Women Raise Voice ସ୍ବତନ୍ତ୍ର ଗ୍ରାମସଭାରେ ମହିଳାଙ୍କ ମଦ ବିରୋଧୀ ହଲ୍ଲାବୋଲ

51 minutes ago 1
ARTICLE AD BOX

ନବରଙ୍ଗପୁର(ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଗାଁରେ ମଦ ବିରୋଧୀ ଆନ୍ଦୋଳନ ବ୍ୟାପିବାରେ ଲାଗିଛି। ଏହାର ମଙ୍ଗ ମହିଳାମାନେ ଧରିଛନ୍ତି।  ଗତ ୫ମାସ ହେବ ଏହି ସ୍ବର ଉଠାଇବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସପି, ଅବକାରୀ ଏସପି ଆଦିଙ୍କୁ ଦାବିପତ୍ର ଦେଉଛନ୍ତି। ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୦ବ୍ଲକର ୧୮୯ଟି ପଂଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭାରେ ପୁଣି ମହିଳା ମାନେ ମଦ ବନ୍ଦକୁ ନେଇ ସ୍ବର ଉଠାଇଥିଲେ। 

ngp-mado (1)

ଏହି ଗ୍ରାମସଭାରେ, ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଉମରକୋଟ, ଚନ୍ଦାହାଣ୍ଡି , ଝରିଗାଁ , କୋଷାଗୁମୁଡା ଓ ପାପାଡାହାଣ୍ଡି ବ୍ଲକରେ ଅଧିକା ପରିମାଣର ମହିଳା ମାନେ ଗ୍ରାମସଭାରେ ଯୋଗଦେଇଥିଲେ। ବାପୁ ନିଶାକୁ ବିରୋଧ କରୁଥିବାରୁ ଆମେ ମଧ୍ୟ ଅହିଂସାରେ ମଦ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଛୁ ବୋଲି କହିଥିଲେ। ବାଲ୍ୟବିବାହ କରିବାକୁ ଶପଥ ପାଠ କରିବା ସହ ନିଶା ନିବାରଣକୁ ନେଇ ବି ଶପଥ କରିଥିଲେ। ମଦ ବନ୍ଦକୁ ନେଇ ରେଜୁଲେସନରେ ଉଲ୍ଲେଖ କରିବାକୁ ଦାବି କରିଥିଲେ ମହିଳା । 

Anti-liquor movement: ବରଗଡ଼ରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ଗାଁଠୁ ସହର ସବୁଠି ସକ୍ରିୟ ଗୁଲାବ୍‌ ଗ୍ୟାଙ୍ଗ୍‌

ଏତେ ସଂଖ୍ୟକ ମହିଳା ସ୍ବତନ୍ତ୍ର ଗ୍ରାମସଭାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।  ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ, ପିଇଓ, ଜିଆରଏସ, ଏଡିଇଓ, ସରପଞ୍ଚ, ନାଏବ ସରପଞ୍ଚମାନେ ମଧ୍ୟ ନିଶାନିବାରଣ ଓ ମଦ ବନ୍ଦ ହେବା ଦରକାର  ବୋଲି ମହିଳାଙ୍କ ସହ ସ୍ବର ମିଳାଇଥିଲେ। 

Anti-liquor campaign: ଗାଁକୁ ଗାଁ ବ୍ୟାପୁଛି ମଦ ବିରୋଧୀ ଅଭିଯାନ: ଏସ୍‌ଏଚ୍‌ଜି ନେଉଛି ନେତୃତ୍ବ, ନ ମାନିଲେ ଜରିମାନା

ଅପରପକ୍ଷରେ,  ନବରଙ୍ଗପୁର, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ଓ ପାପଡାହାଣ୍ଡି ବ୍ଲକର ବିଭିନ୍ନ ଗାଁର ମହିଳା ମାନେ ମଦ ବ୍ୟବସାୟୀ ମାନେ ଲୁଛାଇ ରଖିଥିବା ମଦ ଓ ପୋଚକୁ ବାହାର କରି ନଷ୍ଟ କରିଥିଲେ। ତେବେ ଅହିଂସାର ମାର୍ଗରେ ଚାଳିଥିବା ମଦ ବନ୍ଦକୁ  ସରକାର ସମର୍ଥନ କରି ବନ୍ଦ ନ କରିଲେ ଆଗାମୀ ଦିନରେ ଜିଲ୍ଲାରେ ଭିନ୍ନ ପରିସ୍ଥିତି ସୃଷ୍ଟି ହେବ ବୋଲି ଏହି ଗ୍ରାମସଭାରେ ଯୋଗଦେଇଥିବା ମହିଳା ମାନେ କହିଛନ୍ତି।

Anti-liquor protest: ମଦ ବିରୋଧୀ ଆନ୍ଦୋଳନ ବେଳେ ଅଘଟଣ: ମହିଳାଙ୍କ ଉପରେ ବାଇକ୍‌ ଚଢ଼ାଇଦେଲେ, ଦୁଇ ମାଫିଆ ଫେରାର

ସାନମସିଗାଁ ପଂଚାୟତରେ ସରପଂଚ ପୁଷ୍ପଲତା ମାଝୀ , ନାଏବ ସରପଂଚ ଜେମା ଭତ୍ରା, ନୋଡାଲ ଅଧିକାରୀ ଭାବେ ଜେଇ ପ୍ରଭୁଦତ୍ତ ରାଉତ,  ଜିଆରଏସ୍ ବିମଳ ନାୟକ , ବିଭିନ୍ନ ସ୍କୁଲର ଶିକ୍ଷକ, ଅଙ୍ଗନୱାଡ଼ିକର୍ମୀ, ଆଶାକର୍ମୀ , ମହିଳା ସ୍ବାସ୍ଥ୍ୟକର୍ମୀ, ଏଲଆଇ, ଅମିନ୍ ପ୍ରମୁଖ ଉପସ୍ଥିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.