ARTICLE AD BOX
କାମାକ୍ଷାନଗର (ରାକେଶ ଦେହୁରୀ): ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାଆନ୍ତା। ଚାଷୀ ବର୍ଷକ ପରିଶ୍ରମର ଫଳ ପାଇବାର ଆଶା ରଖିଥିଲେ। ହେଲେ, ରାତିର ଅନ୍ଧାରରେ କୌଣସି ଦୁର୍ବୃତ୍ତ ଫଳନ୍ତି ଜମିରେ ଘାସମରା ଔଷଧ ପକାଇଦେଇଛନ୍ତି। ସୂଚନାନୁସାରେ, କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗାଁର ଘୁଣ୍ଟୁଣୀପଶି ଅଞ୍ଚଳରେ ଦୁର୍ବୃତ୍ତଙ୍କ ଏଭଳି ଅପରାଧ ଯୋଜୁଁ ପ୍ରାୟ ୬ ଏକର ଜମିର ଫସଲ ନଷ୍ଟ ହୋଇଯାଇଛି।
Crop Catches Fire: ପାଞ୍ଚ ଏକର ଜମିରୁ ଅମଳ ଧାନ ଫସଲ ଜାଳି ଦେଲା ଦୁର୍ବୃତ୍ତ
ଚାଷୀଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଧାନ ଜମିରେ ଘାସମରା ଔଷଧ ପକାଇ ଦେଇଛନ୍ତି। ଆଜି ପୂର୍ବାହ୍ଣରେ ଜମିକୁ ଯାଇ ଧାନ ଗଛର ଅବସ୍ଥା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଧାନ ଗଛ ଧୀରେ ଧୀରେ ଶୁଖିଯାଇଥିବାବେଳେ ବ୍ୟାପକ ଅଞ୍ଚଳର ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
Newborn Baby Boy Found ନବଜାତ ସନ୍ତାନକୁ ଧାନ ବିଲରେ ଫିଙ୍ଗି ଦେଇ ଚାଲିଗଲା ପ୍ରସୂତା
ପଡ଼ିଛି। ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ହଗୁରୁ ଦେହୁରୀ, ଭଞ୍ଜ ଦେହୁରୀ, କଷ୍ଟୁ ବେହେରା, ଆନନ୍ଦ ବେହେରା, ସୁବଳ ଦେହୁରୀ, ବାବୁଲି ଦେହୁରୀ, ପିତାମ୍ବର ଦେହୁରୀ, ଭମ୍ବର ଦେହୁରୀ, ଦୁଃଖିଆ ଦେହୁରୀ ଓ ପଦ୍ମନାଭ ଦେହୁରୀପ୍ରମୁଖ କହିଛନ୍ତି, ଚାଷୀଙ୍କ ପାଇଁ ଧାନ କେବଳ ଏକ ଫସଲ ନୁହେଁ ବରଂ ଏହା ସେମାନଙ୍କ ବର୍ଷକର ଆୟ ଓ ପରିବାର ଚଳାଇବାର ମୁଖ୍ୟ ଆଶା। ଜମି ପ୍ରସ୍ତୁତିଠାରୁ ଧାନ ରୋଇବା, ସାର ଓ ଔଷଧ ପକାଇବା ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ସେମାନେ ସେଥିରେ ଖର୍ଚ୍ଚ କରିଥିଲେ। ଶ୍ରମ, ଟଙ୍କା ଓ ସମୟ ଦେଇ ଫସଲକୁ ଅମଳଯୋଗ୍ୟ କରିଥିଲେ। ହେଲେ, ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ଏବେ ସେମାନଙ୍କ ଉପରେ ଦୁଇଗୁଣ ଆର୍ଥିକ ଚାପ ପଡ଼ିଛି।
Crop Damage: ରବି ଧାନ ଫସଲ ନଷ୍ଟ କଲେ ୧୦ ଟିକିଆ ହାତୀପଲ; ବ୍ୟାପକ କ୍ଷତି ସହିଲେ ଚାଷୀ
ଧାନ ଜମିରେ ଘାସମରା ଔଷଧ ପକାଇଲା, ତାହା ଚିହ୍ନଟ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି। ଏଥିସହ ନଷ୍ଟ ହୋଇଥିବା ଫସଲର ତୁରନ୍ତ ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି।

49 minutes ago
1


