରିରେ ମଧ୍ୟ ଗତବର୍ଷ ତୁଳନାରେ ପାଖାପାଖି ୬୦ ପ୍ରତିଶତ ହ୍ରାସ ଘଟିଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଆକର୍ଷଣ ଅଂଶୁପା ଓ ସାତକୋଶିଆ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁବାବୁଙ୍କ ଜନ୍ମସ୍ଥଳୀ ସତ୍ୟଭାମାପୁର ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ଟାଣି ପାରୁନାହିଁ। କଟକ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରୁ ଏହି ତଥ୍ୟ ସାମନାକୁ ଆସିଛି।
Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ
କଟକ ସହରରେ ଶୂନ, ଲଳିତଗିରିରେ ୬୦% ହ୍ରାସ
ଅଂଶୁପା, ସାତକୋଶିଆ, ସତ୍ୟଭାମାପୁର ବି ଆକୃଷ୍ଟ କରିପାରୁନି
ତଥ୍ୟ ଅନୁସାରେ, ୨୦୨୩ରେ ୩୫ ଲକ୍ଷ ୬୯ ହଜାର ୬୭୩ ଜଣ ପର୍ଯ୍ୟଟକ କଟକ ଜିଲ୍ଲାକୁ ଆସିଥିଲା ବେଳେ ସେମାନଙ୍କ ମଧ୍ୟରେ କଟକ ସହରକୁ ୪୨ ଜଣ ଓ ଲଳିତଗିରିକୁ ୧୪୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୪ରେ ପ୍ରବାସୀ ଓଡ଼ିଆ ସମ୍ମେଳନ ହୋଇଥିବାରୁ ଲଳିତଗିରିରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଏହି ବର୍ଷ ଲଳିତଗିରିକୁ ୪୧୭ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ହେଲେ କଟକ ସହରରେ ଏହି ସଂଖ୍ୟା ହ୍ରାସ ପାଇ ୧୩କୁ ଖସି ଆସିଥିଲା। ଏହି ବର୍ଷ ଜିଲ୍ଲାରେ ମୋଟ ପର୍ଯ୍ୟଟକଙ୍କ ସଂଖ୍ୟା କିନ୍ତୁ ବୃଦ୍ଧି ପାଇ ୩୮ ଲକ୍ଷ ୪୪ ହଜାର ୯୭୩ରେ ପହଞ୍ଚିଥିଲା। ୨୦୨୫ରେ ମୋଟ ପର୍ଯ୍ୟଟକ ସଂଖ୍ୟା ୪୫ ଲକ୍ଷ ୩ ହଜାର ୩୮୧ ହୋଇଥିଲା। ଏହି ବର୍ଷ ଲଳିତଗିରିରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୬୪କୁ ଖସି ଆସିଥିଲା ବେଳେ କଟକ ସହରକୁ ଜଣେ ବି ବିଦେଶୀ ପର୍ଯ୍ୟଟକ ଆସି ନଥିଲେ। ୨୦୨୫ରେ ମୋଟ ପର୍ଯ୍ୟଟକଙ୍କ ସଂଖ୍ୟାରେ କଟକ ସହର ସବୁଠୁ ଆଗରେ ରହିଛି। ଏଠାରେ ୯ ଲକ୍ଷ ୩ ହଜାର ୩୫୧ ଜଣ ପର୍ଯ୍ୟଟକ ଆସିଥିଲେ। ଏହା ପଛକୁ ଧବଳେଶ୍ବରକୁ ୫ ଲକ୍ଷ ୩୬ ହଜାର ୩୭୮, ଚୌଦ୍ବାରକୁ ୩ ଲକ୍ଷ ୩୧ ହଜାର ୭୩୩, ସାତକୋଶିଆକୁ ୨ ଲକ୍ଷ ୧୩ ହଜାର ୪୩୭, ଭଟ୍ଟାରିକାକୁ ୨ ଲକ୍ଷ ୧ ହଜାର ୭୪୨, ବାଙ୍କୀକୁ ୧ ଲକ୍ଷ ୯୮ ହଜାର ୭୪୫, ଅଂଶୁପାରେ ୧ ଲକ୍ଷ ୮୯ ହଜାର ୨୫୧, ନେମାଳରେ ୧ ଲକ୍ଷ ୭୯ ହଜାର ୨୬୭, ନରାଜକୁ ୧ ଲକ୍ଷ ୧୦ ହଜାର ୭୭୩ ପର୍ଯ୍ୟଟକ ଆସିଛନ୍ତି।
Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଏ ସଂପର୍କରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କଟକ ଜିଲ୍ଲାରେ ମନ୍ଦିର ସଂଖ୍ୟା ଅଧିକ ଥିବାରୁ ସ୍ଥାନୀୟ ଓ ଦେଶୀ ପର୍ଯ୍ୟଟକଙ୍କ ଆଗମନ ଅଧିକ ରହୁଛି। ହେଲେ ବିଦେଶୀ ପର୍ଯ୍ୟଟକମାନେ ମନ୍ଦିର ଦର୍ଶନ ଅପେକ୍ଷା ବୁଲାବୁଲି, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ସ୍ଥାନ ପ୍ରତି ଅଧିକ ପସନ୍ଦ କରୁଛନ୍ତି। ‘ଗୋଲଡେନ୍ ଟ୍ରାଏଙ୍ଗଲ’ ଭାବେ ପରିଚିତ ଲଳିତଗିରି, ଉଦୟଗିରି ଓ ରତ୍ନଗିରିର ଯେପରି ପ୍ରଚାରପ୍ରସାର ହୋଇଛି, ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ସେଭଳି ପ୍ରଚାର ହୋଇ ପାରିନାହିଁ। ଫଳରେ ଅଂଶୁପା, ସାତକୋଶିଆ ଭଳି ମନୋରମ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କ ନିକଟରେ ସେଭଳି ପରିଚିତ ହୋଇ ପାରିନାହିଁ।
ସେହିପରି ସାତକୋଶିଆ ପ୍ରତି ଅନେକଙ୍କ ଆଗ୍ରହ ରହିଥିଲେ ମଧ୍ୟ ଦୂରତା କାରଣରୁ ପର୍ଯ୍ୟଟକ ସେଠାରେ ସହଜରେ ପହଞ୍ଚି ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥର ଇକୋ ରିଟ୍ରିଟ୍ ଆୟୋଜନ କରାଯାଇ ପର୍ଯ୍ୟଟକଙ୍କ ନିକଟତର ହେବାକୁ ଉଦ୍ୟମ କରାଯାଇଛି। ଅଂଶୁପା ଭଳି ଏକାଧିକ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ଏହି ନବୀକରଣ କାର୍ଯ୍ୟ ଶେଷ ହେବା ପରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଅଧିକ ଆକର୍ଷଣୀୟ ହେବା ସହ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ବୋଲି ଆଶା କରାଯାଉଛି।

35 minutes ago
1


