Book released: ସତ୍ୟବ୍ରତ ଦାସଙ୍କ ପୁସ୍ତକ ‘ଦ ମାନିଫେଷ୍ଟୋ ଅଫ୍ ହୋପ୍ ବିଶ୍ୱବ୍ୟାପୀ ପ୍ରକାଶିତ

50 minutes ago 1
ARTICLE AD BOX

ଭୁବନେଶ୍ୱର: କାନାଡାରେ ରହୁଥିବା ପ୍ରବାସୀ ଓଡ଼ିଆ ଲେଖକ, ବରିଷ୍ଠ ସାମ୍ବାଦିକ ତଥା ଅନ୍ତର୍ଜାତୀୟ ପଲିସି ବିଶେଷଜ୍ଞ ସତ୍ୟବ୍ରତ ଦାସଙ୍କ ଲିଖିତ ପୁସ୍ତକ ‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ର ଲୋକାର୍ପଣ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ତଥା ଅନ୍ତର୍ଜାତୀୟ ଅହିଂସା ଦିବସ ଅବସରରେ ଏହି ପୁସ୍ତକର ଗ୍ଲୋବାଲ୍ ରିଲିଜ୍ କରାଯାଇଛି।

କାନାଡାର ‘ବାର୍ଲୋ ବୁକ୍ସ’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ଜଳବାୟୁ ପରିବର୍ତ୍ତନ, ଅସମାନତା, ସଂଘର୍ଷ ଓ ସାମାଜିକ ଅସ୍ଥିରତା ଭଳି ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ନାଗରିକମାନଙ୍କ ସକ୍ରିୟ ଭୂମିକା ଉପରେ ଉଲ୍ଲେଖ କରାଯାଇଛି।

ସାମ୍ବାଦିକତା ଓ ଅନ୍ତର୍ଜାତୀୟ ପଲିସି ବିଶେଷଜ୍ଞ ଭାବେ ନିଜର ଦୀର୍ଘଦିନର ଅଭିଜ୍ଞତାକୁ ଆଧାର କରି ଲେଖକ ସତ୍ୟ ବ୍ରତ ଦାସ ପୁସ୍ତକରେ ସହନଶୀଳ, ସମତାଭିତ୍ତିକ ଓ ସ୍ଥାୟୀ ଭବିଷ୍ୟତ ଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏଥିରେ ସେ ଆଡପ୍ଟେସନ୍, ରେଜିଲିଏନ୍ସ ଏବଂ ମିଟିଗେସନ୍ (ARM) ଫ୍ରେମୱାର୍କ ଉପରେ ବିଶେଷ ଗୁରୁତ୍ୱାରୋପ କରିବାସହ, କେବଳ ନେଟ୍ ଜିରୋ ଲକ୍ଷ୍ୟରେ ସୀମିତ ନରହି ‘ପ୍ଲାନେଟ ପଜିଟିଭ୍’ ଭବିଷ୍ୟତ ଦିଗରେ ଆଗକୁ ବଢ଼ିବା ପାଇଁ ପୁସ୍ତକରେ ଆହ୍ୱାନ ଦେଇଛନ୍ତି। 

Patna: ପଟନା ପିଏମସିଏଚର ଐତିହାସିକ ଜେନେରାଲ ହସ୍ପିଟାଲ ଭବନ ଭଙ୍ଗା ଆରମ୍ଭ, ୧୯୪୭ରେ ଆସିଥିଲେ ମହାତ୍ମା ଗାନ୍ଧୀ

“ସ୍ଥାୟୀ ଓ ସମାବେଶୀ ଭବିଷ୍ୟତ ଗଠନ ପାଇଁ ‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ ପୁସ୍ତକ ସମସ୍ତଙ୍କ ପାଇଁ ପ୍ରେରଣା ହେବ। ନାଗରିକମାନଙ୍କ ନେତୃତ୍ୱ ଓ ସାମୂହିକ ଦାୟିତ୍ୱ ମାଧ୍ୟମରେ ସଙ୍କଟରୁ ସହନଶୀଳତା ଦିଗରେ ଆଗକୁ ବଢ଼ିବା ପାଇଁ ଏହି ପୁସ୍ତକରେ ବାର୍ତ୍ତା ଦିଆଯାଇଛି”, କହିଛନ୍ତି ସତ୍ୟ ବ୍ରତ ଦାସ।କାନାଡାର ଏଡମଣ୍ଟନ୍‌ରେ ରହୁଥିବା ସତ୍ୟ ବ୍ରତ ଦାସ ଓଡ଼ିଶାର ଅନୁଭୂତିକୁ ଏହି ପୁସ୍ତକ ମାଧ୍ୟମରେ ପ୍ରକାଶ କରିଛନ୍ତି। 

‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ ବିଶ୍ଵବ୍ୟାପୀ ପ୍ରକାଶିତ ହେବାପରେ ଏହି ପୁସ୍ତକକୁ ନେଇ କାନାଡାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅକ୍ଟୋବର ୧ ତାରିଖରେ ଏଡମଣ୍ଟନ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକକୁ ନେଇ ଆଲୋଚନା ହୋଇଥିବାବେଳେ, ଅକ୍ଟୋବର ୨ ତାରିଖରେ ଏଡମଣ୍ଟନ୍‌ରେ ‘ଏ ଟେଷ୍ଟ ଅଫ୍ ହୋପ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। 

ଏହାସହ ଅକ୍ଟୋବର ୧୩ ତାରିଖରେ ଓଟାୱାସ୍ଥିତ କାନାଡିଆନ୍ ୱାର ମ୍ୟୁଜିୟମରେ ଜାତୀୟସ୍ତରୀୟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ କାନାଡାରେ ଅବସ୍ଥାପିତ ଭାରତର ହାଇକମିଶନର ଡକ୍ଟର ଦୀନେଶ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ ପୁସ୍ତକଟି ବର୍ତ୍ତମାନ ହାର୍ଡକଭର୍, ଇ-ବୁକ୍ ଏବଂ ଆମାଜନ କିଣ୍ଡ୍‌ଲି ସଂସ୍କରଣରେ ଉପଲବ୍ଧ ହୋଇଛି। ଭାରତରେ ଏହାର ହାର୍ଡକଭର୍ କପି ଖୁବଶୀଘ୍ର ଉପଲବ୍ଧ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.