Major floods in 2 districts: ୨ ଜିଲ୍ଲାରେ ବଡ଼ ବନ୍ୟା: ୧୫ ବ୍ଲକ୍‌ର ୧୫୪ ପଞ୍ଚାୟତ ପ୍ରଭାବିତ

35 minutes ago 1
ARTICLE AD BOX

ବାଲେଶ୍ବର/ଭଦ୍ରକ: ଲଘୁଚାପ କାରଣରୁ ଲଗାଣବର୍ଷା ପ୍ରଭାବରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଉଛି। ଦୁଇ ଜିଲ୍ଲାର ସବୁ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ, ସୋନ, ବୈତରଣୀ, ରେବ, କପାଳୀ, ସାଳନ୍ଦୀ ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଦେଖାଦେଇଛି। ଦୁଇ ଜିଲ୍ଲାର ୧୫ ବ୍ଲକ୍‌ର ୧୫୪ ପଞ୍ଚାୟତର ପ୍ରାୟ ୭୧୧ ଗାଁ ପ୍ରଭାବିତ ହୋଇଛି। 

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ବାଲେଶ୍ବର ଜିଲ୍ଲାର ପ୍ରାୟ ସବୁନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୧୧.୦୯ ମିଟର, ବୁଢ଼ାବଳଙ୍ଗ ନଦୀର ଏନ୍‌ଏଚ୍‌- ୫ଠାରେ ବିପଦ ସଂକେତ ୮.୧୩ ମିଟର ଉପରେ ୮.୨୭ ମିଟର, ଜଳକାରେ ବିପଦ ସଂକେତ ୬.୫୦ ମିଟର ଉପରେ ୬.୭୬ ମିଟର, କାଂଶବାଂଶ ନଦୀର ବିପଦ ସଂକେତ ୭.୫୦ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭.୯୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ବର ଉବୁଟୁବୁ ହେଉଛି। ଗାଲୁଡିହ ବ୍ୟାରେଜ୍‌ର ଉଦ୍‌ବୃତ୍ତ ଜଳ ଓ ଅବବାହିକା ଅଞ୍ଚଳର ବର୍ଷାଜଳ ନଦୀରେ ମିଶିବା ପରେ ବନ୍ୟାସ୍ଥିତି ଜଟିଳ ହେଉଛି। 

୧୫ ବ୍ଲକ୍‌ର ୧୫୪ ପଞ୍ଚାୟତ ପ୍ରଭାବିତ
ସହର, ଜିଲ୍ଲା ସଦର ମହକୁମାକୁ ‌ଯୋଗାଯୋଗ ବିଚ୍ଛିନ୍ନ
ଏନ୍‌ଏଚ୍‌ ୨୦ ଉପରେ ବନ୍ୟାପାଣି
ଅର୍ଣ୍ଣପାଳଠାରେ ୨୦ ଫୁଟର ଘାଇ
ବାଉଦପୁର‌ ସାଳନ୍ଦୀ ପୋଲ ବୁଡ଼ିଲା

ଏପଟେ ପୂର୍ଣ୍ଣିମା ଯୋଗୁଁ ନଦୀଜଳ ସମୁଦ୍ରକୁ ନିଷ୍କାସିତ ହୋଇନପାରି ସ୍ଥିତି ଆହୁରି ଗମ୍ଭୀର କରିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର; ୪ଟି ବ୍ଲକ୍‌ର ୪୧ଟି ପଞ୍ଚାୟତର ୧୫୪ଟି ଗାଁ ବନ୍ୟା ଦ୍ବାରା ବିଶେଷ ପ୍ରଭାବିତ ହୋଇଛି। ବାଲିଆପାଳ ବ୍ଲକ୍‌ର ୧୦ ପଞ୍ଚାୟତର ପ୍ରାୟ ୫୦ ହଜାର ପ୍ରଭାବିତ ହୋଇଛନ୍ତି। ବୁଢ଼ାବଳଙ୍ଗ ବନ୍ୟାରେ ବାଲେଶ୍ବର ସହର ଉପକଣ୍ଠ ବାଲିଘାଟରୁ ବୁଆଁଳ, ବଇଁଚା, ନଗ୍ରମ ଆଦି ୧୫ରୁ ଅଧିକ ପଞ୍ଚାୟତର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରେମୁଣାର ଭୀମପୁରା ଛକରେ ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେମୁଣା-ବାଲେଶ୍ବର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ସେହିଭଳି ସୋନ ବନ୍ୟାରେ ‌ନୀଳଗିରି, ରେମୁଣା ବ୍ଲକ୍‌ ପ୍ରଭାବିତ ହୋଇଛି। କାଂଶବାଂଶ ବନ୍ୟା ବ୍ଲକ୍‌ର ୪୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି। ଜିଲ୍ଲାର ୧୦ ବ୍ଲକ୍‌ର ୯୨ ପଞ୍ଚାୟତର ୫୪୧ ଗାଁ, ୨ ଲକ୍ଷ ୩ ହଜାର ୨୦୧ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୪୯ ହଜାର ୫୯୦ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। 

SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’

ଗତ ୭ ଦିନର ବର୍ଷା ଆଉ ବନ୍ୟା ଭଦ୍ରକ ଜିଲ୍ଲାକୁ ବୁଡ଼ାଇ ଦେଇଛି। ଆଜି ବୈତରଣୀ ୧୯.୩୭ ମିଟର ଓ ସାଳନ୍ଦୀ ୧୯.୫୩ ଫୁଟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ବନ୍ୟାରେ ଭଦ୍ରକ ସହରର ୧୫ ୱାର୍ଡ ଓ ୧୨ ପଞ୍ଚାୟତ ବୁଡ଼ିଛି। ଭଦ୍ରକ ସହରର ବାଉଦପୁର ସାଳନ୍ଦୀ ପୋଲ ବୁଡ଼ିଯାଇଛି। ଅନେକ ସ୍କୁଲ, ମନ୍ଦିର ଓ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି। ଜିଲ୍ଲାରେ ୫ ବ୍ଲକ୍‌ର ୬୨ ପଞ୍ଚାୟତର ୧୭୦ ଗାଁ ଜଳମଗ୍ନ ହୋଇଛି। ୧ ଲକ୍ଷ ୩୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲିରେ ବନ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଭଦ୍ରକ ବ୍ଲକ୍‌ର ଅର୍ଣ୍ଣପାଳଠାରେ ସାଳନ୍ଦୀ ନଦୀରେ ୨୦ ଫୁଟର ଘାଇ ହୋଇ ଗାଁ ଆଡ଼କୁ ମାଡ଼ି ଆସିଛି ବନ୍ୟାଜଳ।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ

ଭଦ୍ରକ-ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଆରଡ଼ି-ଯାଜପୁର ରାସ୍ତା ବୁଡ଼ିଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍‌ର ୧୨ ପଞ୍ଚାୟତ, ଧାମନଗର ବ୍ଲକ୍‌ର ୨୪, ଭଣ୍ଡାରିପୋଖରୀର ୧୫, ତିହିଡ଼ିର ୭, ଚାନ୍ଦବାଲିର ୪ ପଞ୍ଚାୟତ ପ୍ରଭାବିତ ହୋଇଛି। ଆରଡ଼ି-କୁଆଖିଆ ଏନ୍‌ଏଚ୍‌ ୨୦ର ବୋଡ଼କ-ଠିବାଙ୍କୁଡ଼ା ଭିତରେ ତିନିଟି ସ୍ଥାନରେ ତିନିଫୁଟର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଚାନ୍ଦବାଲି-ଆରଡ଼ି-ମୁଆଁ ଘୋଷରା ଓ ମତୋ-ଆରଡ଼ି ରାସ୍ତାର ଭୂଇଁପୁର ଘୋଷରାରେ ବନ୍ୟାପାଣି ପ୍ରବାହିତ ହେଉଛି। ଆରଡ଼ି ପଞ୍ଚାୟତର ମୁଆଁ, ସନ୍ତରା ଓ ଓଳଗ ପଞ୍ଚାୟତର ବୋଡ଼କ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାରେ ୩୨୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି, ୯୫୫ ଜଣଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ୍‌ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.