Ladakh Valleys: ଲଦାଖର ୨୮ଟି ରଣନୀତିକ ସ୍ଥାନ ସରକାରୀ ମାନଚିତ୍ରରେ ଚିହ୍ନଟ

54 minutes ago 1
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହ ପରାମର୍ଶ କରି ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ଏହି ଅଞ୍ଚଳର ୨୮ଟି ରଣନୈତିକ ଏବଂ ଭୌଗୋଳିକ ସ୍ଥାନର ନାମକୁ ମାନକୀକୃତ (ଷ୍ଟାଣ୍ଡାର୍ଡାଇଜ୍‌) କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏହି ସ୍ଥାନଗୁଡ଼ିକର ସଠିକ୍ ଚିହ୍ନଟ ଏବଂ ସେଗୁଡ଼ିକର ନାମ ଓ ଭୌଗୋଳିକ ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏହି ସ୍ଥାନଗୁଡ଼ିକ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଗ, ପର୍ବତ, ଗିରିପଥ, ହିମବାହ, ଉପତ୍ୟକା, ନଦୀ, ହ୍ରଦ, ଜଳାଶୟ ଏବଂ ଭୂଖଣ୍ଡ ରହିଛି। ନାମିତ ଶୃଙ୍ଗଗୁଡ଼ିକ ମଧ୍ୟରେ ଅତିଶ ଗିରି, କନିଷ୍କ ପିକ୍, ମାର୍ତ୍ତଣ୍ଡ ଗିରି, ଜୋରାୱର ପିକ୍, ରୋଞ୍ଚେନ୍ ଜାଙ୍ଗପୋ, ସାକ୍ୟଶ୍ରୀ ଗିରି, ମାର୍ପା ଲୋଟସାଭା ରୀ, ମିଲାରେପା କାଙ୍ଗରୀ, ଶିବ ରୀ ଏବଂ ମାହେଶ୍ୱର ରୀ ଅନ୍ତର୍ଭୁକ୍ତ।

ସେହିପରି ପର୍ବତ ଶ୍ରେଣୀରେ କରୁଣ ପୀର୍, ଡ୍ରାକ୍ କାର୍ପୋ ଓ ଜୋଲ୍‌ମୋରୀ ଏବଂ ଗିରିପଥ ଭାବେ ଚାପ୍‌ଚିଙ୍ଗାଲ୍ ପାସ୍ ଓ ଶାଚ୍‌ମିର୍କ ପାସ୍‌କୁ ସ୍ଥାନ ଦିଆଯାଇଛି। ପାର୍ପିକ୍ ଓ ସ୍କାମ୍ରିକୁ ହିମବାହ, ସ୍କୋରଗା ଉପତ୍ୟକା ଓ ୟାଙ୍ଗପା ନଦୀକୁ ମଧ୍ୟ ସରକାରୀ ଭାବେ ରେକର୍ଡ କରାଯାଇଛି। ଗୁରୁ ରିନ୍‌ପୋଚେଙ୍କୁ ହ୍ରଦ ଏବଂ ହଟ୍ ସ୍ପ୍ରିଙ୍ଗ୍‌କୁ ଜଳାଶୟ ଭାବେ ନାମିତ କରାଯାଇଛି।

Indus River Check Dam: ଲଦାଖରେ ଭାରତର ପ୍ରଥମ ରକ୍ ଡ୍ୟାମ୍, ପାକିସ୍ତାନକୁ ଗଲା କଡ଼ା ବାର୍ତ୍ତା

ଅନ୍ୟପଟେ ବ୍ରାଙ୍ଗସା, କୁକସେଲ୍, ଦେହରା କମ୍ପାସ୍, ଗୋଗ୍ରା, କୁମାରାୟଣ ପଏଣ୍ଟ, ପାଙ୍ଗଲୁଙ୍ଗ୍ ଏବଂ ଶାମଲ୍ ଲୁଙ୍ଗ୍‌ପା ଭଳି ଭୂଖଣ୍ଡଗୁଡ଼ିକୁ ମଧ୍ୟ ଏହି ମାନଚିତ୍ରରେ ସାମିଲ କରାଯାଇଛି। ଏହି ନାମକରଣଗୁଡ଼ିକ ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଦର୍ଶାଉଛି। କେତେକ ଶୃଙ୍ଗର ନାମ ଅତିଶ, ରୋଞ୍ଚେନ୍ ଜାଙ୍ଗପୋ, ମାର୍ପା ଲୋଟସାଭା ଓ ମିଲାରେପାଙ୍କ ଭଳି ପ୍ରମୁଖ ବୌଦ୍ଧ ମନୀଷୀଙ୍କ ନାମରେ ରଖାଯାଇଥିବା ବେଳେ ଶିବ ରୀ ଓ ମାହେଶ୍ୱର ରୀ ଭଳି ନାମ ପ୍ରଭୁ ଶିବଙ୍କ ସହ ଜଡ଼ିତ।

ସମରକଳା ଓ ସୀମାନ୍ତ ସୁରକ୍ଷା ଦୃଷ୍ଟିରୁ ସଂବେଦନଶୀଳ ଲଦାଖ ଅଞ୍ଚଳରେ ପ୍ରଶାସନିକ ଏବଂ ମାନଚିତ୍ର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଏହି ନାମଗୁଡ଼ିକର ସରକାରୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାନକ ନାମକରଣ ବାନାନ ଏବଂ ବ୍ୟବହାରରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବ। ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍‌ସ ଭଳି ସୀମାନ୍ତରେ ଥିବା ରଣନୈତିକ ସ୍ଥାନଗୁଡ଼ିକର ସରକାରୀ ନାମ ଆଗାମୀ ଦିନରେ ପ୍ରଶାସନିକ ସୁବିଧା ପ୍ରଦାନ କରିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.